Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

ପ୍ରବଳ ବର୍ଷିବ, 5 ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି

Smruti Parija
Browse all articles by Smruti Parija
·11 months ago·1 min read
 ପ୍ରବଳ ବର୍ଷିବ, 5 ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି

Key Points

ଆହୁରି 5 ଦିନ ଛେଚିବ

ରାୟଗଡା ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ

କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ଲାଗି ରହିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିବ । ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରାୟଗଡା ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।


କୋରାପୁଟ, ମାଲକାନଗିରି ଗଂଜାମ, ନୟାଗଡ,କଳାହାଣ୍ଡି ନବରଙ୍ଗପୁର,ମୟୁରଭଞ୍ଜ,କେନ୍ଦୁଝର ଢେଙ୍କାନାଳ,ସୁନ୍ଦରଗଡ,କଟକ ଓ ଯାଜପୁରରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ଆସନ୍ତାକାଲି ଅଧିକାଂଶ ଅର୍ଥାତ ୨୩ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ କରି କରିଛି ପାଣିପାଗ ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୯ ତାରିଖ ଯାଏ ପ୍ରବଳ ବର୍ଷର ସମ୍ଭାବନା ଦେଇଛି ବିଭାଗ । ସେପଟେ ମେଘୁଆ ପାଗ ସହ ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ବିଭାଗ ।

Sponsored
heavy-rain-fall-next-5-days-argus-news | Argus News