Videos
|
Weather-calamities

ଆଗକୁ ବଡ ବର୍ଷା, ବିଜୁଳି ଘଡଘଡି ସହ ୪୦ ରୁ ୪୫ କିମି ବେଗରେ ବହିବ ପବନ

Smruti Parija
Browse all articles by Smruti Parija
·1 year ago·1 min read
ଆଗକୁ ବଡ ବର୍ଷା, ବିଜୁଳି ଘଡଘଡି ସହ ୪୦ ରୁ ୪୫ କିମି ବେଗରେ ବହିବ ପବନ

Key Points

ଉପକୂଳ ଓଡିଶାରେ ଆହୁରି ବର୍ଷିବ

ଆହୁରି ଦୁଇ ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ

୪୦ ରୁ ୪୫ କିମି ବେଗରେ ବହିବ ପବନ


ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳ ବର୍ଷା । ଦକ୍ଷିଣ ବାଂଲାଦେଶ ଏବଂ ତାହାର ଆଖପାଖ ଅଞ୍ଚଳର ବାୟୁମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବିଶେଷ କରି ଉତ୍ତର ଆଭ୍ୟନ୍ତରଣ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ ।


ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ହୋଇଛି । ରାଜ୍ୟରେ କଲାହାଣ୍ଡି ଜିଲ୍ଲା ଥିଆମୂଳଠାରେ ୫୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି । ଆଜି ପର୍ଯ୍ୟନ୍ତ ରାଜ୍ୟରେ ୫୯୬.୯ ମିଲି ମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ୫୨୬.୪ ମିଲିମିଟର ଠାରୁ ୧୩ % ଅଧିକ । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବର୍ଷା ସହ ବିଜୁଳି ଘଡଘଡି ଓ ଘଣ୍ଟା ପ୍ରତି ୩୦ ରୁ ୩୫ କିମି ବେଗରେ ପବନ ବୋହିବା ସହ ଝଟକା ପବନ ବହିବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । କେନ୍ଦୁଝର, ନୂଆପଡ଼ା, ମୟୂରଭଞ୍ଜ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରେ ବର୍ଷା ସହ ଘଣ୍ଟା ପ୍ରତି ୪୦ ରୁ ୪୫ କି.ମି ପବନ ହେବା ନେଇ ଅନୁମାନ କରାଯାଇଛି ।

weather-update-heavy-rain-for-next-two-days-in-odisha | Argus News