Weather Update Today / ରାଜ୍ୟରେ କମିବ ଥଣ୍ଡାର ପ୍ରକୋପ !

Key Points
ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ।
ବୁଧବାରଠାରୁ ରାଜ୍ୟରେ ଥଣ୍ଡା ପ୍ରକୋପ କମିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ । କିନ୍ତୁ ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଶୀତ ଅନୁଭୂତ ହେବ । ମଙ୍ଗଳବାର ରାତିରୁ ତାପମାତ୍ରା ବଢ଼ିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।
ଶୀତ ପ୍ରକୋପରେ ସାରା ଓଡ଼ିଶା ଥରୁଛି । ବିଶେଷକରି କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଶୀତ ଲହରି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ରାଜ୍ୟର ୪ ସହରର ରାତି ପାରଦ ୧୦ ଡିଗ୍ରି ତଳକୁ ଖସିଛି । ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ରହିଛି ୮ ଡିଗ୍ରି। ଝାରସୁଗୁଡ଼ାର ରାତି ତାପମାତ୍ରା ୯.୮ ଡିଗ୍ରି ରେକର୍ଡ ହୋଇଛି ।
ସେପଟେ ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା । ସପ୍ତାହେ ହେଲା ପାରଦ ତଳମୁହାଁ ହୋଇ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଏହାସାଙ୍ଗକୁ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ମଙ୍ଗଳବାର ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୭ ଡିଗ୍ରି ଏବଂ ଫୁଲବାଣୀରେ ୮ ଡିଗ୍ରି ରହିଛି । ସେହିପରି ବେଲଘର, କୋଟଗଡ଼ ଓ ରାଇକିଆ ଆଦି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ସନ୍ଧ୍ୟା ଆରମ୍ଭ ହେବାମାତ୍ରେ ଘନକୁହୁଡ଼ି ଦେଖାଦେଉଥିବାରୁ ଯାତାୟାତରେ ବହୁ ସମସ୍ୟା ଉପୁଜୁଛି । ଦିନ ୧୧ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହୁଥିବା ଦେଖିବାକୁ ମିଳିଛି ।
୬ଟି ସହର ୧୦ ଡିଗ୍ରୀ ବା ଏହାଠାରୁ କମ୍ ରେକର୍ଡ ହୋଇଛି । ୧୪ଟି ସହର ୧୨ ଡିଗ୍ରୀ ତଳେ ରହିଛି । ଝାରସୁଗୁଡ଼ାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସୁଲୁସୁଲିଆ ପବନ ଦେହ ଥରାଇ ଦେଉଛି । ଏଠାରେ ପାରଦ ୯.୮ ଡିଗ୍ରୀ ରେକର୍ଡ ହୋଇଛି । ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬.୭ ଡିଗ୍ରୀ କମ୍ ରହିଥିଲା । ରାଉରକେଲାରେ ୧୦ ଡିଗ୍ରୀ, ଅନୁଗୁଳରେ ୧୦.୨, ଚିପିଲିମାରେ ୧୦.୨, କୋରାପୁଟରେ ୧୦.୮, କେନ୍ଦୁଝରରେ ୧୧, କିରେଇରେ ୧୧, ଭବାନୀପାଟଣାରେ ୧୧, ନବରଙ୍ଗପୁରରେ ୧୧.୫, ସୁନ୍ଦରଗଡ଼ରେ ୧୧.୮, ଢେଙ୍କାନାଳରେ ୧୨, ବଲାଙ୍ଗିରରେ ୧୨.୫ ଡିଗ୍ରୀ ରେକର୍ଡ ହୋଇଛି ।
ଭୁବନେଶ୍ୱରରେ ରାତି ତାପମାତ୍ରା ୧୨.୯ ଡିଗ୍ରୀ ୨୫ ବର୍ଷର ରେକର୍ଡ ଭାଙ୍ଗିଛି । ୨୦୦୦ରୁ ଏଠାରେ ପାରଦ କେବେ ବି ଏହି ସର୍ବନିମ୍ନ ସ୍ତରକୁ ଖସିନଥିଲା । ୨୦୦୦ ନଭେମ୍ବର ୧୭ ରେ ରାତି ତାପମାତ୍ରା ୧୫.୧ ଡିଗ୍ରୀ ଥିବା ବେଳେ ୨୦୦୯ ନଭେମ୍ବର ୨୯ରେ ୧୩.୫ ଡିଗ୍ରୀ, ୨୦୧୮ ନଭେମ୍ବର ୨୫ରେ ୧୩.୬ ଡିଗ୍ରୀ ଓ ୨୦୧୭ ନଭେମ୍ବର ୨୬ରେ ୧୩.୭ ଡିଗ୍ରୀ ରେକର୍ଡ ହୋଇଥିଲା।
📱 Get Argus News App
✨Related Topics
Explore more stories