Videos
|
Viral-stories

Breakup Twist / ୫ ବର୍ଷରେ ପ୍ରେମିକାକୁ ସାଢ଼େ ₹୩ କୋଟିର ଗିଫ୍ଟ; କୋର୍ଟରେ CEO କହିଲେ, 'ଲୋନ୍‌ କରି ଦେଇଥିଲି...'

Sushanta Sahoo
Browse all articles by Sushanta Sahoo
·1 day ago·3 min read
୫ ବର୍ଷରେ ପ୍ରେମିକାକୁ ସାଢ଼େ ₹୩ କୋଟିର ଗିଫ୍ଟ; କୋର୍ଟରେ CEO କହିଲେ, 'ଲୋନ୍‌ କରି ଦେଇଥିଲି...'
CEO Demands ₹3.5 Crore From Ex-Girlfriend After Breakup

Key Points

ଜଣେ ଭାରତୀୟ ବ୍ୟବସାୟୀ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ପ୍ରାୟ ସାଢ଼େ ୩ କୋଟି ଟଙ୍କା ମାଗିଛନ୍ତି । ତାଙ୍କ କହିବା କଥା ହେଲା- ସେ ଏତେ ଟଙ୍କା ଉପହାର ବାବଦରେ ନୁହେଁ, ବରଂ ସୁଧ ମୁକ୍ତ ଋଣ ହିସାବରେ ଦେଇଥିଲେ ।
ନୂଆଦିଲ୍ଲୀ: ଯେବେ କୌଣସି ସମ୍ପର୍କର ଆରମ୍ଭ ହୁଏ ତ, ପରସ୍ପର ମଧ୍ୟରେ ଉପହାର ଦିଆନିଆ ହୁଏ । ଉଭୟ ବୁଲିବାକୁ ଯାଆନ୍ତି । ଏହା ସାଧାରଣ କଥା । କିନ୍ତୁ ଆପଣ କେବେ ଭାବିଛନ୍ତି… ଯେବେ ସେହି ସମ୍ପର୍କ ଭାଙ୍ଗିଯାଏ, ତାହେଲେ କ'ଣ ହୁଏ ? ଆପଣ କହିବେ ବ୍ରେକଅପ୍ ପରେ ଗିଫ୍ଟ ଗୁଡ଼ିକ ତାଙ୍କ ନିକଟରେ ରହିଯାଏ । ଏହି କଥା ସାଧାରଣ ସମ୍ପର୍କ କ୍ଷେତ୍ରରେ ପ୍ରତିଫଳିତ ହୁଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ରେକଅପ୍ ବିଷୟରେ ଜଣାଇବୁ ଯେଉଁଥିରେ ଅଛି ଟ୍ଵିଷ୍ଟ୍ ।

ସମ୍ପର୍କ ଆରମ୍ଭ ହୁଏ ଦାମୀ ଗିଫ୍ଟ, ଲକଜୁରୀ ଟ୍ରିପ୍ ଓ ଫାର୍ଷ୍ଟ କ୍ଲାସ୍ ଫ୍ଲାଇଟରୁ । ଗର୍ଲଫ୍ରେଣ୍ଡ ପାଇଁ ଲକ୍ଷାଧିକ ଟଙ୍କାର ଡିଜାଇନର ସାମଗ୍ରୀ କିଣିବା ସହ ବିଦେଶ ବୁଲା ହୁଏ । କିନ୍ତୁ ଯେବେ ସମ୍ପର୍କ ଭାଙ୍ଗିଯାଏ ତ କାହାଣୀରେ ମୋଡ଼ ଆସେ । ଆଉ ମାମଲା ପହଞ୍ଚେ ସିଧା କୋର୍ଟରେ ।

ଜଣେ ଭାରତୀୟ ବ୍ୟବସାୟୀ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ପ୍ରାୟ ସାଢ଼େ ୩ କୋଟି ଟଙ୍କା ମାଗିଛନ୍ତି । ତାଙ୍କ କହିବା କଥା ହେଲା- ସେ ଏତେ ଟଙ୍କା ଉପହାର ବାବଦରେ ନୁହେଁ, ବରଂ ସୁଧ ମୁକ୍ତ ଋଣ ହିସାବରେ ଦେଇଥିଲେ । ସେହିଭଳି ପ୍ରେମିକାଙ୍କ କହିବା କଥା- ସମ୍ପର୍କରେ ଥିବାବେଳେ ଭଲ ପାଇବାରେ ହୋଇଥିବା ଖର୍ଚ୍ଚ କେବେ ଋଣ ହୋଇ ନଥାଏ । ମାମଲା ସିଙ୍ଗାପୁର ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି ।

ଏଥିସହ ପଢ଼ନ୍ତୁ: ପୁରୁଷଙ୍କ ପେଟରେ ମିଳିଲା ଗର୍ଭାଶୟ...OTରେ ଥିବା ଡାକ୍ତର ହେଲେ ଆଶ୍ଚର୍ଯ୍ୟ! 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫ୍ଲାଇଟରୁ ପ୍ରେମ

ବ୍ରେକଅପ୍ ପରର କାହାଣୀ ଆଗରୁ ଜାଣିବା ପ୍ରେମ କେମିତି ଆରମ୍ଭ ହୋଇଥିଲା । ଏହି ମାମଲା TCI Expressର CEO ତଥା ପରିଚାଳନା ନିର୍ଦ୍ଦେଶକ ଚନ୍ଦର ଅଗ୍ରୱାଲ ଓ ତାଙ୍କ ପୂର୍ବତନ ପ୍ରେମିକ ପେଲିସିଆ ଲିଙ୍କ ସହ ଜଡ଼ିତ । କୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ଉଭୟ ୨୦୧୯ରେ ଏକ ଫ୍ଲାଇଟରେ ଦୁହିଁଙ୍କୁ ଭେଟିଥିଲେ । ଯାହାପରେ ଚନ୍ଦର ସୋସିଆଲ୍ ମିଡିଆ ଜରିଆରେ ଲିଙ୍କ ସହ ଯୋଗାଯୋଗ କରିଥିଲେ, ଉଭୟଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା ।

୨୦୨୨ ସେପ୍ଟେମ୍ବରରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା । ଡେଟ୍ କରିବା ପୂର୍ବରୁ ଲି'ଙ୍କ ଉପରେ ଚନ୍ଦର ଟଙ୍କା ଉଡ଼ାଇବା ଆରମ୍ଭ କରିଥିଲେ । ଆଉ ଡେଟ୍ ପରେ ଲି'ଙ୍କୁ ଦେଇଥିଲେ ମହଙ୍ଗା ଉପହାର ସହ ଲକଜୁରୀ ଟ୍ରିପର ଆନନ୍ଦ । ଲୁଇ ଭୁଟନ ହ୍ୟାଣ୍ଡବ୍ୟାଗ ସହ ଆପଲ୍ ହର୍ମିସ୍ ଘଣ୍ଟା ଭଳି ଦାମୀ ଉପହାର ଦେଇଥିଲେ ।

ଦୁହେଁ ୟୁରୋପ ଟୁର୍‌ରେ ଯାଇଥିଲେ । ବାର୍ସିଲୋନା, ଲିୱନ ଓ ଲଣ୍ଡନ ଆଦି ସହର ବୁଲିଥିଲେ । ଫାର୍ଷ୍ଟ କ୍ଲାସ୍ ଅଥବା ସୁଇଟ୍ସ କ୍ଲାସ୍ ଫ୍ଲାଇଟରେ ଯିବା ସହ ଷ୍ଟାର ହୋଟେଲରେ ରହଣୀ ଓ ସପିଂ ଖର୍ଚ୍ଚ ଉଠାଇଥିଲେ ଚନ୍ଦର । ସେତେବେଳ ଏହା ସ୍ଵାଭାବିକ ଥିଲା । କିନ୍ତୁ ବ୍ରେକଅପ୍ ପରେ ଖର୍ଚ୍ଚ ହୋଇଥିବା ରାଶିକୁ ନେଇ ବିବାଦ ଉପୁଜିଛି ।

୨୦୨୩ ଡିସେମ୍ବରରେ ଚନ୍ଦର ଓ ଲି'ଙ୍କ ବ୍ରେକଅପ୍ ହୋଇଥିଲା । ଯାହାପରେ ମାର୍ଚ୍ଚ ୨୦୨୪ରେ ଚନ୍ଦ ସିଙ୍ଗାପୁର କୋର୍ଟରେ କେସ୍ ଦାଖଲ କରିଥିଲେ । ଲି'ଙ୍କ ଠାରୁ ପ୍ରାୟ ୪, ୬୮, ୦୯୦ ସିଙ୍ଗାପୁର ଡଲାର୍ ଭାରତୀୟ ମୁଦ୍ରାରେ ପ୍ରାୟ ସାଢ଼େ ୩ କୋଟି ଟଙ୍କା ଦାବି କରିଥିଲେ ।

କ'ଣ କହିଲେ କୋର୍ଟ ?

ଏବେ ଏହି ମାମଲାରେ ସିଙ୍ଗାପୁର ହାଇକୋର୍ଟଙ୍କ ରାୟ ଆସିଛି । ଚନ୍ଦରଙ୍କ ପକ୍ଷର ଦାଏର ମାମଲାକୁ କୋର୍ଟ ଖାରଜ ରି ଦେଇଛନ୍ତି । ସେପ୍ଟେମ୍ବର ୯ ତାରିଖରେ ଆସିଥିବା ରାୟରେ କୋର୍ଟ କହିଛନ୍ତି, ଅଧିକାଂଶ ରାଶି ଗିଫ୍ଟ ଭାବେ ଦିଆଯାଇଛି, ଋଣ ଆକାରରେ ନୁହେଁ । ଏହା ଛଡ଼ା ଅର୍ଥ ଫେରାଇବା ନେଇ କୌଣସି ସମ୍ବନ୍ଧିତ ପ୍ରମାଣ କୋର୍ଟ ପାଇ ନାହାନ୍ତି । କୋର୍ଟ ମାମଲା ଖାରଜ କରିବା ସହ ଚନ୍ଦରଙ୍କୁ ଲି'ଙ୍କ ଆଇନ୍‌ଗତ ଖର୍ଚ୍ଚ ଭରଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।