School Closed / ଆଜିଠୁ ପ୍ରବଳ ବର୍ଷା: ଆସନ୍ତାକାଲିଠୁ ଏହି ଜିଲ୍ଲାରେ ସବୁ ସ୍କୁଲ କଲେଜ ଛୁଟି
·58 mins ago·2 min read

Key Points
ଆଜିଠୁ ପ୍ରବଳ ବର୍ଷା
ଆସନ୍ତା ୨ ଦିନ ସବୁ ସ୍କୁଲ କଲେଜ ବନ୍ଦ
ଜାଣନ୍ତୁ ଅନ୍ୟ କେଉଁ ଜିଲ୍ଲାରେ ଛୁଟି ଘୋଷଣା
ଆସନ୍ତା ୨ ଦିନ ସବୁ ସ୍କୁଲ କଲେଜ ବନ୍ଦ
ଜାଣନ୍ତୁ ଅନ୍ୟ କେଉଁ ଜିଲ୍ଲାରେ ଛୁଟି ଘୋଷଣା
ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ।୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ନବରଙ୍ଗପୁର, ତେନ୍ତୁଳୀଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ଏହି ୫ଟି ବ୍ଲକ୍ ପାଇଁ ୫ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି, ୨୩ ଓ ୨୪ ତାରିଖ ଦୁଇ ଦିନ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ଶିକ୍ଷାକେନ୍ଦ୍ର ବନ୍ଦ ରହିବ। ତେବେ ଯେଉଁ ଶିକ୍ଷାନୁଷ୍ଠାନରେ ଅତ୍ୟାବଶ୍ୟକ ପରୀକ୍ଷା ନିର୍ଦ୍ଧାରିତ ରହିଛି, ସେଗୁଡ଼ିକୁ ଏହି ନିଷ୍ପତ୍ତିରୁ ବାଦ ଦିଆଯାଇଛି।ଏହା ସହ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଶୀ ଡ଼ଙ୍ଗା ଯାତାୟାତ ଉପରେ ରୋକ ଲଗାଯାଇଛି।''
.ଏହି ସବୁ ଜିଲ୍ଲାରେ ବି ସ୍କୁଲ ବନ୍ଦ:
ସେହିପରି ଗଞ୍ଜାମ,ଗଜପତି,ରାୟଗଡ଼ା,କୋରାପୁଟ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଓ ପବନ ୫୦ ରୁ ୬୦ କିମି ବେଗରେ ବହିବା ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଜାରି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୁରୀ, ଖୋର୍ଦ୍ଧା,ନୟାଗଡ଼,କନ୍ଧମାଳ,କଳାହାଣ୍ଡି,ନବରଙ୍ଗପୁର ଓ ମାଲକାନିଗିରି କୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।ନୂଆପଡ଼ା,ବଲାଙ୍ଗୀର, ସୋନପୁର, ବୌଦ୍ଧ,ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ,କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି।''
ଏଥିସହ ପଢ଼ନ୍ତୁ: ମାଡ଼ିଆସୁଛି ବଡ଼ ବର୍ଷା: ଆସନ୍ତା ୩ ଘଣ୍ଟା ପାଇଁ ୟେଲୋ ଆଲର୍ଟ, ବାହାରକୁ ନଯିବାକୁ ପରାମର୍ଶ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.କେତେ କିମି ବେଗରେ ବହୁଛି ପବନ:
ଏପଟେ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୭ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି।ବର୍ତ୍ତମାନ ଏହା ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୨୨୦ କିମି ଦକ୍ଷିଣ-ପୂର୍ବ, ପୁରୀଠାରୁ ୨୨୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ, ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟଣମଠାରୁ ୨୩୦ କିମି ପୂର୍ବ-ଦକ୍ଷିଣପୂର୍ବ ଏବଂ ବିଶାଖାପାଟଣାଠାରୁ ୩୨୦ କିମି ପୂର୍ବରେ ରହିଛି।''
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଗଭୀର ଅବପାତ ରେ ପରିଣତ ହେବାର ଅତ୍ୟଧିକ ସମ୍ଭାବନା ରହିଛି।ପରବର୍ତ୍ତୀ ସମୟରେ ମଧ୍ୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ଏହା ୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର ଭୋର ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।''
ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics
Explore more stories