Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Fog / କୁହୁଡ଼ି ସୃଷ୍ଟି ହେବା ପଛର କାରଣ କ'ଣ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·7 months ago·2 min read
 କୁହୁଡ଼ି ସୃଷ୍ଟି ହେବା ପଛର କାରଣ କ'ଣ ଜାଣନ୍ତୁ...
Fog

Key Points

କାହିଁକି ହୁଏ କୁହୁଡି ?
କେମିତି ସୃଷ୍ଟି ହୁଏ କୁହୁଡି ?
କୁହୁଡି ସୃଷ୍ଟି ହେବା ପଛର କାରଣ କ'ଣ ଜାଣନ୍ତୁ...

ଶୀତ ଆସିଲେ କୁହୁଡି ସୃଷ୍ଟି ହୁଏ । ଗାଁଠୁ ସହର ସବୁଠି କୁହୁଡିର ଚାଦର ଦେଖିବାକୁ ମିଳେ । କୁହୁଡିର ମାତ୍ରା ଏତେ ଅଧିକ ହୁଏ ଯେ ବାଟଘାଟ କିଛି ଦିଶେନି । କୁହୁଡି ପାଇଁ ଅସ୍ତବ୍ୟସ୍ତ ହୁଏ ଜୀବନ, କୁହୁଡିକୁ ଅନେକ ଲୋକ ଉପଭୋଗ କରିଥାନ୍ତି । ଆଉ କେହି କେହି କୁହୁଡିକୁ ନେଇ ରିଲ୍ସ ବି କରନ୍ତି ।

ତେବେ ଆମେ ଶୀତଦିନେ ଦେଖୁଥିବା କୁହୁଡିକୁ ନେଇ ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି, ଯେ କାହିଁକି ହୁଏ କୁହୁଡି ? କେମିତି ସୃଷ୍ଟି ହୁଏ କୁହୁଡି ? କୁହୁଡି ସୃଷ୍ଟି ହେବା ପଛର କାରଣ କଣ ବୋଲି ? ଯଦି ଆପଣଙ୍କ ମନରେ ଏସବୁ ପ୍ରଶ୍ନ ଉଠୁଛି ତାହାଲେ ଜାଣନ୍ତୁ ତାହାର ଉତ୍ତର ।

କୁହୁଡ଼ି କାହିଁକି ହୁଏ ?
କୁହୁଡି ହେଉଛି ଏକ ପ୍ରକାର ଜଳୀୟ ବାଷ୍ପ । ବାୟୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଜଳୀୟ ବାଷ୍ପ କିମ୍ବା ଜଳକୁ ବାଷ୍ପ ଭାବେ ରଖିପାରେ । ତେବେ ଏହିପରି ଭାବେ ଅଧିକରୁ ଅଧିକ ଜଳ ବାୟୁରେ ମିଶିଥାଏ । ଏପରି ମଧ୍ୟ ବାୟୁରେ ଥିବା ଜଳୀୟ ବାଷ୍ପ ପରିମାଣକୁ ଆର୍ଦ୍ରତା କୁହାଯାଏ । ଯେତେବେଳେ ଜଳୀୟ ବାଷ୍ପ ବାୟୁକୁ ସେଞ୍ଚୁରେଟଡ୍‌ କରିବା ଆରମ୍ଭ କରିଥାଏ । ତେଣୁ ଜଳ ବୁନ୍ଦା ତିଆରି ହେବା ଆରମ୍ଭ କରେ, କିମ୍ବା ଗ୍ୟାସରୁ ତରଳ ପଦାର୍ଥରେ ପରିଣତ ହୋଇଯାଏ । ଏହି ଜଳ ବୁନ୍ଦା ତରଳ ପଦାର୍ଥ ବାୟୁରେ ରହିଥାଏ ଏବଂ ଏକ ଘନ କୁହୁଡି ପରି ଦେଖାଯାଏ, ଯାହାକୁ କୁହୁଡି କୁହାଯାଏ ।

କୁହୁଡ଼ିରେ ଥିବା ଜଳ କଣିକା ଯୋଗୁଁ ଆଖପାଖର ଅଞ୍ଚଳ ଦେଖା ଦେବା କଷ୍ଟକର ହୋଇଥାଏ । ଯେତେବେଳେ ଏହିପରି ଅତ୍ୟଧିକ ଥଣ୍ଡା ପାର୍ବତ୍ୟ ଅଞ୍ଚଳରେ ହୁଏ, ସେତେବେଳେ ଜଳ ବୁନ୍ଦା ଫ୍ରିଜ୍ ହୋଇ ବରଫର ଛୋଟ ସ୍ଫଟିକରେ ପରିଣତ ହୁଏ । ତେବେ ଏହାକୁ ଆମେ ସ୍ନୋ ବୋଲି କହିଥାଉ ।

ତେବେ ଏହି ସବୁ ଶୁଣିବା ପରେ ଆପଣଙ୍କ ମନରେ ନିଶ୍ଚିତ ଭାବେ ପ୍ରଶ୍ନ ଆସିଥିବ ଯେ କୁହୁଡି କ’ଣ ? ତେବେ କୁହାଯାଏ ଧୂଆଁ ମଧ୍ୟ କୁହୁଡି ଭଳି ହୋଇଥାଏ । ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ ହେଉଛି ଏହି କୁହୁଡି ଅଧିକ ଘନ ହୋଇଯାଏ । ଏହା ବ୍ୟତୀତ ଶୀତଦିନେ କୁହୁଡ଼ିରେ ଆମକୁ ଭଲ ଭାବେ ଦେଖା ଯାଇଥାଏ । ଯେତେବେଳେ କି ବର୍ଷା ଦିନେ ବାୟୁରେ ଆର୍ଦ୍ରତା ବୃଦ୍ଧି ହେତୁ କୁହୁଡି ସୃଷ୍ଟି ହୁଏ । ପାହାଡ଼ିଆ ଏବଂ ଜଙ୍ଗଲ ଅଞ୍ଚଳରେ କୁହୁଡି ଅଧିକ ଦେଖିବା ପାଇଁ ମିଳିଥାଏ । ତେବେ ଏହିପରି ଭାବେ କୁହୁଡି ସୃଷ୍ଟି ହୋଇଥାଏ ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fog | What Causes Fog to Form? Know the Science Behind It | Argus News