Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Montha Impact / ବାତ୍ୟା ମୋନ୍ଥା ପ୍ରଭାବରେ ଉପୁଡ଼ିଲା ଗଛ, ଭାଙ୍ଗିଲା ଘର ଗଲା ଜୀବନ

Rashmita Mishra
Browse all articles by Rashmita Mishra
·8 months ago·2 min read
ବାତ୍ୟା ମୋନ୍ଥା ପ୍ରଭାବରେ ଉପୁଡ଼ିଲା ଗଛ, ଭାଙ୍ଗିଲା ଘର ଗଲା ଜୀବନ

Key Points

ବାତ୍ୟା ମୋନ୍ଥା ପ୍ରଭାବରେ ଉପୁଡ଼ିଲା ଗଛ, ମହିଳା ମୃତ
ଆନ୍ଧ୍ରର ଜଣେ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା
ଆନ୍ଧ୍ର: ଗଛ ପଡି ଅଟୋ ଚାଳକ ସମେତ ୩ ଗୁରୁତର

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ନର୍ସାପୁରରେ ହେଲା ବାତ୍ୟା ଲ୍ୟାଣ୍ଡଫଲ୍। ରାତି ୧୧.୩୦ରୁ ୧୨.୩୦ ମଧ୍ୟରେ ହେଲା ବାତ୍ୟାର ଲ୍ୟାଣ୍ଡଫଲ୍। ରାତି ଅଧରେ ସରିଲା ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। କାକିନାଡ଼ାର ଦକ୍ଷିଣକୁ ଥିବା ନର୍ସାପୁରରେ ହେଲା ଲ୍ୟାଣ୍ଡଫଲ୍। ମଧ୍ୟରାତ୍ରିରେ ଆନ୍ଧ୍ର ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ମୋନ୍ଥା।

ମଛଲିପଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ ନର୍ସାପୁରରେ ଲ୍ୟାଣ୍ଡଫଲ୍। ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ପବନର ବେଗ ୯୦ରୁ ୧୧୦ କିମି ମଧ୍ୟରେ ରହିଥିଲା। ଏହା ପ୍ରଭାବରେ ମଛଲିପଟନମ, କାକିନାଡା, ରାଜମହେନ୍ଦ୍ରୀ, ବାପାଟିଆ, କାଭାଲି, ନୋଲୋର ଆଦି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ସହ ପବନ ହୋଇଛି। ବାତ୍ୟା ଲ୍ୟାଣ୍ଡଫଲ ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହିତ ସମୁଦ୍ର ପାଣି ମାଡି ଆସିଥିବା ନେଇ ମଧ୍ୟ ସୂଚନା ରହିଛି।

ବାତ୍ୟା ‘ମୋନ୍ଥା’ ଯୋଗୁଁ ଗଛ ଉପୁଡ଼ି ପଡ଼ିବାରୁ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଆନ୍ଧ୍ରପ୍ରଦେଶରେ ଜଣେ ଜଣେ ବୟସ୍କ ମହିଳାଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଦୁଇଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣେ ମହିଳା। ଆନ୍ଧ୍ରପ୍ରଦେଶର କୋନାସୀମା ଜିଲ୍ଲା ନିବାସୀ ବୟସ୍କ ମହିଳା ତାଙ୍କ ଘରେ ଥିବା ବେଳେ ବାତ୍ୟାର ପ୍ରଭାବରେ ଏକ ଗଛ ଉପୁଡ଼ି ପଡ଼ିଥିଲା। ଏହି ଗଛଟି ମହିଳାଙ୍କ ଘର ଉପରେ ପଡ଼ିଥିଲା। ଫଳରେ ମହିଳା ଜଣକ ଘର ଭିତରେ ଚାପି ହୋଇଯାଇଥିଲେ। ସେହିପରି ଓଡିଶାରେ ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିବା ବେଳେ କେତେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ରହିଛି।

ସେପଟେ ବାତ୍ୟା ଯୋଗୁ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି କାକିନାଡ଼ା, ବିଶାଖାପାଟଣା, କୃଷ୍ଣା, ପଶ୍ଚିମ ଗୋଦାବରୀ ଭଳି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏଥିପାଇଁ ଏସବୁ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ତେବେ ବାତ୍ୟା ଯୋଗୁ ଓଡ଼ିଶାକୁ ବିଶେଷ କ୍ଷତି ସମ୍ଭାବନା ନାହିଁ। ତଥାପି ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମରେ ଏହାର କିଛିଟା ପ୍ରଭାବ ପଡ଼ିବା ନେଇ ଆକଳନ କରାଯାଇଛି । ବାତ୍ୟା ପ୍ରଭାବରେ ଏସବୁ ଅଞ୍ଚଳରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି। ସେହିଭଳି ପଶ୍ଚିମବଙ୍ଗରେ ହାୱଡା, ଉତ୍ତର ୨୪ ପରଗଣା, ଇତ୍ୟାଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ପାଇଁ ୟୋଲୋ ଆଲର୍ଟ ଜାରି କରାଯାଇଛି।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ବାତ୍ୟା ମାଲକାନଗିରିକୁ ପଶିବା ପରେ ପଶ୍ଚିମ ଓଡ଼ିଶା ସୀମାର ସମାନ୍ତରାଳ ଭାବେ ଛତିଶଗଡ଼କୁ ଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Montha Impact | Cyclone Montha Impact: Trees Uprooted, Houses Damaged, Lives Lost | Argus News