|
logo
Live
Argus News App
GET APP

Argus News - ପ୍ରବଳ ଛେଚିବ, କେମିତି ବୁଲିବେ ପୂଜା ପେଣ୍ଡାଲ୍ ?

Weather & Calamities

Weather Update / ପ୍ରବଳ ଛେଚିବ, କେମିତି ବୁଲିବେ ପୂଜା ପେଣ୍ଡାଲ୍ ?

Smruti Parija
Browse all articles by Smruti Parija
·6 months ago·2 min read
ପ୍ରବଳ ଛେଚିବ, କେମିତି ବୁଲିବେ ପୂଜା ପେଣ୍ଡାଲ୍ ?

Key Points

ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ନେଲା ଅବପାତ ରୂପ

ପ୍ରଭାବରେ ଆହୁରି ବର୍ଷିବ

ଦଶହରା ବୁଲାବୁଲିରେ ପଶିଲା ପାଣି

ଭୁବନେଶ୍ୱର: ସୃଷ୍ଟି ହେଲା ଅବପାତ । ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଅବପାତ ରୂପ ନେଲା । ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସମ୍ଭାବନା ରହିଛି । ଆଗକୁ ଆହୁରି ଘନୀଭୂତ ହୋଇ ଏକ ଗଭୀର ଅବପାତ ରୂପ ନେବ । ପାରାଦୀପ-ଗୋପାଳପୁର ମଧ୍ୟ ଦେଇ ଆନ୍ଧ୍ର ଉପକୂଳକୁ ଅତିକ୍ରମ କରିବ ଲଘୁଚାପ । ଅବପାତ ପ୍ରଭାବରେ ବଢିବ ବର୍ଷାର ପରିମାଣ ।



ଅବପାତ ପ୍ରଭାବରେ ଟ୍ୱିନ ସିଟିରେ ବର୍ଷା ଆରମ୍ଭ ହୋଇଯାଇଛି । ଦଶହରା ବୁଲା ବୁଲିରେ ଯେମିତି ପାଣି ପଶିଯାଇଛି । ବର୍ଷାକୁ ପ୍ରବଳ ବେଗରେ ପବନ ବହିବାରୁ ପୂଜା ପେଣ୍ଡାଲ୍ ପ୍ରଭାବିତ ହୋଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— usd (@usd0705) October 1, 2025


କଟକ ସହରରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ପବନରେ ଭାଙ୍ଗିଲା ଦଶହରା ଲାଇଟ ଗେଟ୍ । ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବରୁ ଲାଇଟ ଗେଟଟି ଭାଙ୍ଗି ପଡ଼ିବା ଫଳରେ କଲେଜଛକ ପୂଜା ମଣ୍ଡପ ଗସ୍ତ ବାତିଲ ହୋଇଥିଲା । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇ ନଥିବାବେଳେ କିନ୍ତୁ ଦୀର୍ଘ ସମୟ ଧରି ରାଣୀହାଟରୁ କଲେଜ ଛକ ରାସ୍ତା ଅବରୋଧ ହୋଇଥିଲା । ଏବଂ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା । ଏହା ଦେଖି ପୂଜା କମିଟି ଓ ଅଗ୍ନିଶମ ବିଭାଗ ପକ୍ଷରୁ ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଇଛି ।


ଅନ୍ୟପଟେ ଆହୁରି 3 ଦିନ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ପୁରୀ ଓ ଜଗତସିଂପୁରରେ ଭୀଷଣ ବର୍ଷା ସହ ପବନ ନେଇ ଆଂଚଳିକ ପାଣିପାଗ ବିଭାଗ ଜାରି କଲା ରେଡ ଆଲର୍ଟ । ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ଢେ଼ଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଜିଲ୍ଲାକୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଓ ପବନ ନେଇ ଅରେଞ୍ଜ ଆଲର୍ଟ ଜାରି । ବାକି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି ।


ଏଭଳି ବର୍ଷା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରହିବା ସମ୍ଭାବନା । ଏପଟେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରଟି ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଗାମୀ 12 ଘଣ୍ଟାରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା । ୩ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସୟଜୀବୀଙ୍କୁ ସମୁଦ୍ର ମନା ।

Sponsored
Weather Update: ପ୍ରବଳ ଛେଚିବ, କେମିତି ବୁଲିବେ ପୂଜା ପେଣ୍ଡାଲ୍ ? | Argus News