Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Montha / ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ

Rashmita Mishra
Browse all articles by Rashmita Mishra
·8 months ago·2 min read
୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ

Key Points

ସମସ୍ତ ବନ୍ଦର ଗୁଡ଼ିକରେ ୩ ନଂ ବିପଦ ସଙ୍କେତ ଦିଆଯାଇଛି । ସ୍ଥଳଭାଗ ଛୁଇଁବାବେଳେ ଏହା ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା । ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୭ରୁ ଓଡ଼ିଶାରେ ବର୍ଷା ଆରମ୍ଭ । ୨୮ ଓ ୨୯ ତାରିଖରେ ବର୍ଷା ସହ ପବନ ରହିବ । ପବନର ବେଗ ୬୦ ରୁ ୭୦ କିମି ପବନ ରହିବା ସହ ଝଟକା ପବନ ଘଣ୍ଟା ପ୍ରତି ୮୦ କିମି ରହିବ । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ରହିବ ସର୍ବାଧିକ ପବନର ପ୍ରଭାବ । ୩୦ରେ ବି ବର୍ଷା ଲାଗି ରହିବ । ଚଳିତ ବର୍ଷ ବାରମ୍ବାର ଲଘୁଚାପ ପାଇଁ ଭାଙ୍ଗିଗଲାଣି ମତ୍ସ୍ୟଜୀବୀଙ୍କ ମେରୁଦଣ୍ଡ । ଉଦୟପୁର ତାଳସାରୀ ରଣସିଂହପୁର କୀର୍ତ୍ତିନିଆରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ପ୍ରବଳ ବର୍ଷା ଓ ପବନ ପାଇଁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ମତ୍ସ୍ୟ ବିଭାଗ ।

ସମସ୍ତ ବନ୍ଦର ଗୁଡ଼ିକରେ ୩ ନଂ ବିପଦ ସଙ୍କେତ ଦିଆଯାଇଛି । ସ୍ଥଳଭାଗ ଛୁଇଁବା ବେଳେ ଏହା ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା । ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଏଥିସହ ପଢ଼ନ୍ତୁ : ଓଡ଼ିଶାକୁ ସତରେ ବାତ୍ୟା ଅଛି ନା ନାହିଁ ? ଜାଣନ୍ତୁ ପୁରା ଘଟଣା...

ଅକ୍ଟୋବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ମନା କରାଯାଇଛି । ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ ୨୫ ତାରିଖ ରାତି ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି । ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ଅବମାନନା କଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ଏ ନେଇ ଚନ୍ଦନେଶ୍ୱର ମତ୍ସ୍ୟ ଅଧିକାରୀ ଅନନ୍ତ ଜେନା ସୂଚନା ଦେଇଛନ୍ତି । ଭୋଗରାଇ ବ୍ଲକ ଅଧୀନରେ ରହିଛି ୪ଟି ମତ୍ସ୍ୟ ଅବତରଣ କେନ୍ଦ୍ର ।

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ପ୍ରବଳ ପବନ ସାଙ୍ଗକୁ ପ୍ରବଳ ବର୍ଷା ସମ୍ଭାବନା ନେଇ ଉଦୟପୁର ତାଳସାରୀ ରଣସିଂହପୁର କୀର୍ତ୍ତିନିଆ ଆଦି ସ୍ଥାନରେ ମତ୍ସ୍ୟଜୀବୀ ମାନଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଚନ୍ଦନେଶ୍ୱର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି । ପ୍ରବଳ ପବନରେ ଡଙ୍ଗାକୁ ଡଙ୍ଗା ବାଡ଼େଇ ହେବାର ସମ୍ଭାବନା ଥିବାବେଳେ ମାଛ ଧରା ଜାଲ ଓ ସମସ୍ତ ସାମଗ୍ରୀ ଡ଼ଙ୍ଗା ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ କୁହାଯାଇଛି । ଆଉ ଏହାକୁ କେହି ମତ୍ସ୍ୟଜୀବୀ ଅବମାନନା କରି ଯଦି ସମୁଦ୍ରକୁ ଯାଆନ୍ତି ତେବେ ତାଙ୍କ ଉପରେ ମତ୍ସ୍ୟ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ ପାଣିପାଗ ସମ୍ପର୍କିତ ଖବର ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Montha | Fishermen Barred from Sea from Oct 26 to 30 Due to Rough Weather | Argus News