Cyclone Alert / ୨୭ ସକାଳେ ବଙ୍ଗୋପସାଗରରେ ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
·8 months ago·2 min read

Key Points
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ପରବର୍ତ୍ତୀ ବାତ୍ୟା ଓଡ଼ିଶା ପାଇଁ ଆଣିବ ବଡ଼ ବର୍ଷା । ଏବେ ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହା ୨୫ ତାରିଖରେ ଦକ୍ଷିଣପୂର୍ବ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତ ଏବଂ ୨୬ ତାରିଖରେ ଗଭୀର ଅବପାତରେ ପରିଣତ ହେବ ।
ଭୁବନେଶ୍ଵର: ବଙ୍ଗୋପସାଗରରେ ବାତ୍ୟା ଆସୁଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଧିରେ ଧିରେ ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହେଉଛି । ସେପଟେ ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ମଧ୍ୟ ଅବପାତ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ଅବପାତଟି ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇଥିବା ବେଳେ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ ।
ଆରବ ସାଗରରେ ଥିବା ଅବପାତଟି ଏବେ ଗୋଆ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ ୩୬୦ କିମି ଦୂରରେ ରହିଛି । ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ପୂର୍ବକେନ୍ଦ୍ରୀୟ ଆରବ ସାଗର ଅତିକ୍ରମ କରିବ । ପ୍ରଭାବରେ କର୍ଣ୍ଣାଟକ ଉପକୂଳ ସହ କୋଙ୍କଣ ଓ ଗୋଆ, ଗୁଜରାଟ, ଲାକ୍ଷାଦ୍ଵୀପ, କେରଳରେ ୨୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ।
ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ଆସୁଛି ବଡ଼ ବାତ୍ୟା !
ଓଡ଼ିଶାରେ ପ୍ରବଳ ବର୍ଷିବ
ସେପଟେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ପରବର୍ତ୍ତୀ ବାତ୍ୟା ଓଡ଼ିଶା ପାଇଁ ଆଣିବ ବଡ଼ ବର୍ଷା । ଏବେ ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହା ୨୫ ତାରିଖରେ ଦକ୍ଷିଣପୂର୍ବ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତ ଏବଂ ୨୬ ତାରିଖରେ ଗଭୀର ଅବପାତରେ ପରିଣତ ହେବ ।
୨୭ ସକାଳ ସୁଦ୍ଧା ଗଭୀର ଅବପାତଟି ଦକ୍ଷିଣପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏହା ପ୍ରଭାବରେ ଓଡ଼ିଶା ସହ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଆଣ୍ଡାମାନ ଏବଂ ନିକୋବରରେ ପ୍ରବଳ ବର୍ଷା ହେବ ।
୨୭ରୁ ଅତି ପ୍ରବଳ ବର୍ଷା
IMD ଆକଳନ ଅନୁସାରେ, ଆଜି ଶୁକ୍ରବାର ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କେତେକ ସ୍ତାନରେ ପ୍ରବଳ ବର୍ଷା ହେବ । ସେହିଭଳି ୨୭ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାରେ ଅତି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିବ । ଝଟ୍କା ପବନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟର ରହିପାରେ ।
ଏଥିସହ ପଢ଼ନ୍ତୁ: ସୃଷ୍ଟି ହେଲା ଲଘୁଚାପ: ଆଗାମୀ ୫ ଦିନ ଯାଏ ବିଜୁଳି ଘଡଘଡି ସହ ବର୍ଷା
୨୬ ତାରିଖ ସନ୍ଧ୍ୟାରୁ ବଢ଼ିବ ପବନର ବେଗ । ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ହେବାର ପୂର୍ବାନୁମାନ କରାଯାଇଛି । ୨୭ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ରହିବା ସହ ୯୦ କିମି ବେଗରେ ବହିବାରେ ଝଟ୍କା ପବନ । ଏଭଳି ସ୍ଥିତି ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ୨୯ ତାରିଖ ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି ।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଲଘୁଚାପ ଘନୀଭୂତ ହୋଇ ଅବପାତ ଏବଂ ପରେ ବାତ୍ୟାରେ ପରିଣତ ହେବ । ଫଳରେ ଅଶାନ୍ତ ରହିବ ଦକ୍ଷିଣପଶ୍ଚିମ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର । ତେଣୁ ୨୬ ତାରିଖ ଠାରୁ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।
ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଲଘୁଚାପ ପରବର୍ତ୍ତୀ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସ୍ଵଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ସେହିଭଳି ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories