Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

ପୁଣି 1 ରୁ ଆଉ ଏକ ଘୂର୍ଣ୍ଣିବଳୟ, ଆହୁରି 5 ଦିନ ଛେଚିବ

Smruti Parija
Browse all articles by Smruti Parija
·10 months ago·2 min read
ପୁଣି 1 ରୁ ଆଉ ଏକ ଘୂର୍ଣ୍ଣିବଳୟ, ଆହୁରି 5 ଦିନ ଛେଚିବ

Key Points

ଜାରି ରହିଛି ଲଘୁଚାପ ଜନିତ ବର୍ଷା

ପୁଣି 1 ରୁ ଆଉ ଏକ ଘୂର୍ଣ୍ଣିବଳୟ

ଆହୁରି 5 ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଥିବାବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପୂଜା ବଜାରକୁ ବି ଧୋଇ ଦେଇଛି ବର୍ଷା । ଏବେ ପାଗରେ କୌଣସି ପରିବର୍ତ୍ତନ ନଥିବାବେଳେ ଆହୁରି 5 ଦିନ ପାଇଁ ବର୍ଷା ଲାଗିକି ରହିବା କାରଣରୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ଦୁର୍ବଳ ହୋଇଛି ।


୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଛତିଶଗଡ଼ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ୩୧ ତାରିଖ ଯାଏଁ ବର୍ଷା ଜାରି ରହିବ ବୋଲି ସମ୍ଭାବନା ରହିଛି । ଆହୁରି 5 ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । 24 ଘଣ୍ଟା ଭିତରେ କଟକ ଜିଲ୍ଲା ବାଙ୍କୀ ଠାରେ 75 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଆସନ୍ତାକାଲି ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ଵା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ଝଟକାପବନର ବେଗ ୩୦-୪୦ କିଲୋମିଟର ବ‌ହିବା ସହିତ ବଜ୍ରପାତ ହେବାର ସମ୍ଭାବନା ପାଇଁ ଏଲୋ ଆଲର୍ଟ ଜାରି କରିଛି ବିଭାଗ I

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୁଣି 1 ରୁ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡିଶା ଉପକୂଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ସମ୍ଭାବନା ରହିଛି । ଯାହା ଫଳରେ 1 ରୁ ରାଜ୍ୟରେ ବର୍ଷା ପୁଣି ଜାରି ରହିବା ସହିତ ଉପକୂଳବର୍ତ୍ତୀ ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗିକି ରହିବ ।

Sponsored
another-cyclone-from-1st-to-2nd-rain-to-continue-in-the-state-for-another-5-days-argus-news | Argus News