Videos
|
Weather-calamities

Nature Surprise / ବଣାଇରେ ପ୍ରକୃତିର ଅଜବ ଖେଳ…ଗୋଟିଏ ପଟେ ବର୍ଷା ଚାଲିଥିବା ବେଳେ ଅନ୍ୟପଟେ ଘୋଟି ଆସିଲା ଘନ କୁହୁଡ଼ି

Ritu Das
Browse all articles by Ritu Das
·1 hour ago·2 min read
ବଣାଇରେ ପ୍ରକୃତିର ଅଜବ ଖେଳ…ଗୋଟିଏ ପଟେ ବର୍ଷା ଚାଲିଥିବା ବେଳେ ଅନ୍ୟପଟେ ଘୋଟି ଆସିଲା ଘନ କୁହୁଡ଼ି
Odisha

Key Points

ଆଜି ସକାଳୁ ବଣାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ
ଆଜି ସକାଳୁ ବଣାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ। ଶ୍ରାବଣ-ଭାଦ୍ରବର ବର୍ଷା ଭିତରେ ଚାରିଆଡ଼େ ଛାଇ ଯାଇଛି ପ୍ରଥମ କୁହୁଡ଼ି। କିଛି ସ୍ଥାନରେ କୁହୁଡ଼ିର ପରସ୍ତ ଏତେ ଗାଢ଼ ଥିଲା ଯେ, ନିକଟରେ ଥିବା ବୃକ୍ଷ ଗୁଡ଼ିକ ମଧ୍ୟ ଦୃଶ୍ୟମାନ ହେଉନଥିଲା। ବଣାଇ ଅଞ୍ଚଳରେ ସାଧାରଣତଃ କୁହୁଡ଼ି ଅଧିକ ରହିଥାଏ, ମାତ୍ର ବର୍ଷା ଚାଲିଥିବା ସମୟରେ ଏତେ ଶୀଘ୍ର କୁହୁଡ଼ି ଆସିବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଋତୁ ବଦଳିବା ପୂର୍ବରୁ ବୋଧହୁଏ ବଦଳିଯାଇଛି ପ୍ରକୃତିର ମିଜାଜ୍। ଘନ ସବୁଜିମା ଓ ପାହାଡ଼ ଘେରା ବଣାଇରେ ଆଜି ଦେଖିବାକୁ ମିଳିଛି ଏକ ସମ୍ପୂର୍ଣ୍ଣ ଭିନ୍ନ ସକାଳ। ଝିପିଝିପି ବର୍ଷା ସାଙ୍ଗକୁ ଚାରିଆଡ଼େ ଘୋଟି ଯାଇଛି ସକାଳର ପ୍ରଥମ କୁହୁଡ଼ି। ସାଧାରଣତଃ ଶୀତଦିନେ ବଣାଇ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥାଏ। ମାତ୍ର ବର୍ଷା ଛାଡ଼ିନଥିବା ବେଳେ ଏଭଳି କୁହୁଡ଼ି ଆସିବା ଏକ ପ୍ରକାର ଭ୍ରମ ସୃଷ୍ଟି କରିଛି। ସକାଳୁ ଦୃଶ୍ୟମାନତା କମିଯିବାରୁ କିଛି ସ୍ଥାନରେ ଗଛ ମଧ୍ୟ ସ୍ପଷ୍ଟ ଦେଖାଯାଉନଥିଲା।

ବର୍ଷା ଓ କୁହୁଡ଼ିର ଏହି ନିଆରା ସଙ୍ଗମକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ପ୍ରକୃତିର ଏହି ମନୋରମ ରୂପକୁ ବେଶ୍ ଉପଭୋଗ ମଧ୍ୟ କରିଛନ୍ତି।

  • ବର୍ଷା ଦିନରେ କୁହୁଡ଼ି କାହିଁକି ହୁଏ? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ସାଧାରଣତଃ କୁହୁଡ଼ି କହିଲେ ଆମ ମନକୁ ଶୀତଦିନର ସକାଳ କଥା ଆସେ। ହେଲେ ବେଳେବେଳେ ବର୍ଷା ଋତୁରେ ମଧ୍ୟ ସକାଳୁ କୁହୁଡ଼ି କିମ୍ବା ଘନ ଧୂଆଁ ଭଳି ପରିବେଶ ଦେଖିବାକୁ ମିଳେ। ଏହା ଅସ୍ୱାଭାବିକ ନୁହେଁ। ବାୟୁରେ ଅଧିକ ଆର୍ଦ୍ରତା, ତାପମାତ୍ରାର ପରିବର୍ତ୍ତନ ଏବଂ ପବନର ବେଗ କମ୍ ରହିବା ଭଳି ପରିସ୍ଥିତି ଏଥିପାଇଁ ଦାୟୀ ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ବର୍ଷା ପରେ କୁହୁଡ଼ି କାହିଁକି ହୁଏ?

ବର୍ଷା ହେବା ପରେ ମାଟି, ଗଛପତ୍ର, ରାସ୍ତା ଏବଂ ଜଳାଶୟରୁ ବାୟୁକୁ ଅଧିକ ଜଳୀୟବାଷ୍ପ ମିଳେ। ଫଳରେ ବାୟୁର ଆର୍ଦ୍ରତା ବଢ଼ିଯାଏ। ଯଦି ଏହା ପରେ ତାପମାତ୍ରା କମିଯାଏ, ତେବେ ବାୟୁରେ ଥିବା ଜଳୀୟବାଷ୍ପ ଘନୀଭୂତ ହୋଇ କ୍ଷୁଦ୍ର ଜଳକଣାରେ ପରିଣତ ହୁଏ। ଏହି ଜଳକଣା ଭୂମି ନିକଟରେ ଭାସି ରହିଲେ କୁହୁଡ଼ି ଦେଖାଯାଏ।

  • ତାପମାତ୍ରା ଓ ଆର୍ଦ୍ରତାର ରହିଛି ବଡ଼ ଭୂମିକା

କୁହୁଡ଼ି ସୃଷ୍ଟି ପାଇଁ କେବଳ ବର୍ଷା ହେବା ଯଥେଷ୍ଟ ନୁହେଁ। ବାୟୁର ତାପମାତ୍ରା ଯେତେବେଳେ ଶିଶିରାଙ୍କ (Dew Point) ନିକଟକୁ ଆସେ, ବାୟୁ ପ୍ରାୟ ସନ୍ତୃପ୍ତ ହୋଇଯାଏ ଏବଂ ଜଳୀୟବାଷ୍ପ ଘନୀଭୂତ ହୋଇ କୁହୁଡ଼ି ଗଠନ କରିପାରେ। ଅର୍ଥାତ୍, ବର୍ଷା ପରେ ଅଧିକ ଆର୍ଦ୍ରତା ସହ ତାପମାତ୍ରା ହ୍ରାସ ହେଲେ କୁହୁଡ଼ି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୁଏ

Related Topics

Explore more stories