Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Low Pressure / ୨୮ ରାତି କିମ୍ବା ୨୯ ସକାଳେ ଆନ୍ଧ୍ର ଉପକୂଳ ଛୁଇଁବ

Rashmita Mishra
Browse all articles by Rashmita Mishra
·8 months ago·3 min read
୨୮ ରାତି କିମ୍ବା ୨୯ ସକାଳେ ଆନ୍ଧ୍ର ଉପକୂଳ ଛୁଇଁବ

Key Points

୨୮ ରାତି କିମ୍ବା ୨୯ ସକାଳେ ଆନ୍ଧ୍ର ଉପକୂଳ ଛୁଇଁବ । ୨୭ ରୁ ୨୯ ଯାଏଁ ରାଜ୍ୟରେ ବର୍ଷା ରହିବ। ଦକ୍ଷିଣ ଓ ଉପକୂଳରେ ବେଶି ବର୍ଷା ସମ୍ଭାବନା ଅଛି। କିଛି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହେବ।

ଛୋଟ ବାତ୍ୟାଟିଏ ଦାନା ବାନ୍ଧୁଛି । ଆସନ୍ତା ୨୮ ରାତି କିମ୍ବା ୨୯ ସକାଳେ ଆନ୍ଧ୍ର ଉପକୂଳ ଛୁଇଁବ । ଓଡ଼ିଶାରେ ପବନ ଭୟ କମ୍‌ । ୨୭ ରୁ ୨୯ ଯାଏଁ ରାଜ୍ୟରେ ବର୍ଷା ରହିବ। ଦକ୍ଷିଣ ଓ ଉପକୂଳରେ ବେଶି ବର୍ଷା ସମ୍ଭାବନା ଅଛି। କିଛି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହେବ।

ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟବାସୀ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ସମ୍ଭାବ୍ୟ ସ୍ଥିତି ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି । ଶୁଖିଲା ଖାଦ୍ୟ ମହଜୁଦ ଅଛି। ଶକ୍ତି ବିଭାଗକୁ ଆଲର୍ଟ କରାଯାଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ନେବା ପାଇଁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି।

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁସାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୫ ତାରିଖରେ ଅବପାତ ଡିପ୍ରେସନ ହେବ। ୨୬ରେ ଗଭୀର ଅବପାତ (ଡିପ୍‌ ଡିପ୍ରେସନ) ରୂପ ନେବ। ୨୭ ସକାଳ ସୁଦ୍ଧା ଦକ୍ଷିଣ- ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ । ବାତ୍ୟା ରୂପ ନେବା ପରେ ଏହାର ଗତିପଥ ନେଇ ଆଇଏମ୍‌ଡି ଏଯାଏଁ କିଛି ସ୍ପଷ୍ଟ କରିନାହିଁ। ବାତ୍ୟା ହେଲେ ତା’ର ନାଁ ରହିବ ‘ମୋନ୍ଥା’। ଥାଇଲାଣ୍ଡ ଭାଷାରେ ‘ମୋନ୍ଥା’ର ଅର୍ଥ ହେଉଛି ସୁନ୍ଦର ଫୁଲ ।

ଆଇଏମ୍‌ଡି ପୂର୍ବାନୁମାନ ଅନୁଯାୟୀ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଆନ୍ଧ୍ରରେ ଅଧିକ ରହିବ । ଓଡ଼ିଶାରେ ଆସନ୍ତା ୨୬ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଓଡ଼ିଶା ଉପକୂଳରେ ୨୮ ଓ ୨୯ରେ ପବନ ବେଗ ଘଣ୍ଟା ପ୍ରତି ୫୦-୬୦ କିମି ରହିପାରେ । ପବନର ଝଟକା ୭୦କିମି ପର୍ଯ୍ୟନ୍ତ ଯାଇପାରେ । ଆସନ୍ତା ୨୬ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି। ୨୫ ଓ ୨୬ରେ ଦକ୍ଷିଣ ଓ ଉପକୂଳର କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୭ରେ ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଗଞ୍ଜାମ, ଗଜପତି, ରାୟଗଡ଼ାରସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ;ବୌଦ୍ଧ, ନୟାଗଡ଼, ପୁରୀ, ଖୋର୍ଦ୍ଧା,ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି ।

ଏହାସହ ପଢ଼ନ୍ତୁ: ୨୭ ସକାଳେ ବଙ୍ଗୋପସାଗରରେ ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

୨୮ ଓ ୨୯ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ୨୮ରେ କେନ୍ଦ୍ରାପଡ଼ା,ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା,ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ ଓ ଯାଜପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ୨୯ରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି। କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୩୦ରୁ ବର୍ଷା କମିବ। ଉପକୂଳର ଅଳ୍ପ କିଛି ସ୍ଥାନ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳର ଗୋଟିଏ ଦୁଇଟି ଜାଗାରେ ହାଲୁକାରୁ ମଧ୍ୟମବର୍ଷା ହେବ। କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ପଶ୍ଚିମା ଝଡ଼ ପ୍ରଭାବ ନ ପଡ଼ିଲେ ସମ୍ଭାବ୍ୟ ବାତ୍ୟା ଅଧିକ ଘନୀଭୂତ ହେବ। ଏହା ୨୮ ରାତି କିମ୍ବା ୨୯ରେ ଆନ୍ଧ୍ରର ନେଲୋରରୁ ବିଶାଖାପାଟଣାମଧ୍ୟରେ ଉପକୂଳ ଛୁଇଁପାରେ। ପଶ୍ଚିମା ଝଡ଼ ପ୍ରଭାବ ପଡ଼ିଲେ ଦୁର୍ବଳ ହୋଇ ୨୯ରେ ଓଡ଼ିଶା ଉପକୂଳକୁ ମୁହାଁଇପାରେ ।

ଏହାସହ ପଢ଼ନ୍ତୁ: ବଙ୍ଗୋପସାଗରରେ ଆସୁଛି ବଡ଼ ବାତ୍ୟା!

ବର୍ତ୍ତମାନର ଆକଳନ କହୁଛି, ୨୬ ଯାଏଁ କାଁ ଭାଁ ହାଲୁକା ବର୍ଷା ହେବ। ରାଜ୍ୟରେ ପବନ ଭୟ ନାହିଁ । ୨୭ରୁ ବର୍ଷା ବଢ଼ିବ । ୨୮ ଓ ୨୯ରେ ଅଧିକ ଓ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୨୭ରେ ମାଲକାନଗିରି, ରାୟଗଡ଼ା, ଗଜପତି ସମେତ ଗଞ୍ଜାମରୁ ଜଗତସିଂହପୁର ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମ ବର୍ଷା ସମ୍ଭାବନା ଅଛି । ୨୮ରେ ଏସବୁ ଜିଲ୍ଲା ସହ ସମସ୍ତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲା (ପଶ୍ଚିମ ସୀମାନ୍ତ ଜିଲ୍ଲା ବାଦ୍‌), ୨୯ରେ ପ୍ରାୟ ଅଧିକାଂଶ ଜିଲ୍ଲାରେ ବର୍ଷା ଅଛି । ୩୦ରେ ଉପକୂଳରେ କମିବ, କିନ୍ତୁ ଉତ୍ତର ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣରେ ବର୍ଷା ରହିବ। ୩୧ରେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ଚାଷୀମାନେ ଧାନ ବିଲରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ରବି ଫସଲ ବୁଣାବୁଣି ପାଇଁ ଅପେକ୍ଷାକରିବା ଉଚିତ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନହେଲା, ବାତ୍ୟା ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା କମ୍‌ । ୨୮ ରାତି କିମ୍ବା ୨୯ ସକାଳେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରର ମଛଲିପଟ୍ଟନମ ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।ଓଡ଼ିଶାରେ ୨୭ରୁ ବର୍ଷା ବଢ଼ିପାରେ ।

ଅଧିକ ପଢ଼ନ୍ତୁ ପାଣିପାଗ ସମ୍ପର୍କିତ ଖବର ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone to Hit Andhra Coast on Oct 28 Night or 29 Morning | Latest Weather Update | Andhra coast weather update | IMD cyclone alert | Storm warning Andhra Prade | Argus News