Odisha Cold Wave / ମାଘ ମାସରେ ବାଘୁଆ ଶୀତ: ଆସନ୍ତା ୨୧ ଯାଏ ସବୁ ଥରିବ, ଥରାଇବ ସ୍ବାଭାବିକଠୁ ୬ ଡିଗ୍ରୀ ତଳେ ରହିବ ତାପମାତ୍ରା
·6 months ago·2 min read

Key Points
ଆସନ୍ତା ଦୁଇ ସପ୍ତାହ ଯାଏ, ଅର୍ଥାତ୍ ୨୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ ପ୍ରଚଣ୍ଡ ଥଣ୍ଡାରୁ । ସ୍ୱାଭାବିକ ତାପମାତ୍ରାଠାରୁ ପାଖାପାଖି ୬ ଡିଗ୍ରୀ ତଳକୁ ଖସିଯିବ ସର୍ବନିମ୍ନ ତାପମାତ୍ରା ।
ଆସନ୍ତା ଦୁଇ ସପ୍ତାହ ଯାଏ, ଅର୍ଥାତ୍ ୨୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ ପ୍ରଚଣ୍ଡ ଥଣ୍ଡାରୁ । ସ୍ୱାଭାବିକ ତାପମାତ୍ରାଠାରୁ ପାଖାପାଖି ୬ ଡିଗ୍ରୀ ତଳକୁ ଖସିଯିବ ସର୍ବନିମ୍ନ ତାପମାତ୍ରା । ପାଣିପାଗ ବିଭାଗର ବିସ୍ତାରିତ ଆକଳନ ଏମିତି ଚିତ୍ର ଆଙ୍କିଛି । କାଲୁଆ ପାଗରେ ଜାଡ଼ ପାଲଟିଯିବ ସାରା ରାଜ୍ୟ ।
ପୂର୍ବାନୁମାନ ସତ ହେଲେ ୯ରୁ ୧୪ ତାରିଖ ଯାଏ ଶୀତ ଲହରୀ ସ୍ଥିତି ରହିବ । ୯ ଓ ୧୦ ତାରିଖରେ ଥଣ୍ଡା ଅଧିକ ରହିବ । ଏହି ସପ୍ତାହରେ ଶୀତ ଲହରୀ ରହିବାର ସମ୍ଭାବନା ୬୮ରୁ ୧୦୦% ରହିଛି । ୧୩ରୁ ୧୫ ତାରିଖ ଯାଏ ଘନ କୁହୁଡ଼ି ରହିପାରେ ବୋଲି ମଧ୍ୟ ବିସ୍ତାରିତ ଆକଳନରେ କୁହାଯାଇଛି । ସେହିଭଳି ୧୫ରୁ ୨୧ ତାରିଖ ଯାଏ ଶୀତ ଲହରୀ ସମ୍ଭାବନା ଅଛି । ଏହି ସପ୍ତାହରେ ପୂର୍ବ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି
ସମୟର ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଯାଏ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଏହାସହ ପଢ଼ନ୍ତୁ: ୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି, ପ୍ରବଳ ଥଣ୍ଡାକୁ ଦେଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି
ଶୁକ୍ରବାର ସୁନ୍ଦରଗଡ଼, ଜଗତ୍ସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର, ଅନୁଗୁଳ, କଳାହାଣ୍ଡି ଓ କନ୍ଧମାଳରେ ଶୀତ ଲହରୀ ବହିପାରେ । ଫୁଲବାଣୀରେ ୪ ଡିଗ୍ରୀ, ରାଉରକେଲାରେ ୫ ଡିଗ୍ରୀ, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୬ ଡିଗ୍ରୀ, ନବରଙ୍ଗପୁର, କେନ୍ଦୁଝର ଓ ଅନୁଗୁଳରେ ୮ ଡିଗ୍ରୀ ରହିବ ବୋଲି ବିଭାଗ ପୂର୍ବାନୁମାନ ଦେଇଛି । ଅର୍ଥାତ୍ ଆଗକୁ ବି ବାଘୁଆ ଶୀତ, କଲବଲ କରିବ ।
ବୁଧବାର ଶିମିଳିପାଳ ଜଙ୍ଗଲରେ ଶୂନ ଡିଗ୍ରୀ ଛୁଇଁଥିଲା ସର୍ବନିମ୍ନ ତାପମାତ୍ରା । ଜି ଉଦୟଗିରିରେ ୨.୫ ଡିଗ୍ରୀ ସେଲସିୟସ । ୨୦ରୁ ଅଧିକ ସହରରେ ପାରଦ ୧୦ ଡିଗ୍ରୀ ତଳେ । ସେମିଳିଗୁଡ଼ାରେ ୩.୨, ଫୁଲବାଣୀରେ ୫ ଡିଗ୍ରୀ, ରାଉରକେଲାରେ ୫.୪, ଝାରସୁଗୁଡ଼ାରେ ୫.୮, ଦାରିଙ୍ଗବାଡ଼ିରେ ୬, ଭବାନୀପାଟଣା ଓ ନବରଙ୍ଗପୁରରେ ୭, କିରେଇରେ ୭.୨, ଚିପିଲିମାରେ ୭.୫, ଅନୁଗୁଳରେ ୭.୮ ଡିଗ୍ରୀ ରହିଥିଲା । ଏଥର ଶୀତ ଋତୁରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ପାରଦ ୯ ଡିଗ୍ରୀ ଛୁଇଁଛି।
ଜାନୁୟାରୀ ମାସରେ ଚଚୁର୍ଥ ଥର ପାଇଁ ରାତି ତାପମାତ୍ରା ଏଭଳି ସର୍ବନିମ୍ନ ସ୍ତରକୁ ଖସିଛି । ୧୯୫୨ ମସିହା ଜାନୁୟାରୀ ୩ ତାରିଖରେ ରାତି ତାପମାତ୍ରା ୯.୪ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬ ଡିଗ୍ରୀ କମ୍ ଥିଲା । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୫.୯, ବାଲେଶ୍ୱରରେ ୪.୩ କଟକରେ ୩.୯, ଭବାନୀପାଟଣାରେ ୩.୮, କୋରାପୁଟରେ ୩.୨ ଡିଗ୍ରୀ କମ୍ ରେକର୍ଡ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories