Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather Alert / ଭୋର ସମୟରେ ଅନାବଶ୍ୟକ ଯାତ୍ରା କରନ୍ତୁ ନାହିଁ

Rashmita Mishra
Browse all articles by Rashmita Mishra
·6 months ago·2 min read
ଭୋର ସମୟରେ ଅନାବଶ୍ୟକ ଯାତ୍ରା କରନ୍ତୁ ନାହିଁ
Weather Alert

Key Points

ରାଜ୍ୟରେ ଜାରି ରହିଛି ଶୀତ ଲହରୀ । 
ଘନ କହୁଡ଼ି ପାଇଁ ରାଜ୍ୟର ୬ ଜିଲ୍ଲାର ଆରଟିଓଙ୍କୁ ମାର୍ଗଦର୍ଶିକା କରିଛି ।

ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଭାରତୀୟ ପାଣିପାଗ ବିଭାଗର କୁହୁଡ଼ି ସତର୍କତାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ସତର୍କତାମୂଳକ ପଦକ୍ଷେପ ନେଇଛି । ବିଭାଗ ଘନ କହୁଡ଼ି ପାଇଁ ରାଜ୍ୟର ୬ ଜିଲ୍ଲାର ଆରଟିଓଙ୍କୁ ମାର୍ଗଦର୍ଶିକା ଜାରି କରିଛି ।

ଏହି ୬ ଜିଲ୍ଲା ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର । ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ଜାରି ମାର୍ଗଦର୍ଶିକା ଅନୁସାରେ, ଘନ କୁହୁଡ଼ି ପାଇଁ ଏହି ୬ ଜିଲ୍ଲାର ଆରଟିଓମାନଙ୍କୁ ଦୁର୍ଘଟଣା ନିବାରଣ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥାତ୍ ଏହି ୬ ଜିଲ୍ଲାରେ ସଚେତନତା ଓ ଚେକିଂ କଡ଼ା କଡ଼ି କରାଯିବ। ବାଣିଜ୍ୟିକ ଯାନରେ ହେଡ୍ ଲାଇଟ୍, ବ୍ରେକ୍ ଲାଇଟ୍, ରିଫ୍ଲେକ୍ଟର ବ୍ୟବହାର କରନ୍ତୁ, ଭୋର ସମୟରେ ଅନାବଶ୍ୟକ ଯାତ୍ରା ଏଡ଼ାନ୍ତୁ, ଅଭିଜ୍ଞ ଚାଳକଙ୍କୁ ନିଯୁକ୍ତ କରନ୍ତୁ ବୋଲି ମଧ୍ୟ ମାର୍ଗଦର୍ଶିକାରେ କୁହାଯାଇଛି ।

ସୂଚନା ଅନୁସାରେ, ସୁରକ୍ଷିତ ଯାତ୍ରା ପାଇଁ ମଧ୍ୟ ଏକ ମାର୍ଗଦର୍ଶିକାରେ ଜାରି କରାଯାଇଛି । ଯେଉଁଥିରେ ଦୃଶ୍ୟମାନତା ଅନୁସାରେ ଧୀର ଗତିରେ ଗାଡ଼ି ଚାଳନା, ଲୋ-ବିମ୍ ହେଡଲାଇଟ୍ ବ୍ୟବହାର କରିବା, ସାମ୍ନାରେ ଥିବା ଗାଡ଼ିଠୁ ନିରାପଦ ଦୂରତା ବଜାୟ ରଖିବା, ପାର୍କିଂ ଲାଇଟ୍ ଏବଂ ଟେଲ୍ ଲାଇଟ୍ ସଠିକ ଭାବେ ଚାଲୁ ରଖିବା, ଘାଟି ତଥା ମୋଡ଼ରେ ସାବଧାନତା ସହ ଆଗକୁ ବଢ଼ିବା, ଯଦି ଦୃଶ୍ୟମାନତା କମ୍ ହୁଏ ତେବେ ଗାଡ଼ି ନ ଚଳାଇ ସୁରକ୍ଷିତ ସ୍ଥାନରେ ପାର୍କିଂ କରିବାକୁ ପରାମର୍ଶ ଦିଆଯାଇଛି।

ଏଥିସହ ହାଇ ବିମ୍ ବ୍ୟବହାର କରନ୍ତୁ ନାହିଁ, କୁହୁଡ଼ିରେ ଓଭରଟେକ୍ କରନ୍ତୁ ନାହିଁ, ହଠାତ୍ ବ୍ରେକ୍ ମାରନ୍ତୁ ନାହିଁ, ମଦ୍ୟପାନ କିମ୍ବା କ୍ଳାନ୍ତ ଅବସ୍ଥାରେ ଗାଡ଼ି ଚାଳନା କରନ୍ତୁ ନାହିଁ, ରାସ୍ତା ମଝିରେ ଯାନ ରଖନ୍ତୁ ନାହିଁ ବୋଲି ମଧ୍ୟ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି।

ବାଣିଜ୍ୟିକ ଯାନରେ ହେଡ୍ ଲାଇଟ୍, ବ୍ରେକ୍ ଲାଇଟ୍, ରିଫ୍ଲେକ୍ଟର ବ୍ୟବହାର କରନ୍ତୁ, ଭୋର ସମୟରେ ଅନାବଶ୍ୟକ ଯାତ୍ରା ଏଡ଼ାନ୍ତୁ, ଅଭିଜ୍ଞ ଚାଳକଙ୍କୁ ନିଯୁକ୍ତ କରନ୍ତୁ ବୋଲି ମଧ୍ୟ ମାର୍ଗଦର୍ଶିକାରେ କୁହାଯାଇଛି। ଘନ କୁହୁଡିରେ ନିହାତି ଦରକାର ନ ଥିଲେ ଯାତ୍ରା କରନ୍ତୁ ନାହିଁ। ଏହାର ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣର ବରିଷ୍ଠ ଅଧିକାରୀ, ଉପ ପରିବହନ ଆୟୁକ୍ତ ଏବଂ ଆରଟିଓ ମାନଙ୍କୁ ନେଇ ଏକ ଭର୍ଚ୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Alert | Avoid Unnecessary Travel During Early Morning Hours: Safety Advisory | Argus News