|
logo
Live

Argus News - କାଲିଠୁ ୩ ଦିନ ସ୍କୁଲ୍ ସହ ଅଙ୍ଗନୱାଡ଼ି ଓ କଲେଜ ଛୁଟି ଘୋଷଣା; ଅନଲାଇନ୍‌ରେ ହେବ କ୍ଲାସ୍

Weather & Calamities

Schools Closed / କାଲିଠୁ ୩ ଦିନ ସ୍କୁଲ୍ ସହ ଅଙ୍ଗନୱାଡ଼ି ଓ କଲେଜ ଛୁଟି ଘୋଷଣା; ଅନଲାଇନ୍‌ରେ ହେବ କ୍ଲାସ୍

Sushanta Sahoo
Browse all articles by Sushanta Sahoo
·2 hours ago·2 min read
କାଲିଠୁ ୩ ଦିନ ସ୍କୁଲ୍ ସହ ଅଙ୍ଗନୱାଡ଼ି ଓ କଲେଜ ଛୁଟି ଘୋଷଣା; ଅନଲାଇନ୍‌ରେ ହେବ କ୍ଲାସ୍
Schools Closed Due to Heatwave

Key Points

ପ୍ରବଳ ଖରାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଆଗାମୀ ୩ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।
କଟକ: ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି । ସକାଳ ୯ରୁ ଅସ୍ତବ୍ୟସ୍ତ କରି ପକାଉଛି ଖରା । ଘରୁ ବାହାରିବା ମୁସ୍କିଲ୍ ହୋଇ ପଡ଼ୁଛି । ପ୍ରବଳ ଖରାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଆଗାମୀ ୩ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।

ଆସନ୍ତାକାଲି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ କଟକ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନୱାଡି ବନ୍ଦ ରହିବ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଦିଆଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ।

ଏଥିସହ ପଢ଼ନ୍ତୁ: ଆଜି ବି ରାଜ୍ୟରେ ପ୍ରବଳ ଖରା; ୫ ଦିନ ଯାଏଁ କଲବଲ କରିବ

୨୧ ଏପ୍ରିଲରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ହେଲେ ସମସ୍ତ ସ୍କୁଲ ଶିକ୍ଷକ ସ୍କୁଲରେ ଉପସ୍ଥିତ ରହି ଅନଲାଇନ୍ କ୍ଲାସ୍ ନେଇ ପିଲାଙ୍କ କୋର୍ସ ଶେଷ କରିବେ । ଏହି ସମୟରେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଜାରି ରହିବ ।

ଜନଗଣନା ପାଇଁ ନିୟୋଜିତ ଥିବା କର୍ମଚାରୀ ଜନଗଣନା ଜାରି ରଖିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ଅଙ୍ଗନୱାଡ଼ି ବନ୍ଦ ରହୁଥିବାରୁ ଛୁଆଙ୍କୁ ରନ୍ଧା ଖାଦ୍ୟ ପରିବର୍ତ୍ତେ ରାସନ ସେମାନଙ୍କ ଘରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଗଞ୍ଜାମରେ ବି ସ୍କୁଲ୍ ଛୁଟି

ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲ୍‌ଗୁଡ଼ିକ ଆସନ୍ତା ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିବ ।

ଏଥିସହ ପଢ଼ନ୍ତୁ: ଆଗାମୀ ୬ ଦିନ ଯାଏ ତାତିରୁ ନାହିଁ ତ୍ରାହି; ୨୩ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଛୁଟି

ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ପାଇଁ ଏହି ନିୟମ ଲାଗୁ ହେବ । ତେବେ, ପୂର୍ବରୁ ନିର୍ଦ୍ଧାରିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ନିୟମିତ ଭାବେ ଅନୁଷ୍ଠିତ ହେବ ।

ଆଉ ୬ ଦିନ ପ୍ରବଳ ଖରା

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଉପକୂଳ ଜିଲ୍ଲାଗୁଡ଼ିକରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ସୁନ୍ଦରଗଡ଼, ବଲାଙ୍ଗିର ଓ ସମ୍ବଲପୁରରେ ରାତିରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେବ । ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Schools Closed: କାଲିଠୁ ୩ ଦିନ ସ୍କୁଲ୍ ସହ ଅଙ୍ଗନୱାଡ଼ି ଓ କଲେଜ ଛୁଟି ଘୋଷଣା; ଅନଲାଇନ୍‌ରେ ହେବ କ୍ଲାସ୍ | Argus News