Videos
|
Weather-calamities

Cyclone Alert / ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

Rashmita Mishra
Browse all articles by Rashmita Mishra
·33 mins ago·2 min read
ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା
Cyclone Alert

Key Points

ପୁଣି ବଢ଼ିଲା ବାତ୍ୟା ଭୟ ।
ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । 

ପୁଣି ଘାରିଲା ବାତ୍ୟା ଭୟ... ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନାକୁ ନେଇ ବଢ଼ିଛି ଚର୍ଚ୍ଚା । ଆସନ୍ତା ୨୨ ତାରିଖ ବେଳକୁ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ୨୪ କିମ୍ବା ୨୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

ପାଣିପାଗର ଏହି ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ଲୋକଙ୍କ ମନରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ଘୂର୍ଣ୍ଣିବଳୟ କେତେ ଶକ୍ତିଶାଳୀ ହେବ ଏବଂ ଏହା କେଉଁ ଦିଗକୁ ଗତି କରିବ, ସେନେଇ ବର୍ତ୍ତମାନ ସ୍ପଷ୍ଟ ଆକଳନ କରିବା ସମ୍ଭବ ହୋଇନାହିଁ । ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମଧ୍ୟ ବାତ୍ୟା ସୃଷ୍ଟି ଓ ଏହାର ଗତିପଥ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବା ଜରୁରୀ ।

ପ୍ରାଥମିକ ଆକଳନ ଅନୁଯାୟୀ, ସମୁଦ୍ର ଓ ବାୟୁମଣ୍ଡଳର ପରିସ୍ଥିତି ଅନୁକୂଳ ରହିଲେ ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଏବଂ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେଇପାରେ । ତେବେ ଏହା କେବଳ ଏକ ସମ୍ଭାବନା । ବାତ୍ୟା ସୃଷ୍ଟି ହେବା ନେଇ ଏବେଠାରୁ ନିଶ୍ଚିତ ଭାବେ କିଛି କହିବା ଠିକ୍ ହେବ ନାହିଁ ।

ଅନ୍ୟପଟେ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେଣୁ ବାତ୍ୟାକୁ ନେଇ ଅଯଥା ଭୟଭୀତ ନହୋଇ ପାଣିପାଗ ବିଭାଗର ପରବର୍ତ୍ତୀ ବୁଲେଟିନ୍ ଉପରେ ନଜର ରଖିବା ଆବଶ୍ୟକ । ଘୂର୍ଣ୍ଣିବଳୟର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିବା ପରେ ହିଁ ବାତ୍ୟାର ପ୍ରକୃତ ଚିତ୍ର ଜଣାପଡ଼ିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: