ଗତ ୨୪ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !

Key Points
ଅତି ପ୍ରବଳ ବର୍ଷା ସମ୍ଭାବନା
ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଲଘୁଚାପ ପ୍ରଭାବରୁ ଗତ 24ଘଣ୍ଟାରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା
ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ
ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଲଘୁଚାପ କ୍ଷେତ୍ର ଦକ୍ଷିଣପୂର୍ବ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ତଥା ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଅଞ୍ଚଳରେ ସକ୍ରିୟ ଭାବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଗତ ୨୪ଘଣ୍ଟାରେ ମଧ୍ୟରେ ଆହୁରି ଘନୀଭୂତ ହୋଇ ଏହା ଏକ ଅବପାତରେ ପରିଣତ ହୋଇଛି । ଜାରି ହୋଇଛି ଅରେଞ୍ଜ ଆଲର୍ଟ। ଏହା ଆଗାମୀ ୨୪ ଘଣ୍ଟା ଯାଏଁ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ ମଧ୍ୟ ବାଂଲାଦେଶ ଦେଇ ଗତି କରିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପାଇଁ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର ପାଇଁ ଅରେଞ୍ଜ ଆଲର୍ଟ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ୭ରୁ ୨୦ସେମି ପର୍ଯନ୍ତ ହେବା ସମ୍ଭାବନା ରହିଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ଦେଓଗଡ, ବରଗଡ଼, ସୋନପୁର, ବୋଦ୍ଧ, ବଲାଙ୍ଗିର, ନୁଆପଡା, ଜଗତସିଂହପୁର,କଟକ ,କେନ୍ଦ୍ରାପଡ଼ା ଆଦି ଜିଲ୍ଲା ପାଇଁ ୟଲୋ ଆଲର୍ଟ ଜାରି କରାଯାଇଛି । ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି, ଘଡଘଡି ଓ ବଜ୍ରପାତରେ ଚେତାବନୀ ଦିଆଯାଇଛି । ବର୍ଷା ସମୟରେ ପବନର ବେଗ ୩୦ରୁ ୪୦କିମି ରହିବାର ସମ୍ଭାବନା ରହିଛି ।
୧୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ ଭାରି ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଅଧିକ ବର୍ଷା ସମ୍ଭାବନା ଅଛି। ୧୭, ୧୮ ଓ ୧୯ ତାରିଖରେ ମଧ୍ୟ କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୧୩ରୁ ୧୯ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛି। ରବିବାର ପାରାଦୀପରେ ୪୧ମିମି ବର୍ଷା ହୋଇଛି। ସୋନପୁରରେ ୨୪.୪ ମିମି ବର୍ଷା ହୋଇଛି। ଟିଟିଲାଗଡ଼ ଓ ବାଲେଶ୍ୱରରେ ୧୫.୩, ଭଦ୍ରକରେ ୮ମିମି ବର୍ଷା ରେକର୍ଡ ହୋଇଛି।