Weather Update / ବଙ୍ଗୋପସାଗରରେ ଲଘୁଚାପ ! ୧୧ ରୁ ପ୍ରବଳ ଛେଚିବ
·4 months ago·2 min read

Key Points
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ।
୧୧ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ।
କେଉଁ ଦିଗରେ ଗତି କରିବ ଓ ପ୍ରଭାବ କ’ଣ ରହିବ ସ୍ପଷ୍ଟ ହୋଇନି ।

ଗୋଟିଏ ପଟେ ବାତ୍ୟାକୁ ନେଇ ଆଶଙ୍କା ଥିବାବେଳେ, ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ଭିଜୁଛି ରାଜ୍ୟ । ଆଗାମୀ ୨ ରୁ ୩ ଦିନ ପରେ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ...ବାତ୍ୟାକୁ ନେଇ ବଢୁଛି ଶଙ୍କା ।
ୟାରି ଭିତରେ ଆସିଛି ବାତ୍ୟାକୁ ନେଇ ବଡ ଅବଡେଟ୍ । ଦକ୍ଷିଣ ଆଣ୍ଡାମାନ ସାଗରରେ ବର୍ତ୍ତମାନ ସକ୍ରିୟ ରହିଥିବା ଘୁର୍ଣ୍ଣିବଳୟ ଆସନ୍ତା ୧୨ ତାରିଖ ବେଳକୁ ଲଘୁଚାପର ରୂପ ନେବ । ଏହା ପରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ହେବାର ସମ୍ଭାବନା ରହିଛି । ତେବେ ଏହା ଦିଗ ଉତ୍ତର ଉତ୍ତର ପୂର୍ଵ ଆଡ଼କୁ ରହିଛି ଯାହାକି ତାମିଲନାଡୁ ପଟକୁ ଦେଖାଉଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ।
ଅନ୍ୟପଟେ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ । ତୁହାକୁ ତୁହା କାଳବୈଶାଖୀ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଦିନରେ ପ୍ରବଳ ଖରା ଗରମ ପରେ ଅପରାହ୍ନରେ ହେଉଚି ବର୍ଷା । ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,,ଆସନ୍ତା ୧୨ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ସମ୍ଭାବନା
ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ବିଜୁଳି ଘଡଘଡି ସହ ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୩୦ ଜିଲ୍ଲାକୁ ଆଲର୍ଟ ଜାରି ହୋଇଥିବା ବେଳେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ,ସୁନ୍ଦରଗଡ ଓ କେଉଁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ବାକି ୨୫ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଏଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ୫ ଟି ଜିଲ୍ଲାରେ ୩୯ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ମଲକନଗିରିରେ ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଆସନ୍ତା ୧୩ ତାରିଖରୁ ବଢିବ ଦିନ ତାପମାତ୍ରା । ୧୫ ତାରିଖରେ ଆଭ୍ୟନ୍ତରୀଣ ଓଡିଶାରେ ୪୩ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ବେଳେ ୧୭, ୧୮ ବେଳକୁ ଉପକୂଳରେ ମଧ୍ୟ ବଢିବ ପାରଦ ।

Related Topics
Explore more stories