Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Update / ଲଘୁଚାପ ଜନିତ ବର୍ଷାରେ ବେହାଲ୍ ଅଧା ଓଡ଼ିଶା

Smruti Parija
Browse all articles by Smruti Parija
·10 months ago·2 min read
ଲଘୁଚାପ ଜନିତ ବର୍ଷାରେ ବେହାଲ୍ ଅଧା ଓଡ଼ିଶା

Key Points

ଲଘୁଚାପ ଜନିତ ବର୍ଷାରେ ବେହାଲ୍ ଅଧା ଓଡ଼ିଶା
ଉବୁଟୁବୁ ସହରାଞ୍ଚଳ, ଶହ ଶହ ଗାଁରେ ଜଳବନ୍ଦୀ ସ୍ଥିତି
ଘରେ ପଶିଲା ପାଣି, ବୁଡ଼ିଲା ରାସ୍ତାଘାଟ ଓ ଚାଷ ଜମି

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ସହରରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ପାଣି ଘେରରେ ବାଲେଶ୍ଵର ସହର ବାସିନ୍ଦା । ୨୬ ନଂ ୱାର୍ଡର କଂଗ୍ରେସ ଅଫିସ୍ ଲେନ୍ ରାସ୍ତା ଉପରେ ପାଣି ଲହଡ଼ି ଭାଙ୍ଗୁଛି । ଏଥିସହ ସହରର ପ୍ରମୁଖ ସ୍ଥାନ- ଓଟି ରୋଡ, ତେଲେଙ୍ଗା ସାହି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି । ଫକୀର ମୋହନ ଗୋଲେଇ, ମୁଖ୍ୟ ଡାକଘର, ଗୁଡିପଦା, ଏକତା ନଗର, ବାଲିଆଛକ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା । ଏପରିକି ସପିଂ ମଲରେ ପାଣି ପଶି ଖାଦ୍ୟ ସାମଗ୍ରୀ ଜିନିଷ ଭାସୁଥିବା ଦେଖିବାକୁ ମିଳିଛି ।


ଏପଟେ ଟ୍ବିନିସିଟି ଅବସ୍ଥା ଦେଖନ୍ତୁ କେଇ ଘଣ୍ଟାର ବର୍ଷାରେ ଏକଦମ୍ ବେହାଲ୍ ହୋଇପଡିଛି । ଡ୍ରେନ ବନ୍ଦ୍ ହେବାରୁ ବନ୍ୟା ଜଳରେ ବୁଡିଲା ଭୁବନେଶ୍ବର ପଟିଆ ଅଞ୍ଚଳର ଅହଲ୍ୟା ନଗର । ସେହିପରି କଟକ ସହରର ଅନେକ ସ୍ଥାନରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଥିବାର ଦେଖାଯାଇଛି । ଅଗ୍ନିଶମ ଓ ଜରୁରୀକାଳୀନ ସେବାର ରାଜ୍ୟ ନିର୍ଦ୍ଦେଶକଙ୍କ କକ୍ଷରୁ ପ୍ରତି ଘଣ୍ଟାରେ ଭୁବନେଶ୍ୱର ଓ କଟକର ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ କାର୍ଯ୍ୟର ତଦାରଖ କରାଯାଉଛି । ଜରୁରୀକାଳୀନ ସ୍ଥିତିରେ ୧୧୨ ଡାଏଲ୍ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।


କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୧୪ ନଂ ୱାର୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଅନେକଙ୍କ ଘରେ ପାଣି ପଶିଛି । ସେହିପରି ହାଟଡିହି ବ୍ଲକ ଜଳ କଳଙ୍ଗ ଗାଁରେ ପାଣି ପଶି ରାସ୍ତାଘାଟି ବୁଡ଼ି ରହିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭଦ୍ରକରେ ବି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ବି ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ସେହିପରି ମାଲାକାନଗିରି ଜିଲ୍ଲା ୩୨୬ ନଂ NH ଉପରେ ଥିବା କାଙ୍ଗରକୋଣ୍ଡା ଏମ୍.ଭି-୯୬ ଓ କନ୍ୟାଶ୍ରମର ବ୍ରିଜ୍ ଉପରେ ୪ରୁ ୫ ଫୁଟ୍ ର ବନ୍ୟା ପାଣି ପଶିଛି । ଫଳରେ ମାଲକାନଗିରି ମୋଟୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ସରସରା ବଲାଙ୍ଗ ଗାଁ ରାସ୍ତା ଦେଇ ଯାଇଥିବା ଫଟଗାନାଳ ଉପରେ ବର୍ଷା ପାଣି ଭର୍ତ୍ତି ହୋଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସରସରା ବଲାଙ୍ଗ, ଭାଡିମରା, ଉଲୁଣ୍ଡାପୋଷ ଭାଲୁପାଣି, ବରଘାଟ ଆଦି ଗାଁର ଯାତାୟତ ବାଧାପ୍ରାପ୍ତ ହୋଇଛି । ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖାରେ ଜଳ ବୃଦ୍ଧି ପାଇବ । ସତର୍କ ସଂକେତ ଉପରକୁ ଯିବ, ଆଜି ବର୍ଷା ନ ହେଲେ ବିପଦ ସଂକେତ ଟପିବ କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ସେପଟେ ବନ୍ୟାସ୍ଥିତି ନିୟନ୍ତ୍ରଣରେ ରହିଛି । ଗାଁ ଛାଡି ରିଲିଫ ସେଣ୍ଟରକୁ ଆସିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ରାଜସ୍ବ ମନ୍ତ୍ରୀ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଯୋଗୁଁ ୨୪ ଘଣ୍ଟାରେ ଭୀଷଣ ବର୍ଷା ଲାଗି ସମ୍ଭାବନା । ଏଥିପାଇଁ ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୮ ଜିଲ୍ଲାକୁ ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ ଓ ନବରଙ୍ଗପୁରକୁ ଅରେଞ୍ଜ ଆଲର୍ଟ ଓ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର ।



Related Topics

Explore more stories

Sponsored
Update | heavy-rain-continues-in-various-parts-of-the-state-due-to-the-influence-of-a-low-pressure-area | Argus News