Heavy Rain Alert / ଆସୁଛି ଆଉ ଏକ ଲଘୁଚାପ: ରାଜ୍ୟରେ ହେବ ପ୍ରବଳ ବର୍ଷା...
·1 hour ago·2 min read

Key Points
ଆସୁଛି ଲଘୁଚାପ । ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହ ରେ ସୃଷ୍ଟି ହେବ ଲଘୁଚାପ।୧୨ ଅକ୍ଟୋବର ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଉପରି ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଗୋଟିଏ ଲଘୁଚାପ ଜନିତ ବର୍ଷା କମିନଥିବାବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ । ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ସୃଷ୍ଟି ହେବ ଲଘୁଚାପ । ୧୨ ଅକ୍ଟୋବର ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଉପରି ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୩ ଅକ୍ଟୋବର ପାଖାପାଖି ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି।''ଏଥିସହିତ, ସପ୍ତାହର ଶେଷ ଅର୍ଥାତ୍ ୧୫ ଅକ୍ଟୋବର ପାଖାପାଖି ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା କମ୍ ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।''
କେବଳ ସେତିକି ନୁହେଁ, ବର୍ତ୍ତମାନ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବୈତରଣୀ, ସାଳନ୍ଦୀ ଓ ଶାଖା ନଦୀ କୋଚିଳା, ରେବ, କପାଳୀ ଓ ନାଳିଆ ନଦୀରେ ବନ୍ୟା ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ଏତେ ବଡ଼ ବନ୍ୟା ସୃଷ୍ଟି ହୋଇଛି ଯେ ଜିଲ୍ଲାର ୭ଟି ବ୍ଲକ ପ୍ରଭାବିତ ହୋଇଛି । ପ୍ରାୟ ୮୧ଟି ପଞ୍ଚାୟତର ୨୦୫ରୁ ଊର୍ଦ୍ଧ୍ଵ ଗାଁ ବନ୍ୟା ଜଳରେ ପ୍ରଭାବିତ ହୋଇଛି । ଜିଲ୍ଲାରେ ପାଖାପାଖି ୨ ଲକ୍ଷରୁ ଊର୍ଦ୍ଧ୍ଵ ଲୋକମାନେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା।''
ଏଥିସହ ପଢ଼ନ୍ତୁ: ସତର୍କ ସୂଚନା: ଆଉ କିଛି ସମୟ ପରେ ଏହି ୨୨ ରାଜ୍ୟରେ ପ୍ରବଳ ବର୍ଷା !
.ବର୍ଷା ଉଜାଡିଛି ଜୀବନ ଜୀବିକା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନସ୍ଥ ଖପରପଦା ପଞ୍ଚାୟତର ଲୁଣିଆ ଗ୍ରାମର ସାଶନ ସାହିରେ ବନ୍ୟା ଜଳ ଗାଁରେ ଏବେ ବି ୨ ଫୁଟ ଉପରେ ପ୍ରବାହିତ ହେଉଛି । ଗାଁରୁ ଲୋକମାନେ ବାହାରିବାକୁ ହେଲେ ବନ୍ୟା ପାଣି ଭିତରେ ପଶି ଯିବାକୁ ପଡୁଛି । ବିଶେଷ କରି ନାଳିଆ ନଦୀରେ ଆଙ୍କପଦା ନିକଟରେ ଏକ ବଡ଼ ଘାଇ ସୃଷ୍ଟି ହେବା ଦ୍ୱାରା ସେହି ନଦୀର ପାଣି ସିଧା ଏହି ଗାଁକୁ ପ୍ରବେଶ କରୁଛି । ଯାହା ଫଳରେ ବନ୍ୟା ପାଣି ଏହି ଗାଁ ଚାରିପାଖେ ମାଡ଼ି ରହିଛି । ଏହି ବନ୍ୟାରେ ଅନେକ ଘର, ଚାଷ ଜମି, ପନିପରିବା ଚାଷ ବି ନଷ୍ଟ ହୋଇଛି । ଏବେବି ଅନେକ ଗାଁରେ ଜଳବନ୍ଦୀ ଜୀବନ ବିତାଉଛନ୍ତି ବନ୍ୟା ବିପନ୍ନ । ବନ୍ୟାର ପ୍ରକୋପ ଉପରେ ଛାଡି ଯାଇଥିବା ବେଳେ ତଳିଆ ଅଞ୍ଚଳରେ ଏବେ ବି ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ।''
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
Related Topics
Explore more stories