Videos
|
Weather-calamities

IMD Alert / ବଙ୍ଗୋପସାଗରରେ ବଳ ଗୋଟାଇ ଆସୁଛି ଗଭୀର ଅବପାତ; ଆଗାମୀ ୪୮ ଘଣ୍ଟା ଭୀଷଣ ବର୍ଷା !

Rashmita Mishra
Browse all articles by Rashmita Mishra
·2 weeks ago·2 min read
ବଙ୍ଗୋପସାଗରରେ ବଳ ଗୋଟାଇ ଆସୁଛି ଗଭୀର ଅବପାତ;  ଆଗାମୀ ୪୮ ଘଣ୍ଟା ଭୀଷଣ ବର୍ଷା !
IMD Alert

Key Points

ବଙ୍ଗୋପସାଗରରେ ବଳ ଗୋଟାଇ ଆସୁଛି ଗଭୀର ଅବପାତ
ପ୍ରଭାବରେ ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା
୪୮ ଘଣ୍ଟା ଭୀଷଣ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
ଆଜି ପାଇଁ ସାରା ରାଜ୍ୟକୁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ 

ଲଘୁଚାପ ପ୍ରଭାବରେ ଭୀଷଣ ବର୍ଷା ସମ୍ଭାବନା...ଆହୁରି ୬ ଦିନ ପ୍ରବଳ ବର୍ଷା ସହ ୪୮ ଘଣ୍ଟା ପ୍ରବଳ ଛେଚିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳରେ ସକ୍ରିୟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଥିବା ବେଳେ ଗତକାଲି ଅବପାତରେ ପରିଣତ ହୋଇଛି ।

ଆଜି ସକାଳ କିମ୍ବା ମଧ୍ୟାହ୍ନ ସୁଦ୍ଧା ଉତ୍ତର ଓଡିଶା ଓ ପଶ୍ଚିମବଂଗ ଉପକୂଳରେ ପାରାଦୀପ ଓ ସାଗର ଦୀପ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ପ୍ରଭାବରେ ଭୀଷଣ ବର୍ଷା ସମ୍ଭାବନା ଥିବା ବେଳେ ୨ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ବିଭିନ୍ନ ଜିଲ୍ଲାକୁ ହଳଦିଆ ଓ କମଳା ଚେତାବନୀ ଦେଇଛି ବିଭାଗ । ଏପଟେ ପୁରୀରେ ରଥ ଯାତ୍ରା ର ଉତ୍ସବ ଲାଗିଥିବା ବେଳେ ଆଜି ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଦେଇଛି ବିଭାଗ ।

ସେପଟେ ଲଗାଣ ବର୍ଷା କାରଣରୁ ମହାନଦୀ , ବ୍ରାହ୍ମଣୀ ଏବଂ ବୈତରଣୀ ଉପର ମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବ। ତଳିଆ ଅଞ୍ଚଳରେ ବନ୍ୟା ଓ ସହରରେ କୃତ୍ରିମ ବନ୍ୟାର ଆଶଙ୍କା ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର ଓଡିଶା ଉପକୁଳରେ ୪୦ ରୁ ସର୍ବାଧିକ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ । ତେଣୁ ୨୯ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ମସ୍ଥ୍ୟଜୀବିଙ୍କୁ ଯିବାକୁ ବାରଣ କରାଯାଇଛି ।

ବଙ୍ଗୋପସାଗରରେ ଗଭୀର ଅବପାତ । ସମୁଦ୍ରରେ ବଳ ଗୋଟାଇ ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇଛି । ସାରା ରାଜ୍ୟରେ ଏହାର ପ୍ରଭାବରେ ଜାରି ରହିଛି ପ୍ରବଳ ବର୍ଷା । ଆଗାମୀ ୪୮ ଘଣ୍ଟା ଭୀଷଣ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ପାଇଁ ସାରା ରାଜ୍ୟକୁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର । ସେହିପରି ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ଆହୁରି ୭ ଦିନ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
IMD Alert | Deep Depression Forms, Heavy Rain Likely for Next 48 Hours | Argus News