50 Trains Cancelled / ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ 'ଅର୍ଣ୍ଣବ' ବାତ୍ୟାର ପ୍ରଭାବ… ୫୦ ଟ୍ରେନ ସହ ବିମାନ ସେବା ବାତିଲ

Key Points
ଆନ୍ଧ୍ର ଓ ଓଡ଼ିଶା ଉପକୂଳବର୍ତ୍ତୀ ବିମାନବନ୍ଦରଗୁଡ଼ିକରୁ ବିମାନ ଚଳାଚଳ ବାତିଲ
#WATCH | Delhi: On precautionary safety measures taken for cyclone Arnab, NDRF IG Narendra Singh Bundela says, "For this cyclone, the Air Force assisted in transporting teams; yesterday, they airlifted four teams. In terms of preparedness, our priority is to ensure the safety of vulnerable groups—the elderly, pregnant women, and children. Pregnant women, in particular, are shifted to hospitals or dispensaries in anticipation of the event. Furthermore, all boats are either brought back to the shore and anchored securely or moved to a safe area...People living in low-lying areas, identified based on historical records, are also moved to safer locations. Through our warning system, local agencies and authorities conduct outreach at the community level to raise awareness, ensuring that necessary safety precautions are taken..."
— ANI (@ANI) October 28, 2026
ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ବାତ୍ୟା ପ୍ରଭାବରେ ୫ ଜିଲ୍ଲାରେ ହେବ ଫ୍ଳାଶଫ୍ଳଡ୍ ସ୍ଥିତି ଉପୁଜିବା ଆଶଙ୍କା କରାଯାଇଛି । ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା ଆଦି ଜିଲ୍ଲାଗୁଡ଼ିକରେ ଆକସ୍ମିକ ବନ୍ୟା ବା ଫ୍ଳାଶଫ୍ଳଡ୍ ସ୍ଥିତି ଉପୁଜିପାରେ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ୫୦ରୁ ଅଧିକ ଟ୍ରେନ୍ ଏବଂ ଅନେକ ବିମାନ ସେବା ବାତିଲ କରାଯାଇଛି। ଆନ୍ଧ୍ର ଓ ଓଡ଼ିଶା ଉପକୂଳବର୍ତ୍ତୀ ବିମାନବନ୍ଦରଗୁଡ଼ିକରୁ ବିମାନ ଚଳାଚଳ ବାତିଲ। କିଛି ବିମାନ ସେବା ବାତିଲ୍ ହେବା ଯୋଗୁଁ ଯାତ୍ରୀ ସେବା ପ୍ରଭାବିତ ହୋଇଛନ୍ତି।
ଅର୍ଣ୍ଣବ ପ୍ରଭାବରେ ବିଶାଖାପାଟଣା ଓ ଅନକାପଲ୍ଲୀ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। କାକିନାଡ଼ାରେ ଶହେରୁ ଅଧିକ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ସମୁଦ୍ର ଢେଉ ମାଡ଼ରେ ସମ୍ପୂର୍ଣ୍ଣ 'ଉପାଡ଼ା ଉପକୂଳ ରାସ୍ତା' (Upaada Coastal Road) ଭାସିଯାଇଛି।
ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ରାତି ୨ଟାରୁ 'ଅର୍ଣ୍ଣବ'ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସକାଳ ୮ଟାରେ ବାତ୍ୟା ସମ୍ପୂର୍ଣ୍ଣ ଭାବେ ଉପକୂଳ ଅତିକ୍ରମ କରିବା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଦୁର୍ବଳ ହୋଇଛି ।
ଏବେ ବାତ୍ୟା 'ଅର୍ଣ୍ଣବ' ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପରବର୍ତ୍ତୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଗତି କରିବା ସହ ଦୁର୍ବଳ ହେବ । ଆଗାମୀ ୬ ଘଣ୍ଟାରେ 'ଅର୍ଣ୍ଣବ' ଦୁର୍ବଳ ହୋଇ ବାତ୍ୟା ଏବଂ ପରବର୍ତ୍ତୀ ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ ।
ଓଡ଼ିଶାକୁ ରେଡ୍ ଆଲର୍ଟ
'ଅର୍ଣ୍ଣବ' ପ୍ରଭାବରେ ବୁଧବାର ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ସାରା ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାାଇଛି । ଏଥିସହ ଏସବୁ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି । ପବନର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ଏବଂ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।
- ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ବୁଧବାର ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି । ୧୧ ଜିଲ୍ଲା- କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ପୁରୀ, ଖୋର୍ଦ୍ଧା, ନୂଆପଡ଼ା, ସୋନପୁର, ବୌଦ୍ଧ ଓ ନୟାଗଡ଼ । ଏସବୁ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ଏବଂ ଘଣ୍ଟାପ୍ରତି ୬୦ କିମ ବେଗରେ ଝଟ୍କା ପବନ ହୋଇପାରେ । ଅବଶିଷ୍ଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
📱 Get Argus News App
✨Related Topics
Explore more stories