Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Heavy Rain / ଲଗାଣ ବର୍ଷାରେ ଭିଜୁଛି ଶ୍ରୀକ୍ଷେତ୍ର, ଭିଜୁଛନ୍ତି ଭକ୍ତ...

Rashmita Mishra
Browse all articles by Rashmita Mishra
·1 hour ago·2 min read
ଲଗାଣ ବର୍ଷାରେ ଭିଜୁଛି ଶ୍ରୀକ୍ଷେତ୍ର, ଭିଜୁଛନ୍ତି ଭକ୍ତ...
Heavy Rain

Key Points

ପ୍ରବଳ ବର୍ଷାରେ ଭିଜୁଛି ଶ୍ରୀକ୍ଷେତ୍ର...
ଗତ ୪୫ ଘଣ୍ଟା ଭିତରେ ୨୧୬ ମିମିରୁ ଅଧିକ ବର୍ଷା ରେକର୍ଡ । 
.ଆହୁରି ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର ।
ଦିନ ବଢିବା ସହ ପାଗରେ ଆସିପାରେ ସୁଧାର । 

ଲଘୁଚାପ ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା...ଲଗାଣ ବର୍ଷାରେ ଭିଜୁଛି ଶ୍ରୀକ୍ଷେତ୍ର । ସକାଳ ସାଢେ ୮ଟା ଯାଏଁ ପ୍ରବଳ ବର୍ଷା ନେଇ ପୁରୀକୁ ରେଡ ଆଲର୍ଟ ଜାରି କରାଯାଇଛି । ପୁରୀର ବିଭିନ୍ନ ସ୍ଥାନରେ ଜମି ରହିଛି ବର୍ଷା ପାଣି । ଜଳବନ୍ଦୀ ସମସ୍ୟାର ତୁରନ୍ତ ସମଧାନ ପାଇଁ ନଗର ଉନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଯୁଦ୍ଧକାଳୀନ ଭିତ୍ତିରେ ଜଳ ନିଷ୍କାସନ ଉପରେ ଫୋକସ । ଗତ ୪୫ ଘଣ୍ଟା ଭିତରେ ୨୧୬ ମିମିରୁ ଅଧିକ ବର୍ଷା ରେକର୍ଡ.....ଆହୁରି ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର....ଦିନ ବଢିବା ସହ ପାଗରେ ଆସିପାରେ ସୁଧାର । 

ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ । ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ।

ଏହା ଆଗାମୀ ୨ ଦିନରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗୁରୁବାର ରଥଯାତ୍ରାରେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ନିଂ ଦିଆଯାଇଛି । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ବରଗଡ଼, ଢେଙ୍କାନାଳ, ସୋନପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ନିଂ ଜାରି ହୋଇଛି ।

ଶୁକ୍ରବାର ମଧ୍ୟ ସମ୍ୱଲପୁର ଓ ଅନୁଗୋଳ ଜିଲାକୁ ପ୍ରବଳରୁ ଅତି ପ୍ରବଳ ଏବଂ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁବର୍ଣ୍ଣପୁର ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ଏହି ସମୟରେ ସମୁଦ୍ର ଆଶାନ୍ତ ରହିବ । ତେଣୁ ୧୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored