Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Heatwave / ମାର୍ଚ୍ଚରେ ବଢ଼ିବ ଗରମ, ୨ରୁ ୩ ଡିଗ୍ରୀ ବଢିପାରେ ପାରଦ...

Banajyotshna Ray
Browse all articles by Banajyotshna Ray
·4 months ago·1 min read
ମାର୍ଚ୍ଚରେ ବଢ଼ିବ ଗରମ, ୨ରୁ ୩ ଡିଗ୍ରୀ ବଢିପାରେ ପାରଦ...
Heatwave

Key Points

ଆଗରୁ ବଢ଼ିବ ଗରମ
ଆସନ୍ତା ୩ ଦିନରେ ପୁଣି ତାତିର ଓଡ଼ିଶା
ଶୀତ ଧିରେ ଧିରେ କମିଥିବାବେଳେ ରାଜ୍ୟକୁ ଫେରିଲାଣି ତାତି। ଏଥର ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇପାରେ ବୋଲି କୁହାଯାଉଛି। ଆଗକୁ ବଢ଼ିବ ଗରମ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ଆସନ୍ତା ୩ ଦିନ ଭିତରେ। ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ରାଜ୍ୟରେ କ୍ରମାଗତ ଭାବେ ଦିନ ତାପମାତ୍ରା ବଢ଼ି ଚାଲିବ। ବର୍ଷାର ସମ୍ଭାବନା ପ୍ରାୟତଃ ନାହିଁ। ପାଗ ପୂରା ଶୁଖିଲା ରହିବ। ଏବେଠୁ ଧିରେ ଧିରେ ଆରମ୍ଭ ହେଲାଣି ତାତି।

ଏପଟେ ରାତିରେ ଏବେ ବି ପାରଦ ସ୍ୱାଭାବିକଠାରୁ କମ୍ ରହିଛି। ଯେଉଁଥିପାଇଁ ରାତି ସମୟରେ ହାଲୁକା ଥଣ୍ଡା ଏବେ ବି ଅନୁଭୂତ ହେଉଛି। କେତେକ ସ୍ଥାନରେ ଗତକାଲ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ଭିତରେ ଥିଲା। ତେବେ ଫେବ୍ରୁଆରୀ ୨୭ରୁ ମାର୍ଚ୍ଚ ୫ ଭିତରେ ତାପମାତ୍ରା ୩୪ ଡିଗ୍ରୀ ଭିତରେ ରହିପାରେ। ସ୍ୱାଭାବିକ ଠାରୁ ୨-୩ ଡିଗ୍ରୀ ଅଧିକ ରହିବା ସମ୍ଭାବନା ଅଛି । ମାର୍ଚ୍ଚ ୬ରୁ ୧୨ ପର୍ଯ୍ୟନ୍ତ ତାତି ବେଶି ବଢ଼ିବ। ଏପରିକି ୩୬ ଡିଗ୍ରୀ ଡେଇଁଯିବ ପ୍ରାୟତଃ ଅଞ୍ଚଳରେ । କେତେକ ସ୍ଥାନରେ ୩୮ ଡିଗ୍ରୀ ପହଞ୍ଚିପାରେ। ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିପାରେ ଦିନ ତାପମାତ୍ରା। ରାତି ତାପମାତ୍ରା ମଧ୍ୟ ବଢ଼ିପାରେ ।

ଏଥିସହ ପଢ଼ନ୍ତୁ: ଟ୍ଵିନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ୱାର୍ଣ୍ଣିଂ

ଗୁରୁବାର ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୫ ଡିଗ୍ରୀ, ଝାରସୁଗୁଡ଼ା ୩୪.୪, ହୀରାକୁଦ ୩୪, ଢେଙ୍କାନାଳ ୩୪ ଡିଗ୍ରୀ ସେଲସିୟସ୍ ଥିଲା । ସମ୍ବଲପୁର ୩୩.୮, ଭଦ୍ରକ ୩୩.୭, ଟିଟିଲାଗଡ଼ ୩୩.୬, ଭୁବନେଶ୍ୱର ୩୩.୬, ବାଲେଶ୍ୱର ୩୩.୨ ଡିଗ୍ରୀ ଥିବାବେଳେ ବାରିପଦା, ସୁନ୍ଦରଗଡ଼, ତାଳଚେର, ସୋନପୁର, ବରଗଡ଼, ଜଗତସିଂହପୁରରେ ପାରଦ ୩୩ ଟପିଥିଲା।

ଅଧିକ ପଢ଼ନ୍ତୁ ପାଣିପାଗ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heatwave | Heat to Rise in March, Temperature May Increase by 2–3 Degrees | Argus News | Argus News