Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather Update / ଓଡ଼ିଶା ଉପରୁ ଟଳିଲା ବାତ୍ୟା ଆଶଙ୍କା, ରାଜ୍ୟରେ ପୁଣି ଫେରିଲା ଶୀତ

Ritu Das
Browse all articles by Ritu Das
·7 months ago·2 min read
ଓଡ଼ିଶା ଉପରୁ ଟଳିଲା ବାତ୍ୟା ଆଶଙ୍କା, ରାଜ୍ୟରେ ପୁଣି ଫେରିଲା ଶୀତ

Key Points

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା। ତେବେ ଓଡ଼ିଶା ଉପରୁ ଟଳିଲା ବାତ୍ୟା ଆଶଙ୍କା। ବାତ୍ୟା ଆଶଙ୍କା ଟଳିବା ସହିତ ରାଜ୍ୟକୁ ପୁଣି ଫେରିଛି ଶୀତ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା। ତେବେ ଓଡ଼ିଶା ଉପରୁ ଟଳିଲା ବାତ୍ୟା ଆଶଙ୍କା। ବାତ୍ୟା ଆଶଙ୍କା ଟଳିବା ସହିତ ରାଜ୍ୟକୁ ପୁଣି ଫେରିଛି ଶୀତ। ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ଶୀତ ଓ ଜାଡ଼ ଅନୁଭୂତ ହେଉଛି। ବିଶେଷ କରି ନଭେମ୍ବରରେ ଝାରସୁଗୁଡା ଜିଲ୍ଲରେ ଶୀତ ୭୧ ବର୍ଷର ରେକର୍ଡ ଭାଙ୍ଗିଛି। ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ଓଡ଼ିଶାରେ ୩୦ ରୁ ୨ ତାରିଖ ଭିତରେ ପାଗ ଆଂଶିକ ମେଘୁଆ ରହିବା ସହିତ କିଛି ଅଞ୍ଚଳରେ ହାଲୁକା ବର୍ଷା ଆଶଙ୍କା ରହିଛି।

ରାଜ୍ୟରେ ପୁଣି ଫେରିଲା ଶୀତ


ଓଡ଼ିଶା ଉପରୁ ବାତ୍ୟା ଆଶଙ୍କା ଟଳିବା ପରେ ରାଜ୍ୟରେ ପୁଣି ଫେରିଛି ଶୀତ। ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡପୂର୍ବକ ଥଣ୍ଡା ଓ ଶୀତ ଅନୁଭୂତ ହୋଇଛି। ଏହା ସହିତ ଝାରସୁଗୁଡ଼ାରେ ୭୧ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଝାରସୁଗୁଡ଼ାରେ ନଭେମ୍ବରରେ ୮ ଦଶମିକ ୧ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରଯାଇଛି, ଯାହାକି ୭୧ ବର୍ଷରେ ସର୍ବନିମ୍ନ। .. ସେପଟେ ଜି ଉଦୟଗିରିରେ ରାତିତାପ ମାତ୍ରା ୭.୪ ଡିଗ୍ରୀ ସେଲିସିଅସ ରେର୍ଡ ହୋଇଥିବା ବେଳେ ରାଉରକେଲାରେ ୭.୭ ଡିଗ୍ରୀ ସେଲିସିଅସ୍, ସେମିଳିଗୁଡ଼ାରେ ୮.୬ ଡିଗ୍ରୀ ସେଲସିଅସ୍ ଓ ଦାରିଙ୍ଗିବାଡି଼ରେ ୯.୫ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇିଛି। ରାଜଧାନୀରେ ରାତି ତାପମାତ୍ରା ୧୩.୫ ଡିଗ୍ରୀ ଓ କଟକରେ ୧୩.୪ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି।
ଝାରସୁଗୁଡାରେ ଥଣ୍ଡା ପବନ ଲୋକଙ୍କୁ କଲବଲ କରୁଛି। ଥଣ୍ଡା ପବନ ଏବଂ ପ୍ରବଳ ଶୀତରେ ଗତକାଲି ରାତି ଠୁ ଥରୁଛି ଝାରସୁଗୁଡା l ସକାଳ ୯ ଟା ଯାଏଁ ଲୋକେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି l ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାରା ନେଉଛନ୍ତି l ପୂର୍ବରୁ ଏତେ ମାତ୍ରାରେ ଥଣ୍ଡା ଅନୁଭୁତ ହୋଇନଥିବା ଲୋକେ କହିଛନ୍ତି l

ସେହିପରି କନ୍ଧମାଳକୁ ପୁଣି ଫେରିଛି ଶୀତ। ବାଲିଗୁଡ଼ା ଅଞ୍ଚଳରେ ଶୀତ ଲହରୀର ପ୍ରଭାବ ଦେଖିବାକୁ ମିଳିଛି। ବାଲିଗୁଡ଼ା ସହ ଦାରିଙ୍ଗବାଡି, କ.ନୁଆଗାଁ, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି। ସକାଳ ପ୍ରାୟ ୯ଟା ଯାଏଁ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସାରା ଅଞ୍ଚଳ।ଫଳରେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଥିବାରୁ ସତର୍କତା ଅବଲମ୍ବନ କରୁଛନ୍ତି ଚାଳକ।ଶୀତୁଆ ସକାଳରେ ଚା ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ସଞ୍ଜ ନଇଁଲେ ତାପମାତ୍ରା ହ୍ରାସ ପାଉଥିବାରୁ ନିଆଁର ଆଶ୍ରୟ ନେଉଛନ୍ତି ଲୋକେ।

ଜି. ଉଦୟଗିରିରେ ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି।ପ୍ରବଳ କୁହୁଡି ଯୋଗୁଁ ରାସ୍ତା ,ପାହାଡ ସମ୍ପୂର୍ଣ୍ଣ ଦୃଶ୍ୟ ମାନ ହେଉନାହିଁ। ଜାତୀୟ ରାଜପଥରେ ଯାନ ବାହାନ ଚଳାଚଳ ସକାଳ ସମୟରେ ପ୍ରାୟତଃ ହେଉ ନ ଥିବାର ଦେଖିବାକୁ ମିଳିଛି। କାରଣ ଘନ କୁହୁଡି ଯୋଗୁଁ ଯାତାୟାତ ସୁରକ୍ଷିତ ମନେ ନ କରି ଗାଡ଼ି ଗୁଡ଼ିକ କଳିଙ୍ଗା ଘାଟି ଦୁର୍ଗାପ୍ରସାଦରେ ରହି କୁହୁଡି ଆସ୍ଥରଣ କମିଲେ ଆସୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Fear Ends, Winter Returns to Odisha | Argus News