Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Heavy Rain / ଆସୁଛି ବଡ଼ ବର୍ଷା, ୨୪ ଘଣ୍ଟା ଲାଗି ୬ ଜିଲ୍ଲାକୁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ...

Banajyotshna Ray
Browse all articles by Banajyotshna Ray
·3 months ago·2 min read
ଆସୁଛି ବଡ଼ ବର୍ଷା, ୨୪ ଘଣ୍ଟା ଲାଗି ୬ ଜିଲ୍ଲାକୁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ...
Heavy Rain

Key Points

ଆସନ୍ତା ୨୪ ଘଣ୍ଟା ଲାଗି ୬ ଜିଲ୍ଲାକୁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ
ବରଗଡ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର ଓ ମୟୂରଭଞ୍ଜକୁ ୱାର୍ଣ୍ଣିଂ ଜାରି
ବଡ଼ ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା
ଆସୁଛି ବଡ଼ ବର୍ଷା। ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ଲାଗି ୬ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ଭିତରେ ରହିଛି ବରଗଡ,ସମ୍ବଲପୁର,ଝାରସୁଗୁଡ଼ା,ସୁନ୍ଦରଗଡ଼,କେଉଁଝର ଓ ମୟୂରଭଞ୍ଜ। ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ। ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ବିଜୁଳି ଘଡ଼ଘଡ଼ି ସହ ୫୦ରୁ ୬୦କିମି ବେଗରେ ପବନ ବହିବା ନେଇ ମଧ୍ୟ ସୂଚନା ଦିଆଯାଇଛି। ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ ଓ ପାର୍ଶ୍ୱବର୍ତ୍ତୀ ୟାନମ୍ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ଆଗାମୀ 7 ଦିନ ଯାଏଁ ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି । 26 ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ୩ ଦିନ ଯାଏଁ ପ୍ରବଳ ଝଡ ପବନ ସହ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।''

ଆସନ୍ତା 24 ଘଣ୍ଟାରେ ନୂଆପଡା, ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମରେ ବିଜୁଳି ଘଡଘଡି ସହ 50ରୁ 60 କି.ମି ଝଡ ପବନ ଓ କୁଆପଥର ବର୍ଷା ସମ୍ଭାବନା ରହିଥିବା ବେଳେ ଏହି 4 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗଜପତି, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ମାଲକାନଗିରିରେ ବିଜୁଳି ଘଡଘଡି ସହ 30ରୁ 40 କି.ମି ବେଗରେ ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି 7 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଏଭଳି ବର୍ଷା ସମ୍ଭାବନା ଲାଗି ରହିବ ବୋଲି ସୂଚନା ରହିଛି । ବିଜୁଳି, ଘଡଘଡି ଓ କୁଆପଥର ବର୍ଷା ସମୟରେ ସତର୍କତା ଅବଲମ୍ବନ ସହ ଘରୁ ନ ବାହାରିବା ପାଇଁ ସତର୍କ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ।''

ସର୍ବାଧିକ ବର୍ଷା ବୋରିଗୁମ୍ମାରେ 57.4 ମିଲି ମିଟର:

ଅନ୍ୟପଟେ ଗତ 24 ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ଝଡ ପବନର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ 13ଟି ଷ୍ଟେସନରେ ବର୍ଷା ରେକର୍ଡ କରାଯାଇଛି ।ସର୍ବାଧିକ ବର୍ଷା କୋରାପୁଟର ବୋରିଗୁମ୍ମାରେ 57.4 ମିଲି ମିଟର ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ମେଘୁଆ ପାଗ ସହ ରାଜ୍ୟରେ ବର୍ଷା ସମ୍ଭାବନାକୁ ନେଇ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଖରାରୁ ଅସ୍ବସ୍ତି ମିଳିଛି । କିନ୍ତୁ ଆଗାମୀ 2ରୁ 3 ଦିନ ପରେ ପୁଣି ତାପମାତ୍ରାରେ ବୃଦ୍ଧି ହେବ ଅର୍ଥାତ ୨ରୁ ୩ ତାପମାତ୍ରା ବୃଦ୍ଧି ପାଇବା ବୋଲି ବିଭାଗ ପୂର୍ବାନୁମାନ କରିଛି ବିଭାଗ । ମହିଷାପାଟରେ 36.6 ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର: ଆସୁଛି ପଶ୍ଚିମା ଝଡ଼: ପ୍ରବଳ ହେବ ବର୍ଷା, ଓଡ଼ିଶାରେ ବି ପଡ଼ିବ ପ୍ରଭାବ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy Rain | Heavy Rain Alert: Orange Warning Issued for 6 Districts for Next 24 Hours | Argus News | Argus News