Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Odisha Cyclone Alert / ୨୪ ତାରିଖରୁ ପବନ ସହ ପ୍ରବଳ ବର୍ଷା !

Rashmita Mishra
Browse all articles by Rashmita Mishra
·7 months ago·2 min read
୨୪ ତାରିଖରୁ ପବନ ସହ  ପ୍ରବଳ ବର୍ଷା !

Key Points

ଓଡ଼ିଶା ମୁଣ୍ଡ ଉପରେ ଆଉ ଏକ ବାତ୍ୟା ଆଶଙ୍କା... ସୃଷ୍ଟି ହେଲା ଘୂର୍ଣ୍ଣିବଳୟ
ପାଣିପାଗ ବିଭାଗର ପୂର୍ବାନୁମାନ ୨୪ ବେଳକୁ ନେଇପାରେ ଅବପାତର ରୂପ । 
ପୁଣି ବାତ୍ୟା ଆଶଙ୍କା... ଓଡ଼ିଶା ମୁଣ୍ଡ ଉପରେ ଆଉ ଏକ ବାତ୍ୟା । ୪୮ ଘଣ୍ଟାରେ ଶକ୍ତିଶାଳୀ ହେବା ସମ୍ଭାବନା ରହିଛି । ଆଇଏମଡି ଅନୁଯାୟୀ, ନଭେମ୍ବର ୨୪ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ଅଛି । ଏହି ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ, ଓଡ଼ିଶାରେ ଚାରି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଏବଂ ଦକ୍ଷିଣ ଅଞ୍ଚଳରେ ସର୍ବାଧିକ ବର୍ଷା ହେବ ବୋଲି ଆଶା କରାଯାଉଛି । ନଭେମ୍ବର ୨୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି କି ପବନ ସହ ହୋଇପାରେ ପ୍ରବଳ ବର୍ଷା । 

ଯଦି ଏହା ବାତ୍ୟା ହୁଏ ତେବେ ତେବେ ଏହାର ନାଁ ରହିବ ସେନାୟ୍ୟାର (SENYAR) ଏହା ଆନ୍ଧ୍ର ଉପକୂଳ ଆଡକୁ ଗତି କରିବ । ତେଣୁ ପୂର୍ବ ତେଲେଙ୍ଗାନାରେ ମଧ୍ୟମ ବର୍ଷା ହୋଇପାରେ । ସେହିପରି ହାଇଦ୍ରାବାଦ ଏବଂ ଅନ୍ୟ କେତେକ ଅଂଚଳରେ ମଧ୍ୟ ବର୍ଷା ହେବ । କିନ୍ତୁ ବାତ୍ୟାର ପ୍ରକୋପ କେତେ ରହିବ ତାହା ଏବେବି ଅସ୍ପଷ୍ଟ । 



ଓଡ଼ିଶାର ପିଛା ଛାଡ଼ୁନି ବାତ୍ୟା । ଗୋଟାଏ ପରେ ଗୋଟାଏ ବତ୍ୟା ଓଡ଼ିଶାକୁ ମାଡ଼ି ଆସୁଛି । ଗତ ଅକ୍ଟୋବର ମାସରେ ମଧ୍ୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଥିଲା । ଯାହାର ନାଁ ତିଲା 'ମୋନ୍ଥା'। ଗତ ଅକ୍ଟୋବର ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ନର୍ସାପୁରରେ ବାତ୍ୟା 'ମୋନ୍ଥା' ଲ୍ୟାଣ୍ଡଫଲ କରିଥିଲା । ରାତି ୧୧.୩୦ରୁ ୧୨.୩୦ ମଧ୍ୟରେ ବାତ୍ୟାର ଲ୍ୟାଣ୍ଡଫଲ୍ ହୋଇଥିଲା । ମଛଲିପଟ୍ଟନମ୍‌ ଓ କଳିଙ୍ଗପଟ୍ଟନମ ମଧ୍ୟରେ ନର୍ସାପୁରରେ ଲ୍ୟାଣ୍ଡଫଲ୍ କରିଥିଲା । ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ପବନର ବେଗ ୯୦ରୁ ୧୧୦ କିମି ମଧ୍ୟରେ ରହିଥିଲା। ଏହା ପ୍ରଭାବରେ ମଛଲିପଟ୍ଟନମ, କାକିନାଡା, ରାଜମହେନ୍ଦ୍ରୀ, ବାପାଟିଆ, କାଭାଲି, ନୋଲୋର ଆଦି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ସହ ପବନ ହୋଇଥିଲା ।

ବାତ୍ୟା ‘ମୋନ୍ଥା’ ଯୋଗୁଁ ଓଡ଼ିଶାରେ ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିଲା । ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିବା ବେଳେ କେତେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ରହିଥିଲା । ଗଜପତି ଜିଲ୍ଲାରେ ଭୟଙ୍କର ତାଣ୍ଡବ ରଚିଥିଲା ବାତ୍ୟା । ଆର୍. ଉଦୟଗିରି ବ୍ଳକ ଅନଘା ପଞ୍ଚାୟତରୁ ସାମ୍ନାକୁ ଆସିଥିଲା ଭୟଙ୍କର ଦୃଶ୍ୟ । ଯେତିକି ବିପଜ୍ଜନକ ସେତିକି ଚିନ୍ତାଜନକ । ପାହାଡ଼ରୁ ବିରାଟ କାୟ ପଥର ସବୁ ରାସ୍ତା ଉପରେ ଖସିବା ଫଳରେ ପୁରା ଠପ୍ ହୋଇଯାଇଥିଲା ଯାତାୟାତ। ଗଜପତି ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ବିଚ୍ଛିନ୍ନ ହେଇଥିଲା ଯୋଗାଯୋଗ । ଆଉ ଏବେ ବାତ୍ୟା 'ମୋନ୍ଥା'ର ଗୋଟିଏ ମାସ ମଧ୍ୟରେ ଆଉ ଏକ ବାତ୍ୟା ସମ୍ଭାବନା ଥିବାରୁ ଲୋକଙ୍କ ମନରେ ଛନକା ସୃଷ୍ଟି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Cyclone Alert | Heavy Rain with Strong Winds Expected from 24th – Weather Alert Issued | Argus News