Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Air Pollution / ଜଟିଳ ହେଲାଣି ବାୟୁ ପ୍ରଦୂଷଣ, ବଢ଼ିଲା ସରକାରଙ୍କ ଚିନ୍ତା

Rashmita Mishra
Browse all articles by Rashmita Mishra
·6 months ago·2 min read
ଜଟିଳ ହେଲାଣି ବାୟୁ ପ୍ରଦୂଷଣ, ବଢ଼ିଲା ସରକାରଙ୍କ ଚିନ୍ତା
Air Pollution

Key Points

ଜଟିଳ ହେଲାଣି ବାୟୁ ପ୍ରଦୂଷଣ, ବଢ଼ିଲା ସରକାରଙ୍କ ଚିନ୍ତା । 
ବାଲେଶ୍ୱର, ଅନୁଗୁଳ ପରେ ଭୁବନେଶ୍ଵର-କଟକରେ ଲାଗିଲା କଟକଣା । 
ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ । 
ବାହାରେ ଆଵର୍ଜନା ବା ଢାବାରେ କୋଇଲା ଜାଳିବା ଉପରେ ବି କଟକଣା । 

ଗତ କିଛି ବର୍ଷ ହେଲା ଦିଲ୍ଲୀ ସମେତ ଦେଶର କେତେକ ବଡ଼ ସହରରେ ମାତ୍ରାଧିକ ପ୍ରଦୂଷଣ ଖବର ସମସ୍ତଙ୍କ ମନକୁ ଚିନ୍ତିତ କରୁଥିଲା । କିନ୍ତୁ ଏବେ ଆମ ରାଜ୍ୟର ବଡ଼ ଓ ପ୍ରମୁଖ ସହରଗୁଡ଼ିକ ବି ପ୍ରଦୂଷଣ ବଳୟରେ । ବାୟୁରେ ବିଷାକ୍ତ କଣିକାର ପରିମାଣ ବଢ଼ି ଚାଲିଥିବାବେଳେ ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି । ବାଲେଶ୍ୱର, ଅନୁଗୁଳ ପରେ ଭୁବନେଶ୍ଵର-କଟକରେ ବି କଟକଣା ଲଗାଯାଇଛି । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବା ସହ ବାହାରେ ଆଵର୍ଜନା ବା ଢାବାରେ କୋଇଲା ଜାଳିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି ।

ରାଜ୍ୟକୁ ଅସ୍ତବ୍ୟସ୍ତ କଲାଣି ପ୍ରଦୂଷଣ... ଭୁବନେଶ୍ଵରରେ ଦିନ ୧୧ଟା ଯାଏଁ ଧୂଆଁମୟ । ସୂର୍ଯ୍ୟ ଦେବଙ୍କର ଦର୍ଶନ ମିଳୁନି । ବାୟୁ ପ୍ରଦୂଷଣ ସ୍ତର କଥା କହିଲେ, ଦେଶର ରାଜଧାନୀ ଦିଲ୍ଲୀ ଭଳି ବେହାଲ୍ ସ୍ଥିତିରେ ପହଞ୍ଚିଗଲାଣି ଆମ ରାଜ୍ୟର ରାଜଧାନୀ । ସ୍ଥିତି ସଂକଟାପନ୍ନ ହେବା ଆଗରୁ ରାଜ୍ୟ ସରକାର ଲଗାଇଛନ୍ତି କଟକଣା ।

ବାଲି, ମାଟି, ଡଷ୍ଟ ଆଦି ପରିବହନ କରୁଥିବା ଟ୍ରକ୍ ଗୁଡ଼ିକ ଉପରେ କଭର ନ କରି ଭୁବନେଶ୍ଵର-କଟକ ଟ୍ୱିନ୍ ସିଟି ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ଜାତୀୟ ରାଜପଥ ଉପରେ ଦିନକୁ ୩ ଥର ପାଣି ସିଞ୍ଚନ ହେବ, ମ୍ୟୁନିସିପାଲଟି ଅଂଚଳରେ ଭଙ୍ଗାରୁଜା କାମ ବନ୍ଦ କରାଯିବ । କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଓ RTOକୁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ଭିତରେ ପ୍ରଦୂଷଣ ନେଇ ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଭୁବନେଶ୍ୱରର ସ୍ଥିତି ଦେଖି BMC ବି କଡ଼ା ନିୟମ ଲଗାଇଛି।

BMC ନିର୍ଦ୍ଦେଶ ମୁତାବକ
ପ୍ରଦୂଷଣ ଅଧିକ ରହୁଥିବା ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ପ୍ରତି ୩, ୪ ଘଣ୍ଟାକୁ ଥରେ ପାଣି ସିଞ୍ଚନ ହେବ ।
ହୋଟେଲ୍, ଢାବା ଆଦିରେ କୋଇଲା ବା କାଠ ଜାଳେଣି ବ୍ୟବହାର ବନ୍ଦ ।
ବାହାରେ ନିଆଁ ଜାଳିଲେ ୫ ହଜାର ଟଙ୍କା ପଡ଼ିବ ଫାଇନ୍ ।
ଆମ ବସ୍ ଡିପୋ ସହ ବସ୍ ଷ୍ଟାଣ୍ଡରେ ପାଣି ସିଞ୍ଚନ କରାଯିବ, ବସ୍ ଗୁଡ଼ିକୁ ଠିକ୍ ଭାବେ ଧୁଆଯିବ
ମାର୍ଚ୍ଚ ପର୍ଯ୍ୟନ୍ତ ପିକନିକ୍ ସ୍ଥଳରେ କଠିନ ଜାଳେଣି ବ୍ୟବହାର ହୋଇପାରିବ ନାହିଁ
ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ପରିଷ୍କାର ଜାଳେଣି ବ୍ୟବହାର ପାଇଁ ସବୁ BEO ଓ ସ୍କୁଲଗୁଡ଼ିକୁ ଚିଠି କରିଛି BMC ନିର୍ମାଣାଧୀନ ଅଞ୍ଚଳରେ ଗ୍ରୀନ୍ କଭର ନ ଲଗାଇଲେପ୍ଲାନ୍ ଆପ୍ରୁଭାଲ୍ ବାତିଲ ହେବ

ଗତ 3 ବର୍ଷର ତାଳଚେର, ଅନୁଗୁଳ, ଭୁବନେଶ୍ୱର, କଟକ, ବାଲେଶ୍ୱର ଓ ବାରିପଦା ଭଳି ସହରର ପ୍ରଦୂଷଣ ମାତ୍ରା ଉପରେ ଥିଲା । ପ୍ରତିବର୍ଷ ଏହା ବଢ଼ି ବଢ଼ି AQI ଅତ୍ୟନ୍ତ ଖରାପ ସ୍ଥିତିରେ ପହଁଚିଛି । ଏହାକୁ ତୁରନ୍ତ ପ୍ରତିହତ ନ କଲେ ଆଗକୁ ଦିଲ୍ଲୀ ଭଳି ସଂକଟାପନ୍ନ ସ୍ଥିତି ଉପୁଜିବ ଏଥିରେ ସନ୍ଦେହ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Air Pollution | Air Pollution Turns Critical, Government Concern Grows | Argus News