ଆସନ୍ତା ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା , ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

Key Points
୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳ ବର୍ଷା
ଆସନ୍ତା ଦୁଇଦିନ ବର୍ଷାରେ ଭିଜିବ ଅଧା ଓଡ଼ିଶା । ଭିଜିବ ଉତ୍ତର, ପଶ୍ଚିମ ଏବଂ ଉପକୂଳ ଓଡ଼ିଶା। ଆଜି ଓ କାଲି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସେହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ , ଝାରସୁଗୁଡା, ବରଗଡ, ଦେବଗଡ, ସମ୍ବଲପୁର, ଅନୁଗୁଳ , ଢେଙ୍କାନାଳ,ବାଲେଶ୍ବର, ମୟୁରଭଂଜ,କେନ୍ଦୁଝର,ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା,କଟକ,ଜଗତସିଂହପୁର,ପୁରୀ,ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ।ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବାର ଆକଳନ କରି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
ସେପଟେ ଯାଜପୁର ଦଶରଥପୁରରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଗତକାଲି ବୈତରଣୀ ନଦୀରେ ନିଖୋଜ ହୋଇଥିବା ଯୁବକ ଉଦ୍ଧାର ହୋଇଛନ୍ତି । ଯାଜପୁର ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲେ । ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ମକର ଯେନା ।
📱 Get Argus News App
✨ଅନ୍ୟପଟେ କମୁଛି ଜଳକା, ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ବାଲେଶ୍ବର ଭୋଗରାଇରେ ଗାଁରେ ପଶିଲା ବନ୍ୟା ପାଣି I ଭୋଗରାଇ ବ୍ଲକ ୫ଟି ପଂଚାୟତରେ ବନ୍ୟା ପାଣି ପ୍ରବେଶ କରିଛି । ପୂର୍ବରୁ ୪ଟି ବନ୍ୟାକୁ ସାମ୍ନା କରିଥିଲେ ଲୋକେ । ଏବେ ପୁଣି ଏକ ବଡ଼ ବନ୍ୟା ଆସୁଥିବାରୁ ଗ୍ରାମବାସୀ ଭୟଭୀତ I ପାଣି ଘେରରେ ବୁଡି ରହିଛି ହେକ୍ଟର ହେକ୍ଟର ଚାଷ ଜମି । ସରକାରୀ ସହାୟତା ଦାବି କରିଛନ୍ତି ଲୋକେ ।