Cyclone Alert / ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ…୨୬ ବେଳକୁ ନେଇପାରେ ବାତ୍ୟାର ରୂପ
·1 hour ago·2 min read

Key Points
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ଆସନ୍ତାକାଲି ଅଧିକ ଘନୀଭୂତ ହେବାପରେ ୨୬ ବେଳକୁ ନେଇପାରେ ବାତ୍ୟାର ରୂପ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଆସନ୍ତାକାଲି ଅଧିକ ଘନୀଭୂତ ହେବାପରେ ୨୬ ବେଳକୁ ନେଇପାରେ ବାତ୍ୟାର ରୂପ। ଅକ୍ଟୋବର ଶେଷ ସପ୍ତାହରେ ପୁଣି ଥରେ ବଙ୍ଗୋପସାଗର ଅଶାନ୍ତ ହେବାରେ ଲାଗିଛି। ଆଣ୍ଡାମାନ ସାଗର ନିକଟରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହା କ୍ରମଶଃ ଘନୀଭୂତ ହୋଇ ଆଗାମୀ ଦିନରେ ଏକ ଭୀଷଣ ରୂପ ନେଇପାରେ।
ଥାଇଲାଣ୍ଡ ଓ ମିଆଁମାର ସଂଲଗ୍ନ ଅଞ୍ଚଳରୁ ଆସିଥିବା ଘୂର୍ଣ୍ଣିବଳୟଟି ଉତ୍ତର ଆଣ୍ଡାମାନ ସାଗରରେ ପହଞ୍ଚିବା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି କରୁଛି। ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ତେବେ ବାତ୍ୟାର ପ୍ରକୃତ ତୀବ୍ରତା, ଗତିପଥ ଏବଂ ଏହା କେଉଁ ସ୍ଥଳଭାଗ ଅତିକ୍ରମ କରିବ ସେନେଇ କୌଣସି ସୂଚନା ନାହିଁ।
ଏହାର ପ୍ରଭାବରେ ଆଗାମୀ ୨୬ ତାରିଖ ବେଳକୁ- ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଅକ୍ଟୋବର ୨୭ ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହିଦିନ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦିଓ କାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ରଟି ବାତ୍ୟାରେ ପରିଣତ ହେବା ନେଇ IMD କୌଣସି ପୂର୍ବାନୁମାନ କରିନାହିଁ, କିନ୍ତୁ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍ ଓ ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ପାଣିପାଗ ପ୍ରଣାଳୀଟି ଅଧିକ ଘନୀଭୂତ ହେବା ପାଇଁ ଅନୁକୂଳ ପରିବେଶ ରହିଛି।
Related Topics
Explore more stories