Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Rain Alert / ଆଉ ଏକ ଲଘୁଚାପ , ୪ ତାରିଖ ଯାଏଁ ପ୍ରବଳ ବର୍ଷା

Swoyang prajna Mishra
Browse all articles by Swoyang prajna Mishra
·9 months ago·3 min read
 ଆଉ ଏକ ଲଘୁଚାପ , ୪ ତାରିଖ ଯାଏଁ ପ୍ରବଳ ବର୍ଷା

Key Points

ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ସହ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ମୟୁରଭଞ୍ଜ କେନ୍ଦୁଝର, ବରଗଡ଼ ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ପାର୍ବଣକୁ ଫିକା କରିପାରେ ଲଘୁଚାପ ଜନିତ ବର୍ଷା। ଆସୁଛି ଆଉ ଏକ ଲଘୁଚାପ । ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା । ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୧ରୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି ।

ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ସହ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ମୟୁରଭଞ୍ଜ କେନ୍ଦୁଝର, ବରଗଡ଼ ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ରାଜ୍ୟର କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ : ହାଇଆଲର୍ଟରେ କୋରାପୁଟ,ମାଲକାନଗିରି ଏବଂ କଳାହାଣ୍ଡି


ସେପଟେ ଲଗାଣ ବର୍ଷାରେ ହୀରାକୁଦ ବନ୍ୟାଜଳ ମୁଣ୍ଡଳୀରେ ପ୍ରବେଶ ପରେ ମହନଦୀରେ ବଢୁଛି ଜଳସ୍ତର । ଫଳରେ ତଳିଆ ଅଞ୍ଚଳରେ ପଶିଛି ବନ୍ୟା ପାଣି ଜଗତସିଂହପୁର ଜିଲ୍ଲାର କୋଟକଣା, ତିର୍ତ୍ତୋଲର ମୁଣ୍ଡା, ତଳିଆ ବସ୍ତି ଓ ମଣିଜଙ୍ଗା ସମ୍ପୂର୍ଣ୍ଣ ପାଣି ଘେରରେ । ଜଳବନ୍ଦୀ ଅବସ୍ଥାରେ ୭୦ ପରିବାର। ଅନେକ ଲୋକ କେନାଲ ବନ୍ଧ ଉପରେ ଆଶ୍ରୟ ନେଇଥିବାବେଳେ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ସାଙ୍ଗକୁ ଚୁଡ଼ା, ଗୁଡ଼ ଦିଆଯାଉଛି ।

ସେପଟେ ବଡମ୍ବା ଭଟ୍ଟାରିକା ବେଢା ଲହଡ଼ି ମାରୁଛି ବନ୍ୟା ଜଳ । ଅଧିକ ପାଣି ବଢିଲେ ମାଆଙ୍କୁ ଗମ୍ଭୀରା ଭିତରୁ ସ୍ଥାନାନ୍ତର କରାଯିବ । ଅନ୍ୟପଟେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କୁଳିଆପାତର ଗାଁ ନିକଟ ପୋଲ ଉପରେ ୨ ଫୁଟର ଚାଲୁଛି ବର୍ଷା ପାଣି । ଫଳରେ କୁଳିଆପାତର, ରେଙ୍ଗଟାପଡା, ବରଛୀଆ ପଡା, ଖମନିଆପଡ଼ା, ମହୁଲପଡା ଗାଁ ଲୋକଙ୍କ ଯାତାୟାତ ଠପ ହୋଇ ଯାଇଛି ।

ଏବଂ ସୀମାନ୍ତ ଛତିଶଗଡ଼ ସହ ଯୋଗାଯୋଗ ବିଛିନ୍ନ ହୋଇଛି l ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ମୟୂରଭଞ୍ଜରେ ସ୍ଥିତି ବେହାଲ୍ ହୋଇପଡିଛି । ରାସ୍ତାଘାଟ, ଗଳିକନ୍ଦିରେ ପାଣି ଜମି ରହିଛି ।


ଅଧିକ ପଢନ୍ତୁ : ଅବପାତ ବର୍ଷାରେ ଭିଜୁଛି ଓଡ଼ିଶା; ଆଜି ବି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ମାଲାକାନଗିରି ଜିଲ୍ଲା କୁ ଲଘୁଚାପ ଭୟ ଥିବାରୁ ଆସନ୍ତାକାଲି ଜିଲ୍ଲାପାଳ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷା ଅନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ଏତିକି ବେଳେ ଆଗାମୀ 28 ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରଯାଇଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ନିମନ୍ତେ ଜିଲ୍ଲାର ସମସ୍ତ ତହସିଲ ଓ ବ୍ଲକ କାର୍ଯ୍ୟାଳୟର କର୍ମଚାରୀଙ୍କୁ ହାଇଆଲର୍ଟରେ ରଖାଯାଇଛି ।


ତେବେ ପାଗର ସାମାନ୍ୟ ପରିବର୍ତ୍ତନ ହୋଇଥିବାବେଳେ ଜିଲ୍ଲାରେ ଭୟର ବାତାବରଣ ଦୂର ହୋଇଛି । ତେବେ ସରକାରୀ ଓ ବେସରସକାରୀ ଶିକ୍ଷା ଅନୁଷ୍ଠାନରେ ଛାତ୍ରଛାତ୍ରୀ ଆସିନଥିବାବେଳେ ବିଧ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟରେ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି । ସମ୍ଭାବ୍ୟ ପରସ୍ଥତିକୁ ମୁକାବିଲା ପାଇଁ ବ୍ଲକ, ତହସିଲ ଓ ପୋଲିସ ପ୍ରଶାସନ ସଜାଗ ଥିବାର ଜଣାପଡିଛି । ଏହାସହ ନଦୀ ନାଳକୁ ନ ଯିବା ପାଇଁ ପ୍ରଶାସନ ଲୋକଙ୍କୁ ବାରଣ କରିବା ସହ 326 ଜାତୀୟ ରାଜପଥ ଉପରେ ଥିବା ଖାଲୁଆ ବ୍ରିଜ ଉପରେ ପୋଲିସ କଡା ନଜର ରଖିଛି ।


Related Topics

Explore more stories

Sponsored
Heavy Rain alert till 4th October | Argus News