Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather Update / ସହର ଗୁଡ଼ିକ ଘନ କୁହୁଡ଼ିର ଧଳା ଚାଦରରେ ଘୋଡ଼େଇ ରହିଛି

Rashmita Mishra
Browse all articles by Rashmita Mishra
·8 months ago·2 min read
ସହର ଗୁଡ଼ିକ ଘନ କୁହୁଡ଼ିର ଧଳା ଚାଦରରେ ଘୋଡ଼େଇ ରହିଛି

Key Points

ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବି ଥିଲା କୁହୁଡ଼ିର ଆସ୍ତରଣ । ଏପଟେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମିଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ପାରଦ ୨ ଡିଗ୍ରି ବଢ଼ିଛି ।

ଆଜି ସକାଳେ ଘନ କୁହୁଡ଼ିର ଧଳା ଚାଦରରେ ଘୋଡ଼େଇ ହୋଇଥିଲା କୋରାପୁଟ ଓ ସୁନ୍ଦରଗଡ଼ ସହର । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବି ଥିଲା କୁହୁଡ଼ିର ଆସ୍ତରଣ । ଏପଟେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମିଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ପାରଦ ୨ ଡିଗ୍ରି ବଢ଼ିଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସହରର ରାତି ତାପମାତ୍ରା ସ୍ଵାଭାବିକଠୁ ୭ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।

ମଙ୍ଗଳବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସର୍ବନିମ୍ନ ୯.୫ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ୧୧, ଝାରସୁଗୁଡ଼ାରେ ୧୧.୧, ଭଦ୍ରକରେ ୧୧.୪, ରାଉରକେଲାରେ ୧୨.୯, କୋରାପୁଟରେ ୧୩, ସୁନ୍ଦରଗଡ଼ରେ ୧୩.୨, କେନ୍ଦୁଝରରେ ୧୩.୪, ଢେଙ୍କାନାଳ ଓ ଅନୁଗୁଳରେ ୧୩.୬, ଭବାନୀପାଟଣାରେ ୧୪.୮ ଓ ନବରଙ୍ଗପୁରରେ ୧୫ ଡିଗ୍ରୀ ରେକର୍ଡ ହୋଇଛି ।

ଏଥିସହ ପଢ଼ନ୍ତୁ: ପହିଲି ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ 

ବୁଧବାର ରାତିରେ ଫୁଲବାଣୀ, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ । କେନ୍ଦୁଝର ଓ ଅନୁଗୁଳରେ ୧୨ ଡିଗ୍ରୀ, ଢେଙ୍କାନାଳ, କୋରାପୁଟ ଓ ଭଦ୍ରକରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଗୁରୁବାର ରାତିରେ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ । ଝାରସୁଗୁଡ଼ା, ଅନୁଗୁଳ ଓ ରାଉରକେଲାରେ ୧୧ ଡିଗ୍ରୀ ରହିପାରେ । ଶୁକ୍ରବାର ରାତିରେ ଫୁଲବାଣୀରେ ୧୦ ଡିଗ୍ରୀ ଓ ଶନିବାର ରାତିରେ ଫୁଲବାଣୀରେ ୯ ଡିଗ୍ରୀକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬.୩ ଡିଗ୍ରୀ କମି ୧୧.୬ ଡିଗ୍ରୀ ରେକର୍ଡ ହୋଇଥିଲା । ସୋମବାର ଏହା ପୁଣି କମି ୧୧.୧ଡିଗ୍ରୀ ରେକର୍ଡ ହୋଇଛି । ଗତ ୫ ଦିନରେ ଝାରସୁଗୁଡ଼ାରେ ରାତି ତାପମାତ୍ରା ୫.୮ ଡିଗ୍ରୀ ଖସିଲାଣି । ସମ୍ବଲପୁର ଓ ହୀରାକୁଦରେ ୧୫.୬, ଭୁବନେଶ୍ୱରରେ ୧୬.୨, ବାଲେଶ୍ୱରରେ ୧୭.୮, ପାରାଦୀପରେ ୧୮.୭, ଗୋପାଳପୁରରେ ୧୮.୮, ଚାନ୍ଦବାଲିରେ ୧୯.୨ ଓ ପୁରୀରେ ୨୦.୫ ଡିଗ୍ରୀ ରେକର୍ଡ ହୋଇଛି ।

ଆଗକୁ ମଧ୍ୟ ପାରଦ ତଳମୁହାଁ ହେବା ସହ ଥଣ୍ଡା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨ରୁ ୩ ଦିନରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ଫୁଲବାଣୀ ଓ ଝାରସୁଗୁଡ଼ାରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିଛି ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Update | Cities Covered in Thick Fog Blanket | Dense Fog Grips Odisha and Nearby Areas – Argus News | Argus News