Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

ଲଘୁଚାପ ଜନିତ ବର୍ଷାରେ ଉବୁଟୁବୁ ବାଲେଶ୍ବର ସହର

Rashmita Mishra
Browse all articles by Rashmita Mishra
·10 months ago·1 min read
ଲଘୁଚାପ ଜନିତ ବର୍ଷାରେ ଉବୁଟୁବୁ ବାଲେଶ୍ବର ସହର

Key Points

ଲଗାଣ ବର୍ଷାରେ ସ୍ଥିତି ବେହାଲ ।

ଘରେ ପଶିଲା ବର୍ଷା ପାଣି ।

ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ।

ଲଗାଣ ବର୍ଷାରେ ସ୍ଥିତି ବେହାଲ । ଘରେ ପଶିଲା ବର୍ଷା ପାଣି । ଲଘୁଚାପ ପ୍ରଭାବରେ କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଗତ ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ଆନନ୍ଦପୁର ପୌରପରିଷଦ ୧୪ ନମ୍ବର ୱାର୍ଡରେ ସ୍ଥିତି ବେହାଲ ହେବାରେ ଲାଗିଛି । ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ବହୁ ଲୋକଙ୍କ ଘରେ ପାଣି ପଶିଛି । ଲୋକେ ଯାତାୟାତରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।


ଆହୁରି ପଢନ୍ତୁ: Weather Update: ଆସନ୍ତା ୪ ଦିନ ଯାଏଁ ପ୍ରବଳ ବର୍ଷିବ


ଲଘୁଚାପ ଜନିତ ବର୍ଷାରେ ଉବୁଟୁବୁ ବାଲେଶ୍ବର ସହର । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । ସହରର ୨୬ ନମ୍ବର ୱାର୍ଡର କଂଗ୍ରେସ ଅଫିସ ଲେନ୍ ରାସ୍ତା ଉପରେ ପାଣି ଲହଡ଼ି ମାରୁଛି । ଏହାସହ ସହରର ପ୍ରମୁଖ ସ୍ଥାନ ଯଥା ଓଟି ରୋଡ , ତେଲେଙ୍ଗା ସାହି ଅଞ୍ଚଳରେ ମଧ୍ୟ ପାଣି ଘେରରେ ଲୋକେ । ଅନେକ ଲୋକଙ୍କ ଘର ଭିତରେ ମଧ୍ୟ ପାଣି ପଶିଛି । ନାଳ ପାଣି ସହର ଉପରେ ଢେଉ ଖେଳୁଥିବା ବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ସହର ବାସିନ୍ଦା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy Rain from Low Pressure Floods Balasore City | Argus News | Argus News