Videos
|
Weather-calamities

Odisha Weather / ଜଳବନ୍ଦୀରେ ବାଲେଶ୍ୱର-ଭଦ୍ରକ-ଯାଜପୁର ସହର, ସବୁ ସ୍କୁଲ ଛୁଟି

Rashmita Mishra
Browse all articles by Rashmita Mishra
·1 hour ago·2 min read
ଜଳବନ୍ଦୀରେ ବାଲେଶ୍ୱର-ଭଦ୍ରକ-ଯାଜପୁର ସହର, ସବୁ ସ୍କୁଲ ଛୁଟି
Odisha Weather

Key Points

ବୁଡ଼ିଲା ବାଲେଶ୍ୱର ସହର
ଲଘୁଚାପ ବର୍ଷାରେ ଉବୁଟୁବୁ ଉତ୍ତର ଓଡ଼ିଶା
ଜଳବନ୍ଦୀରେ ବାଲେଶ୍ୱର-ଭଦ୍ରକ-ଯାଜପୁର
ପାଣି ଘେରରେ ସହର, ସ୍କୁଲକୁ ଛୁଟି 

ବୁଡ଼ିଲା ବାଲେଶ୍ଵର... ଲଘୁଚାପ ଜନିତ ବର୍ଷାରେ ଉବୁଟୁବୁ ବାଲେଶ୍ଵର ସହର । ସହର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ବାଲେଶ୍ଵର ସହର ବାସିନ୍ଦା । ଗତକାଲି ଠାରୁ ଲଗାଣ ବର୍ଷା ଫଳରେ ବାଲେଶ୍ଵର ସହରର ବିଭିନ୍ନ ଗଳିକନ୍ଦି ରାସ୍ତା ଉପରେ ୨ ଫୁଟ ଉପରେ ପାଣି ଜମିଛି ।

ଏହା ସହ ସହରର ପ୍ରମୁଖ ସ୍ଥାନ ଓଟି ରୋଡ, ଗୁଡ଼ିପଦା, କଂଗ୍ରେସ ଅଫିସ ଲେନ୍ ସହ ବିଭିନ୍ନ ସ୍ଥାନରେ ମଧ୍ୟ ଜଳବନ୍ଦୀ ଘେରରେ ଲୋକେ। ଅନେକ ଲୋକଙ୍କ ଘର ଭିତରେ ମଧ୍ୟ ପାଣି ପଶି ଥିବା ବେଳେ ହୋଟେଲ ମାନଙ୍କ ଭିତରେ ମଧ୍ୟ ପାଣି ପଶିଥବା ର ଦେଖିବାକୁ ମିଳୁଛି ।

ସେହିପରି ନୀଳଗିରି ସହର ଓ ଆଖପାଖରେ ଲୋକଙ୍କ ଘରେ ପଶିଲା ପାଣି । ସହରର ଘାଟଘର ସାହି, କଦମସାହି, ବାଣପୁର, ଛୋଟକାନପୂର, ପୋଡାସୁଳ, ଡାହିସାହିରେ କିଛି ଲୋକଙ୍କ ଘରେ ପାଣି ପଶିଛି । ସେପଟେ ବିପଦ ସଙ୍କେତ ଉପରେ ଜଳକା ।

ବାଲେଶ୍ଵର ଜିଲ୍ଲା ବସ୍ତା ମଥାନୀଠାରେ ସତର୍କ ସୂଚନା ୬.୦୦ ମିଟର ଥିଲାବେଳେ ବିପଦ ସଂକେତ ୬.୫୦ ମିଟର ରହିଛି । ସକାଳ ୬ଟା ସୁଦ୍ଧା ୬.୫୦ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି । ଲଗାଣ ବର୍ଷା ଯୋଗୁଁ ଜଳକାର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୁରୁଡା, ଚିତ୍ରଡା, ରାସଗୋବିନ୍ଦପୁର, ଚିତ୍ରଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଫଳରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି ।

ଖାଲି ବାଲେଶ୍ଵର ନୁହେଁ ଭଦ୍ରକରେ ମଧ୍ୟ ଲଘୁଚାପ ବର୍ଷା ପ୍ରଭାବରେ ରାତି ସାର ବର୍ଷା । ଭଦ୍ରକ ଟାଉନ ସମେତ ଜିଲ୍ଲାରେ ଧାମନଗର ଓ ଭଣ୍ଡାରିପୋଖରୀ ଅଞ୍ଚଳରେ ଗତକାଲି ରାତି ଠାରୁ ଲାଗି ରହିଛି ବର୍ଷା । ପବନ ଓ ବିଜୁଳି ଘଡଘଡି ପ୍ରଭାବରେ ଜନ ଜୀବନ ଅସ୍ତବ୍ୟସ୍ତ ସହ ଚାଷ ଜମି ବୁଡିଛି । ସେପଟେ ଗ୍ରାମାଞ୍ଚଳ ଥିବା ବିଭିନ୍ନ ନାଳ ମାନଙ୍କରେ ପାଣି ଜମି ରହିଥିବା ଦେଖିବା ପାଇଁ ମିଳିଛି ।

ଲଗୁଚାପ ଜନିତ ଲଗାଣ ବର୍ଷା ଜିଲ୍ଲାରେ ଲାଗି ରହିଥିବାରୁ ଆଜି ଗୋଟାଏ ଦିନ ସରକାରୀ ସ୍କୁଲ, ବେସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଓ ଆଡେଡ଼ ସ୍କୁଲ କୁ ଛୁଟି ଘୋଷଣା କରିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ।

ସେପଟେ ଯାଜପୁର ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା। ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି । ବିଶେଷ କରି ଯାଜପୁର, ଦଶରଥପୁର, ବିଂଝାରପୁର, ବରୀ ଆଦି ସ୍ଥାନରେ ବର୍ଷା ଜାରି ରହିଥିବାରୁ ରାସ୍ତାଘାଟରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

କେତେକ ତଳିଆ ଅଞ୍ଚଳରେ ଓ ବସ୍ତି ଅଞ୍ଚଳ ଗୁଡିକରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୁଆଖିଆ-ଯାଜପୁର ରାସ୍ତାରେ ଲଳିତେଶ୍ୱର ଛକ ନିକଟରେ ବର୍ଷା ପାଣି ଜମି ରହିଥିବା ବେଳେ ଜଳମଗ୍ନ ରାସ୍ତା ତଳେ ଥିବା ଅଜଣା ଗର୍ତ୍ତରେ ପଡ଼ି ଏକ ମାଲବାହୀ ଅଟୋ ପଲଟିଯାଇଥିଲା। ତେବେ ଅଳ୍ପକେ ଚାଳକଙ୍କ ଜୀବନ ବର୍ତ୍ତିଯାଇଛି । ରାସ୍ତାରେ ଜମିଥିବା ପାଣି ଯୋଗୁଁ ଏହି ଅଞ୍ଚଳରେ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଛି । ସ୍ଥାନୀୟ ଲୋକେ ତୁରନ୍ତ ଜଳ ନିଷ୍କାସନ ଓ ରାସ୍ତାର ମରାମତି ପାଇଁ ପ୍ରଶାସନର ହସ୍ତକ୍ଷେପ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: