Weather Alert / ଆସନ୍ତା ୫ଦିନ ପ୍ରବଳ କୁହୁଡ଼ି: ଘରୁ ବାହାରିବା ପୂର୍ବରୁ ଆପଣାନ୍ତୁ ଏହି ଟିପ୍ସ୍

Key Points
କଲବଲ କରୁଛି ଘନ କୁହୁଡି ।
ରାଜ୍ୟରେ ଥଣ୍ଡା ସହ ଘନ କୁହୁଡ଼ି ପାଇଁ ଅସ୍ତବ୍ୟସ୍ତ ଜନଜୀବନ, ଯାତାୟାତ ମୁସ୍କିଲ୍ ହୋଇପଡ଼ିଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୫ ଦିନିଆ ସତର୍କ ସୂଚନା ଜାରି ।
ଥଣ୍ଡାରେ କଲବଲ ସାରା ଓଡ଼ିଶା । ସାରା ରାଜ୍ୟରେ ଅସହ୍ୟ ଥଣ୍ଡା । କଲବଲ କରୁଛି ଘନ କୁହୁଡି । ରାଜ୍ୟରେ ଥଣ୍ଡା ସହ ଘନ କୁହୁଡ଼ି ପାଇଁ ଅସ୍ତବ୍ୟସ୍ତ ଜନଜୀବନ, ଯାତାୟାତ ମୁସ୍କିଲ୍ ହୋଇପଡ଼ିଛି । ଓଡ଼ିଶାରେ ଜାନୁଆରୀ ମାସରେ ବି ଜୋର ଶୀତ ସମ୍ଭାବନା ଥିବା ଅକଳନ କରିଛି ପାଣିପାଗ ବିଭାଗ ।
ସେପଟେ ଓଡ଼ିଶାରେ ଘନ କୁହୁଡ଼ି ଅନୁଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୫ ଦିନିଆ ସତର୍କ ସୂଚନା ଜାରି କରାଯାଇଛି। ଆଇଏମଡି ପକ୍ଷରୁ କୁହାଯାଇଛି,ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଘନ କୁହୁଡ଼ି ଏବଂ ଥଣ୍ଡା ଅନୁଭୂତ ହେବା ଜାରି ରହିଛି। ରାଜ୍ୟର ସାତଟି ସହରରେ ତାପମାତ୍ରା ୧୦ ଡିଗ୍ରି ସେଲସିୟସ ତଳେ ରହିଛି।
ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ବରଗଡ଼ରେ ତାପମାତ୍ରା ସର୍ବାଧିକ ୨୯.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୨୭.୮° ସେଲସିୟସ୍ ଏବଂ ସର୍ବନିମ୍ନ ୧୬.୮° ସେଲସିୟସ୍ ରେକର୍ଡ କରାଯାଇଛି।
ସେହିପରି କଟକରେ ସର୍ବାଧିକ ତାପମାତ୍ରା ୨୫.୬° ସେଲସିୟସ୍ ଏବଂ ସର୍ବନିମ୍ନ ୧୩.୮° ସେଲସିୟସ୍ ରେକର୍ଡ କରାଯାଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ପବନ ବହିବା ଫଳରେ ଥଣ୍ଡା ପ୍ରକୋପ ବୃଦ୍ଧି ପାଇଛି । ରାଜ୍ୟର ପାହାଡିଆ ଅଞ୍ଚଳଗୁଡ଼ିକ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ଦାରିଙ୍ଗବାଡିରେ ରାତିର ତାପମାତ୍ରା ୮.୫ ଡିଗ୍ରି ସେଲସିୟସକୁ ହ୍ରାସ ପାଇଛି। ବୌଦ୍ଧରେ ଘନ କୁହୁଡ଼ି ଦେଖାଯାଇଥିଲା ଯାହା ଦୃଶ୍ୟମାନତାକୁ ୫୦ ମିଟରରୁ କମ୍ କରିଦେଇଥିଲା ।
ଏହା ବ୍ୟତୀତ, ବଲାଙ୍ଗୀର, କୋରାପୁଟ ଏବଂ ଫୁଲବାଣୀରେ ୫୦-୨୦୦ ମିଟର ଦୃଶ୍ୟମାନ୍ୟତା ଥିବା ଘନ କୁହୁଡ଼ି ଦେଖାଯାଇଥିଲା। ଅପରପକ୍ଷରେ ସୋନପୁର, ଭବାନୀପାଟଣା, ପାରଳାଖେମୁଣ୍ଡି ଏବଂ ଜୟପୁରରେ ୨୦୦-୫୦୦ମିଟର ଦୃଶ୍ୟମାନ୍ୟତା ଥିବା ମଧ୍ୟମ କୁହୁଡ଼ି ଦେଖାଯାଇଥିଲା। ସେହିପରି ଗୋପାଳପୁର, ବାରିପଦା, ସମ୍ବଲପୁର, ହୀରାକୁଦ ଏବଂ ରାଉରକେଲାରେ ୫୦୦ ରୁ ୧୦୦୦ ମିଟର ଦୃଶ୍ୟମାନ୍ୟତା ଥିବା ହାଲୁକା କୁହୁଡ଼ି ଦେଖାଯାଇଥିଲା ।
ସକାଳ ଏବଂ ସନ୍ଧ୍ୟା ସମୟରେ ଦୃଶ୍ୟମାନତା କମ୍ ରହିବାର ସମ୍ଭାବନା ଥିବାରୁ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ଦୁର୍ଘଟଣା ଏଡାଇବା ପାଇଁ ଗାଡ଼ି ଚାଳକମାନଙ୍କୁ ଫଗ୍ ଲାଇଟ୍ ବ୍ୟବହାର କରିବାକୁ ଏବଂ ଧୀର ଗତି ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପାଞ୍ଚ ଦିନିଆ କୁହୁଡ଼ି ସତର୍କ ସୂଚନା ଜାରି କରିଛି। ପୂର୍ବାନୁମାନ ଅନୁଯାୟୀ, ହାଲୁକା ରୁ ମଧ୍ୟମ କୁହୁଡ଼ି କନ୍ଧମାଳ, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର,, ସୁନ୍ଦରଗଡ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ କଟକରେ ଅନୂଭୂତ ହେବ।
ଜାନୁୟାରି ୬-୭ ରୁ ନୟାଗଡ଼, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ଏବଂ ସୁନ୍ଦରଗଡରେ କୁହୁଡ଼ିର ପ୍ରଭାବ ରହିବ। ସେହିପରି ଜାନୁୟାରି ୭-୧୦ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ପୁରୀ, ଏବଂ ଖୋର୍ଦ୍ଧାରେ କୁହୁଡ଼ି ଅନୁଭୁତ ହେବ।
📱 Get Argus News App
✨Related Topics
Explore more stories