Leave Cancelled / ରାଜ୍ୟରେ ପ୍ରବଳ ବର୍ଷା: ୨୬ ଯାଏଁ ସରକାରୀ ଅଧିକାରୀଙ୍କୁ ଛୁଟି ମନା
·1 hour ago·2 min read

Key Points
ବାତ୍ୟା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି
୨୬ ଯାଏଁ ସରକାରୀ ଅଧିକାରୀଙ୍କୁ ଛୁଟି ମନା
ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଛୁଟି ବାତିଲ କଲେ ଜିଲ୍ଲାପାଳ

ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ (Deep Depression) ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୧୨ କିମି ବେଗରେ ପଶ୍ଚିମ ଦିଗକୁ ଗତି କରିଛି।ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ପ୍ରାୟ ୭୦ କିମି ଦକ୍ଷିଣ-ପୂର୍ବ, ଓଡ଼ିଶାର ଗୋପାଳପୁରଠାରୁ ୧୫୦ କିମି ଦକ୍ଷିଣ, ପୁରୀଠାରୁ ୨୩୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଏବଂ ବିଶାଖାପାଟଣାଠାରୁ ୧୫୦ କିମି ପୂର୍ବ-ଉତ୍ତରପୂର୍ବ ଦିଗରେ ଅବସ୍ଥିତ ରହିଛି।''
.ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ:
ବାତ୍ୟା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ବାତ୍ୟା ଓଡ଼ିଶା ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି । କିନ୍ତୁ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛ । ଏଥିଲାଗି କଳାହାଣ୍ଡି, ଖୋର୍ଦ୍ଧା, ଜଗତସିଂହପୁର, କୋରାପୁଟ, ଗଜପତି, ପୁରୀ ଆଦି ଜିଲ୍ଲାଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୨୬ ଯାଏଁ ସରକାରୀ ଅଧିକାରୀଙ୍କୁ ଛୁଟି ମନା। ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଛୁଟି ବାତିଲ କଲେ ଜିଲ୍ଲାପାଳ। ପ୍ରବଳ ବର୍ଷା ଓ ବଜ୍ରପାତ ସହ ଝଡ଼ତୋଫାନ ଆଶଙ୍କାରୁ ନିଷ୍ପତ୍ତି। ଛୁଟିରେ ଥିବା ଅଧିକାରୀ ନିଜ ମୁଖ୍ୟାଳୟ ଫେରି ରିପୋର୍ଟ କରିବେ । ପୂର୍ବ ଅନୁମତି ବିନା ନିଜ ମୁଖ୍ୟାଳୟ ଛାଡ଼ିପାରିବେନି ଅଧିକାରୀ।''
.ବର୍ଷା ପାଇଁ ସ୍କୁଲ ଛୁଟି:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରବଳ ବର୍ଷା ଆଶଙ୍କାରେ ରାଜ୍ୟର ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଆଜି ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।''
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି । ଆଜି ରାତିରେ ଏହା ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ । ଘଣ୍ଟା ପ୍ରତି ୧୨ କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି ଗଭୀର ଅବପାତ । ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୧୨ କିମି ବେଗରେ ପଶ୍ଚିମ ଦିଗକୁ ଗତି କରିଛି ।
ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ପ୍ରାୟ ୧୦୦ କିମି ଦକ୍ଷିଣ-ପୂର୍ବ, ଓଡ଼ିଶାର ଗୋପାଳପୁରଠାରୁ ୧୫୦ କିମି ଦକ୍ଷିଣ, ପୁରୀଠାରୁ ୨୨୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଏବଂ ବିଶାଖାପାଟଣାଠାରୁ ୧୮୦ କିମି ପୂର୍ବ-ଉତ୍ତରପୂର୍ବ ଦିଗରେ ଅବସ୍ଥିତ ଥିଲା । ଆଗାମୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହା ଆଜି ରାତି ସୁଦ୍ଧା, ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟନମ ନିକଟରେ, ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ବହୁତ ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ ସମୟରେ ମଧ୍ୟ ଏହା ଗଭୀର ଅବପାତ ଭାବେ ରହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଅଧିକ ବର୍ଷା ଆନ୍ଧ୍ର ଏବଂ ଓଡ଼ିଶାରେ ଜାରି ରହିଛି ।
ଏଥିସହ ପଢ଼ନ୍ତୁ: ଆଜି ରାତିରେ ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବ … ସ୍ଥଳଭାଗ ମୁହାଁ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ
ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ । ଆଗାମୀ ତିନି ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ଜଗତସିଂପୁର, ପୁରୀ, ରାୟଗଡ଼ା, ମୟୂରଭଞ୍ଜ, ମାଲକାନଗିରି, ନବରଙ୍ଗପୁର, ଅନୁଗୁଳ, ଦେବଗଡ଼,କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼,ଢେଙ୍କାନାଳ, ବାଲେଶ୍ୱର । ଏହି ଜିଲ୍ଲାଗୁଡ଼ିକରେ ଆଜି ଅଧିକ ବର୍ଷା ହେବା ନେଇ ସତର୍କ କରାଯାଇଛି ।''
ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics
Explore more stories