Videos
|
Weather-calamities

Andaman Weather Update / ଆସନ୍ତାକାଲି ଲଘୁଚାପର ରୂପ ନେବ ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ଥିବା ଘୂର୍ଣ୍ଣିବଳୟ

Ritu Das
Browse all articles by Ritu Das
·1 hour ago·2 min read
ଆସନ୍ତାକାଲି ଲଘୁଚାପର ରୂପ ନେବ ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ଥିବା ଘୂର୍ଣ୍ଣିବଳୟ
India

Key Points

ଆସନ୍ତାକାଲି ଏହା ଲଘୁଚାପର ରୂପ ନେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ- IMD
ଦକ୍ଷିଣ-ପୂର୍ବ ଓ ଏହା ସଂଲଗ୍ନ ପୂର୍ବ-କେନ୍ଦୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ରହିଥିବା ଘୂର୍ଣ୍ଣିବଳୟର ସାଟେଲାଇଟ୍ ଚିତ୍ର । ଆସନ୍ତାକାଲି ଏହା ଲଘୁଚାପର ରୂପ ନେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ- IMD । ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଏହା ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ପହଞ୍ଚିବ ଏବଂ ଲଘୁଚାପରେ ପରିଣତ ହେବ । ଏହି ଲଘୁଚାପ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୩ ଦିନ ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବ।

ଏହାର ପ୍ରଭାବରେ ଆଗାମୀ ୨୬ ତାରିଖ ବେଳକୁ- ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି। 

ଅକ୍ଟୋବର ୨୭ ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହିଦିନ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।

ଯଦିଓ କାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ରଟି ବାତ୍ୟାରେ ପରିଣତ ହେବା ନେଇ IMD କୌଣସି ପୂର୍ବାନୁମାନ କରିନାହିଁ, କିନ୍ତୁ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍ ଓ ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ପାଣିପାଗ ପ୍ରଣାଳୀଟି ଅଧିକ ଘନୀଭୂତ ହେବା ପାଇଁ ଅନୁକୂଳ ପରିବେଶ ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅକ୍ଟୋବର ୨୦ରେ ଜାରି ଗ୍ଲୋବାଲ୍ ଟ୍ରପିକାଲ୍ ହାଜାର୍ଡସ୍ ଆଉଟଲୁକ୍ ଅନୁଯାୟୀ- ଆଗାମୀ ସପ୍ତାହରେ ଏକ ଉଷ୍ଣମଣ୍ଡଳୀୟ ଘୂର୍ଣ୍ଣିବାତ୍ୟା ଗଠନର ୬୦% ସମ୍ଭାବନା ରହିଛି। ଅକ୍ଟୋବର ୨୪ ବେଳକୁ ବାତ୍ୟା ସ୍ତରରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା । ଭାରତ ମହାସାଗର ଉପରେ ସକ୍ରିୟ ମ୍ୟାଡେନ୍-ଜୁଲିଆନ୍ ଅସିଲେସନ୍ (MJO) ଏହି ପ୍ରଣାଳୀର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି।

ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ଥିବା ଘୁର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୬ ରୁ ୨୭ ଅକ୍ଟୋବର ମଧ୍ୟରେ ଅଧିକ ଶକ୍ତିଶାଳୀ ହୋଇପାରେ।
ଅଧିକାଂଶ ମଡେଲରେ ଏହି ପାଣିପାଗ ବ୍ୟବସ୍ଥାଟି ଉତ୍ତର-ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ-ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସଙ୍କେତ ମିଳୁଛି । ହେଲେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ତୀବ୍ରତା, ଗତିପଥ ଓ ସମ୍ଭାବ୍ୟ ସ୍ଥଳଭାଗ ସ୍ପର୍ଶ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି କୁହାଯାଉଛି ।