Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cold Wave / ଶୀତ ଲହରୀ ପାଇଁ ୧୬ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ ବିଭାଗ

Rashmita Mishra
Browse all articles by Rashmita Mishra
·5 months ago·2 min read
ଶୀତ ଲହରୀ ପାଇଁ ୧୬ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ ବିଭାଗ
Cold Wave

Key Points

ରାଜ୍ୟରେ ପ୍ରବଳ ଜାଡ଼…
ଶୀତ ଲହରୀ ପାଇଁ ୧୬ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ ବିଭାଗ । 
୧୧ ଜିଲ୍ଲାକୁ କୁହୁଡି ପାଇଁ ଆଲର୍ଟ ଜାରି । 

ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ଶୀତ ହେବା ନେଇ ସୂଚନା । ଏହାସହ ୧୬ ଜିଲ୍ଲାକୁ ଶୀତ ଲହରୀ ପାଇଁ ସତର୍କତା ଜାରି କରାଯାଇଛି । ୧୧ ଜିଲ୍ଲାକୁ କୁହୁଡି ପାଇଁ ମଧ୍ୟ ସତର୍କତା ଜାରି କରାଯାଇଛି । ପଶ୍ଚିମରୁ ଉପକୂଳ, ପୂର୍ବରୁ ଦକ୍ଷିଣ ସବୁଠି ହାଡ ଭଙ୍ଗା ଶୀତ ଅନୁଭବ ହୋଇଥିବା ବେଳେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ଶୀତ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ପ୍ରବଳ ଶୀତ ପାଇଁ ରାଜ୍ୟରେ କୋଲଡ ୱେଭ୍ ବା ଶୀତ ଲହରୀ ଜାରି କରିଛି ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ,ଝାରସୁଗୁଡା ,ଅନୁଗୁଳ,ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଟକ,ଯାଜପୁର, ପୁରୀ, ଖୋର୍ଦ୍ଧା କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ମୟୁରଭଞ୍ଜ କେନ୍ଦୁଝର ଓ ଜଗତସିଂହପୁର ଏହି ୧୬ ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଦେଇଛି ପାଣିପାଗ ବିଭାଗ । ଆସନ୍ତା ଦୁଇଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିଯିବ । ଏହା ଶୀତ କମାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଶନିବାର ରାତିରେ ବି ଶୀତ ନାକେଦମ୍ କରିବ । କିନ୍ତୁ ରବିବାରଠାରୁ ଶୀତରେ ସାମୟିକ ବ୍ରେକ୍ ଲାଗିପାରେ । ପଶ୍ଚିମା ଝଡ଼ ପ୍ରଭାବରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମିପାରେ । ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି ।

ଶନିବାର ଫୁଲବାଣୀରେ ୬ଡିଗ୍ରୀ, ରାଉରକେଲାରେ ୭, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୮, ବାରିପଦାରେ ୯, କଟକ ଓ କୋରାପୁଟରେ ୧୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨୦ ତାରିଖ ଯାଏ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯିବ ବୋଲି କୁହାଯାଇଛି । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୫ ଡିଗ୍ରୀ, ଅନୁଗୁଳରେ ୫.୫, କଟକରେ ୪.୪, ବାରିପଦାରେ ୪.୨, କେନ୍ଦୁଝରରେ ୩.୯, ଚାନ୍ଦବାଲିରେ ୩.୬, କୋରାପୁଟରେ ୩.୬ ଓ ଗୋପାଳପୁରରେ ସ୍ୱାଭାବିକଠାରୁ ୨.୮ ଡିଗ୍ରୀ କମ୍ ରହିଛି । ଜି.ଉଦୟଗିରି ସବୁଠୁ ଥଣ୍ଡା ପାଲଟିଛି ।

ଏଠାରେ ପାରଦ ୨.୬ ଡିଗ୍ରୀ ରହିଥିଲା । ରାଉରକେଲାରେ ୪.୬ ଡିଗ୍ରୀ ଥିଲା । ଝାରସୁଗୁଡ଼ା ଏଥର ଶୀତରେ ୭୩ ବର୍ଷର ରେକର୍ଡକୁ ପାଞ୍ଚ ଥର ଭାଙ୍ଗି ସାରିଲାଣି । ଗୁରୁବାର ରାତିରେ ପାରଦ ୫ ଡିଗ୍ରୀ ଥିଲା । ରାତି ତାପମାତ୍ରା ସ୍ୱାଭାବିକଠାରୁ ୭.୫ ଡିଗ୍ରୀ ଖସିଯାଇଥିଲା । ଗତ ୯ ତାରିଖରେ ଏଠାରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ଓ ୧୦ରେ ୪.୫ ଡିଗ୍ରୀ ଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cold Wave | Cold Wave Alert Issued for 16 Districts by Weather Department | Argus News