Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Alert Odisha / ଘନ କୁହୁଡି ତଳେ ରାଜଧାନୀ, ୯ ଜିଲ୍ଲାକୁ ଆଲର୍ଟ

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଘନ କୁହୁଡି ତଳେ ରାଜଧାନୀ, ୯ ଜିଲ୍ଲାକୁ ଆଲର୍ଟ
Alert Odisha

Key Points

୯ ଜିଲ୍ଲାକୁ ଆଲର୍ଟ
୨ ଦିନ ପାଇଁ ଘନ କୁହୁଡ଼ି ଚେତାବନୀ
ଓଡ଼ିଶାରେ ଶୀତର ପ୍ରଭାବ କମ ରହିଛି । ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । ଫଳରେ ଶୀତର ପରିମାଣ କମ୍‌ ରହିବ । ମାତ୍ର ଅନେକ ସ୍ଥାନରେ କୁହୁଡିର ପ୍ରଭାବ ଦେଖିବାକୁ ମିଳୁଛି । ଆହୁରି ୨ ଦିନ ଘନ କୁହୁଡିର ପ୍ରଭାବ ନେଇ କିଛି ଜିଲ୍ଲାକୁ ପାଣିପାଗ ବିଭାଗ ଚେତାବନୀ ଦେଇଛି । ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ କୁହୁଡ଼ି ରହିବ । ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଖୋର୍ଦ୍ଧା ଓ ପୁରୀରେ ମଧ୍ୟମ ଧରଣର କୁହୁଡ଼ି ଦେଖା ଦେଇପାରେ । ତେବେ ୪ ତାରିଖ ଯାଏ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରବିବାର ବି ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ୍ ରହିବ । ଅଧିକାଂଶ ସ୍ଥାନରେ ପାରଦ ୧୬ରୁ ୧୮ ଡିଗ୍ରୀ ରହିବ । ପୁରୀରେ ୨୦ ଡିଗ୍ରୀ ରହିପାରେ । ୨ ତାରିଖ(ସୋମବାର) ଫୁଲବାଣୀରେ ୧୧ଡିଗ୍ରୀ ରହିବ । ନବରଙ୍ଗପୁରରେ ୧୩, କୋରାପୁଟ ଓ ମାଲକାନଗିରିରେ ୧୪ ଡିଗ୍ରୀ ରହିପାରେ । ଗୁରୁବାର ରାତିରେ ଫୁଲବାଣୀରେ ୧୦.୫ ଡିଗ୍ରୀ ଥିଲା । ଦାରିଙ୍ଗବାଡ଼ିରେ ୧୧, ନବରଙ୍ଗପୁରରେ ୧୨.୫, ନୂଆପଡ଼ାରେ ୧୩ ଡିଗ୍ରୀ ରେକର୍ଡ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଭାରତ-ନ୍ୟୁଜିଲାଣ୍ଡ: କାହାକୁ ମିଳିବ ଓପନିଂ ଚାନ୍ସ ?

ଶନିବାର ଉପକୂଳ ଓଡ଼ିଶାରେ ଶୀତ ପ୍ରାୟତଃ ଉଭେଇ ଯିବ । ପୁରୀରେ ୨୦, ଗୋପାଳପୁରରେ ୧୯, ଚାନ୍ଦବାଲି ଓ ପାରାଦୀପରେ ୧୮, ଛତ୍ରପୁର, ଭୁବନେଶ୍ୱର ଓ ଚାନ୍ଦବାଲିରେ ୧୭, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କଟକ ଓ ନୟାଗଡ଼ରେ ୧୬ ଡିଗ୍ରୀ ରହିପାରେ । କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୧୫ ଡିଗ୍ରୀ ରହିପାରେ । କୌଣସି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀରୁ ତଳକୁ ଖସିବନି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାସହ ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ଆଗାମୀ 24 ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ । ଫଳରେ ରାତିରେ ଥଣ୍ଡାର ପରିମାଣ କମ ଅନୁଭୂତ ହେବ । ଏହା ପରେ ତାପମାତ୍ରାରେ ଆଉ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Alert Odisha | Dense Fog Covers Capital, Alert Issued for 9 Districts in Odisha | Argus News | Argus News