Videos
|
Weather-calamities

Flood Situation / ରାଜ୍ୟରେ ବନ୍ୟା ସ୍ଥିତି ଏବେ ବି ଗମ୍ଭୀର: ବାଲେଶ୍ୱରରେ ପଶିପାରେ ସୁବର୍ଣ୍ଣରେଖା ପାଣି

Banajyotshna Ray
Browse all articles by Banajyotshna Ray
·2 weeks ago·2 min read
ରାଜ୍ୟରେ ବନ୍ୟା ସ୍ଥିତି ଏବେ ବି ଗମ୍ଭୀର: ବାଲେଶ୍ୱରରେ ପଶିପାରେ ସୁବର୍ଣ୍ଣରେଖା ପାଣି
Flood Situation

Key Points

ବାଲେଶ୍ୱରରେ ଚତୁର୍ଥ ଥର ପାଇଁ ବଢିଲା ବନ୍ୟା ଆଶଙ୍କା
ଆଜି ରାତିରେ ବାଲେଶ୍ୱରରେ ପଶିପାରେ ସୁବର୍ଣ୍ଣରେଖା ପାଣି
ଝାଡଖଣ୍ଡ କ୍ୟାଚମେଣ୍ଟରୁ ପାଣି ଆସୁଥିବାରୁ ବଢିବ ଜଳ ପତ୍ତନ
୬ ଜିଲ୍ଲାର ୧୧ଲକ୍ଷ ୬୫ ହଜାରରୁ ଅଧିକ ଲୋକ ବନ୍ୟା ପ୍ରଭାବିତ
୪ଲକ୍ଷ ୨୬ ହଜାର ୬୭୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି
ବନ୍ୟା ଯୋଗୁଁ ୫୮ ହଜାର ୪୬୫ ହେକ୍ଟର ଜମି ପ୍ରଭାବିତ

ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା । ଚଳିତବର୍ଷ ଚତୁର୍ଥଥର ପାଇଁ ବାଲେଶ୍ବର ଜିଲ୍ଲାରେ ବନ୍ୟା ହୋଇପାରେ । ଝଡଖଣ୍ଡ କ୍ୟାଚମେଣ୍ଟରୁ ପାଣି ରିଲିଜ ହେଉଥିବାରୁ ସୁବର୍ଣ୍ଣରେଖା ବଢ଼ିବ । ଚାନ୍ଦିଲି ଡ୍ୟାମରୁ ମଧ୍ୟ ପାଣି ଆସୁଛି । ସୁବର୍ଣ୍ଣରେଖା ନଦୀର ଅନେକ ସ୍ଥାନରେ ଜଳ ପତ୍ତନ ବଢିବ । ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ଭୋଗରାଇ ଓ ବାଲିଆପାଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସାନି ସେମାନଙ୍କ ଦୁର୍ଦ୍ଦଶା ଆହୁରି ବଢାଇପାରେ । ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଯାଇଛି।''

ସେପଟେ ରାଜଘାଟରେ ପାଣି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଜି ରାତିରେ ବାଲେଶ୍ବରରେ ପଶିବ ସୁବର୍ଣ୍ଣରେଖା ପାଣି । ଗାଲୁଡିହିରୁ ସାଢ଼େ ୬ ହଜାର କିଉମେକ୍ ପାଣି ଆସିଛି । ଆଜି ରାତି ୧୨ ଟା ସୁଦ୍ଧା ପୀକ ଫ୍ଲଡ ଆସିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ସେପଟେ ଅନ୍ୟ ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି, ବର୍ଷା କମିଛି । ୬ ଜିଲ୍ଲାର ୬୮ ବ୍ଲକରେ ବନ୍ୟା ପ୍ରଭାବ ରହିଛି । ୪୬୯ ପଂଚାୟତର ୧୫୭୯ ଗାଁ ଓ ୧୦ ସହରାଞ୍ଚଳର ୬୪ଟି ଓ୍ବାର୍ଡ ପ୍ରଭାବିତ ହୋଇଛି । ୧୧ଲକ୍ଷ ୬୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୪ ଲକ୍ଷ ୨୬ ହଜାର ୬୭୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ଯୋଗୁଁ ୧ ହଜାର ୮୮୨ଟି ଘର ଓ ୫୮ ହଜାର ୪୬୫ ହେକ୍ଟର ଜମି ପ୍ରଭାବିତ ହୋଇଛି ବୋଲି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।''

ଏଥିସହ ପଢ଼ନ୍ତୁ: ଆଜି ୨୩ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଗାମୀ ୫ ଦିନ ସତର୍କ ରହିବାକୁ ନିର୍ଦ୍ଦେଶ

ଯାଜପୁରରେ ଏବେ ବି ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଘରର ଅଧାକାନ୍ଥ ପାଣିରେ ବୁଡ଼ିଛି, କେଉଁଠି କଚାଘର ସମ୍ପୂର୍ଣ୍ଣ ମାଟିରେ ମିଶିଛି ତ ଆଉ କେଉଁଠି ନଳକୂପ ସମ୍ପୂର୍ଣ୍ଣ ବନ୍ୟା ପାଣିରେ ଚଳିତ ବନ୍ୟାରେ ଜିଲ୍ଲାର ୧୦ଟି ବ୍ଲକ୍ ପ୍ରଭାବିତ ହୋଇଥିବା ବେଳେ ୧.୧୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । ବିଶେଷକରି ଦଶରଥପୁର ଓ ବରୀ ବ୍ଲକ୍‌ର ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି। ଦଶରଥପୁର ବ୍ଲକ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କାଣୀ ନଦୀରେ ହୋଇଥିବା ଘାଇକୁ ବୁଲି ଦେଖିବା ସହ ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର । ଚଳିତ ବର୍ଷ ନାଳିଆ ନଦୀରେ ତୃତୀୟ ଥର ପାଇଁ ବନ୍ୟା ଜଳ ଆସିବା ଦ୍ୱାରା ତିହିଡି଼ ବ୍ଲକର ମାତଗଜପୁର ଠାରେ 50 ଫୁଟ ଉପରେ ଘାଇ, ସେହିପରି ହଟନଗର ଠାରେ 20 ଫୁଟର ସୃଷ୍ଟି ହେବା ଦ୍ୱାରା ପାଖାପାଖି 15 ଟି ଗାଁ ସମ୍ପୂର୍ଣ ଜଳବନ୍ଦୀ ହୋଇଛି । କାହା ଘରେ ପାଣି ପଶି ଘରର କାନ୍ଥ ଭୁଶୁଡି ପଡିଛି। ବହୁ କଷ୍ଟରେ ପରିବାର କୁ ନେଇ ଅନ୍ୟ ଲୋକଙ୍କ ଘରେ ରହୁଛନ୍ତି। ଗାଈ, ଗୋରୁ, ଛେଳି ମାନଙ୍କୁ ନେଇ ଉପର ସ୍ଥାନକୁ ପଳାଇଛନ୍ତି।''

ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics

Explore more stories

Flood Situation Remains Critical in Odisha; Subarnarekha River Water May Enter Balasore | Argus News | Argus News