Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Update / ଆଜି ଅବପାତ ଓ ୪୮ ଘଣ୍ଟା ଭିତରେ ବାତ୍ୟା ସମ୍ଭାବନା !

Rashmita Mishra
Browse all articles by Rashmita Mishra
·7 months ago·2 min read
ଆଜି ଅବପାତ ଓ ୪୮ ଘଣ୍ଟା ଭିତରେ ବାତ୍ୟା ସମ୍ଭାବନା !

Key Points

ଆଜି ଅବପାତ ଓ ୪୮ ଘଣ୍ଟା ଭିତରେ ବାତ୍ୟା ସମ୍ଭାବନା I
୨୬ କିମ୍ବା ୨୭ରେ ବାତ୍ୟା ରୂପ ନେଇପାରେ ବୋଲି କରାଯାଉଚି ପୂର୍ବାନୁମାନ ।

ଆଜି ଅବପାତ ଓ ୪୮ ଘଣ୍ଟା ଭିତରେ ବାତ୍ୟା ସମ୍ଭାବନା I ମାଲାକା ସମୁଦ୍ର ସନ୍ଧିରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରଟି ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ୨୬ କିମ୍ବା ୨୭ରେ ବାତ୍ୟା ରୂପ ନେଇପାରେ ବୋଲି କରାଯାଉଚି ପୂର୍ବାନୁମାନ ।

ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ । ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା।ବର୍ଷାର ସମ୍ଭାବନା ନାହିଁ । ଏପଟେ କୋମରିନ ଅଞ୍ଚଳ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ତତ ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଯୋଡ଼ା ଲଘୁଚାପ ମଧ୍ୟରୁ, ଶ୍ରୀଲଙ୍କା ନିକଟରେ ଥିବା ଘୁର୍ଣ୍ଣିବଳୟ/ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ଅଧିକ ।

ଆଇଏମ୍‌ଡ଼ି ଆକଳନ ଅନୁସାରେ, ୨୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନସାଗର ଉପରେ ବାତ୍ୟା ସୃଷ୍ଟି ହେବ । ୨୮ ତାରିଖ ଯାଏ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି । କିନ୍ତୁ ଓଡ଼ିଶାକୁ କୌଣସି ବର୍ଷା ସତର୍କତା ଦିଆଯାଇନି।

ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବନି ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । କମୋରିନ୍ ବା କନ୍ୟାକୁମାରୀ ଉପରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମଙ୍ଗଳବାର କମୋରିନ୍, ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପରେ ଲଘୁଚାପ ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହୋଇପାରେ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି । ଜିଏଫଏସ୍ ମଡେଲ ଅନୁସାରେ, ମଲାକ୍କା ଉପରେ ଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ମଙ୍ଗଳବାରରେ ଅବପାତରେ ପରିଣତ ହେବ । ଅବପାତ ସୃଷ୍ଟି ପରେ ଏହା ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବ । ପରେ ଏହା ଉତ୍ତର ପୂର୍ବ ଦିଗକୁ ମୁହାଁଇ ୨ ବା ୩ ତାରିଖ ବେଳକୁ ଦକ୍ଷିଣ ବାଂଲାଦେଶ ଉପକୂଳରେ ପହଞ୍ଚିବ । ସେତେବେଳକୁ ବାତ୍ୟା ଦୁର୍ବଳ ହୋଇ ସାରିଥିବ ।

ଇସିଏମ୍‌ଡବ୍ଲ୍ୟୁଏଫ୍ ମଡେଲ କହୁଛି, ୨୫ ତାରିଖରେ ଅବପାତ ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ପହଞ୍ଚିବ । ୨୯ ତାରିଖ ସୁଦ୍ଧା ଏହା କ୍ରମଶଃ ଦୁର୍ବଳ ହୋଇ ସାରିଥିବ । ସେହିଭଳି କମୋରିନ୍ ଉପରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ । ଏହା ବି ସମୁଦ୍ର ଭିତରେ ଦୁର୍ବଳ ହୋଇଯିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି।

ଅଧିକ ପଢ଼ନ୍ତୁ ପାଣିପାଗ ସମ୍ପର୍କିତ ଖବର ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Update | Heavy Rainfall Today and Cyclone Alert Within 48 Hours | Weather Warning | Argus News