Videos
|
Weather-calamities

Landslide Disaster / ପାହାଡ଼ରୁ ମାଡ଼ି ଆସିଲା ମାଟି ଓ ପଥର, ଆଖି ପିଛୁଳାକେ ଛାରଖାର ହୋଇଗଲା ଗାଁ

Rashmita Mishra
Browse all articles by Rashmita Mishra
·8 mins ago·2 min read
ପାହାଡ଼ରୁ ମାଡ଼ି ଆସିଲା ମାଟି ଓ ପଥର, ଆଖି ପିଛୁଳାକେ ଛାରଖାର ହୋଇଗଲା ଗାଁ
Landslide Disaster

Key Points

ଗିଡିପାବାଲିରେ ଭୟଙ୍କର ଭୂସ୍ଖଳନ, ମାଟି ତଳେ ପୋତି ହୋଇଗଲା ଅନେକ ଘର
ରାତି ୨ଟାରେ ଧସିଲା ପାହାଡ଼, ୧୦ରୁ ଅଧିକ ଲୋକ ନିଖୋଜ ଥିବା ଆଶଙ୍କା
ପାହାଡ଼ରୁ ମାଡ଼ି ଆସିଲା ମାଟି ଓ ପଥର, ଆଖି ପିଛୁଳାକେ ଛାରଖାର ହୋଇଗଲା ଗାଁ
ଗଞ୍ଜାମ-କନ୍ଧମାଳ ସୀମାରେ ଭୂସ୍ଖଳନ ବିପର୍ଯ୍ୟୟ, ୫୭ ଉଦ୍ଧାର, ଏବେ ବି ନିଖୋଜଙ୍କୁ ନେଇ ଚିନ୍ତା
ପାହାଡ଼ରୁ ମାଡ଼ି ଆସିଲା ମାଟି ଓ ପଥର, ଆଖି ପିଛୁଳାକେ ଛାରଖାର ହୋଇଗଲା ଗାଁ... ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ଗିଡିପାବାଲି ଗାଁରେ ଭୟଙ୍କର ଭୂସ୍ଖଳନ ଘଟି ଆତଙ୍କ ଖେଳିଯାଇଛି । ରାତି ପ୍ରାୟ ୨ଟା ସମୟରେ ହଠାତ୍ ପାହାଡ଼ ଧସିବା ସହ ପାହାଡ଼ର ମାଟି ଓ ପଥର ଗାଁ ଭିତରକୁ ମାଡ଼ି ଆସିଥିଲା । ଆଖି ପିଛୁଳାକେ ଗାଁର ଅନେକ ଘର ମାଟି ତଳେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଭୂସ୍ଖଳନ ଘଟିବାର କିଛି ମିନିଟ୍ ମଧ୍ୟରେ ଗାଁର କିଛି ଲୋକ ଘରୁ ବାହାରି ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ହେଲେ ଅନେକ ଲୋକ ଘର ଭିତରେ ଫସି ରହିଯାଇଥିବା କୁହାଯାଉଛି । କାହାର ଦୁଇ ଦୁଇଟି ଛୋଟ ପିଲାଙ୍କୁ ଧରି ମାଆ ଉଦ୍ଧାର ପାଇଥିବା ବେଳେ ସ୍ୱାମୀଙ୍କ ପତ୍ତା ମିଳୁନାହିଁ । ଆଉ କାହାର ପରିବାରର ଅନ୍ୟ ସଦସ୍ୟ ନିଖୋଜ ଅଛନ୍ତି । ଏବେ ମଧ୍ୟ ୧୦ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଥିବା ନେଇ ଆଶଙ୍କା ପ୍ରକାଶ କରୁଛନ୍ତି ଗ୍ରାମବାସୀ ।

ଜୀବନ ବଞ୍ଚାଇବା ପାଇଁ କିଛି ଲୋକ ଜଙ୍ଗଲ ରାସ୍ତାରେ ଦୁଇ ଦିନ ଧରି ଚାଲିଚାଲି କନ୍ଧମାଳ ଜିଲ୍ଲାର ସିପାଇଜୁ ଗାଁରେ ପହଞ୍ଚିଥିବା ଜଣାପଡ଼ିଛି । ଖବର ପାଇ କନ୍ଧମାଳ ପଟୁ ଅଗ୍ନିଶମ ବିଭାଗର ଟିମ୍ ଅତ୍ୟନ୍ତ କଷ୍ଟରେ ଦୁଇଟି ଗାଁରୁ ମୋଟ ୫୭ ଜଣଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ସମସ୍ତଙ୍କୁ ଖିଲାପଙ୍ଗା ଗାଁରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।

ଖିଲାପଙ୍ଗାରେ ସ୍ଥାନୀୟ ବିଡିଓ ଓ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚି ଉଦ୍ଧାର ହୋଇଥିବା ଲୋକଙ୍କ ଚିକିତ୍ସା ଓ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଥିବା ସୂଚନା ମିଳିଛି । ତେବେ ଗିଡିପାବାଲି ଗାଁରୁ ଏବେ ମଧ୍ୟ ୧୦ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଥିବା ଦାବି ହେଉଥିବାରୁ ଉଦ୍ଧାର କାର୍ଯ୍ୟକୁ ନେଇ ଚିନ୍ତା ବଢ଼ିଛି । ନିଖୋଜଙ୍କ ପରିବାର ଲୋକେ ନିଜ ଆତ୍ମୀୟଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: