Landfall Updat / ବାତ୍ୟାକୁ ନେଇ ବଡ଼ ଅପଡେଟ୍... ନରସାପୁର -ପୁରୀ ମଧ୍ୟରେ ଲାଣ୍ଡଫଲ୍ !

Key Points
ନରସାପୁର ଏବଂ ପୁରୀ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବା ସମ୍ଭାବନା
ସୂଚନା ଅନୁଯାୟୀ, ବାତ୍ୟା ଅକ୍ୱାନ୍ ଘଣ୍ଟାପ୍ରତି ପ୍ରାୟ ୭ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ଏହା ଉତ୍ତର ଆନ୍ଧ୍ରପ୍ରଦେଶ, ୟେନମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ଆକଳନ କରାଯାଉଛି । ନରସାପୁର ଓ ପୁରୀ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଥିବା କୁହାଯାଉଛି ।
ଅନ୍ୟପଟେ, ବାତ୍ୟାର କେନ୍ଦ୍ରସ୍ଥଳର ଅବସ୍ଥିତିକୁ ନେଇ ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି । ବାତ୍ୟାଟି ଗୋପାଳପୁରଠାରୁ ପ୍ରାୟ ୭୧୦ କିଲୋମିଟର, ପୁରୀଠାରୁ ୭୭୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ପ୍ରାୟ ୫୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।
The Severe Cyclonic Storm “Akvan” [Pronunciation: Akvan] over central parts of South and adjoining Westcentral Bay of Bengal moved north-northwestwards with the speed of 07 kmph during past 06 hours and lay centered at 0830 hours IST of today, the 18th November, 2026 over the same region, near Latitude 12.9°N and Longitude 85.4°E, about 570 km east of Chennai (Tamil Nadu), 580 km south-southeast of Visakhapatnam (Andhra Pradesh), 590 km southeast of Machilipatnam (Andhra Pradesh), 660 km northeast of Trincomalee (Sri Lanka), 710 km south of Gopalpur (Odisha) and 770 km south of Puri (Odisha). Continuing to move north-northwestward, it is likely to cross North Andhra Pradesh & Yanam and South Odisha coasts between Narsapur and Puri, by noon of 20th November, 2026 as a severe cyclonic storm with the maximum sustained wind speed of 90-100 kmph gusting to 110 kmph.
— India Meteorological Department (@Indiametdept) November 18, 2026
ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳ ଉପରେ ନଜର ରହିଛି । ବାତ୍ୟାର ଗତି, ଦିଗ ଓ ତୀବ୍ରତାରେ ପରିବର୍ତ୍ତନ ହେଲେ ସମ୍ଭାବ୍ୟ ପ୍ରଭାବ ମଧ୍ୟ ବଦଳିପାରେ ।
ତେଣୁ ଉପକୂଳବାସୀଙ୍କୁ ଆତଙ୍କିତ ନହୋଇ ସତର୍କ ରହିବା ସହ ପାଣିପାଗ ବିଭାଗର ସରକାରୀ ସୂଚନା ଓ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଜରୁରୀ । ଲ୍ୟାଣ୍ଡଫଲ୍ର ସମ୍ଭାବ୍ୟ ସ୍ଥାନ ଏବେ ଆକଳନ ପର୍ଯ୍ୟାୟରେ ଥିବାରୁ ଅନ୍ତିମ ଗତିପଥ ପାଇଁ ସରକାରୀ ପାଣିପାଗ ଖବର ଉପରେ ନଜର ରହିବ ।
📱 Get Argus News App
✨Related Topics
Explore more stories