Heavy Rain Alert / ସାବଧାନ…ଏହିସବୁ ରାଜ୍ୟରେ ଖୁବଜୋରରେ ଝଡ଼ବର୍ଷା ସମ୍ଭାବନା…IMD ଜାରି କଲା ଆଲର୍ଟ
·4 months ago·2 min read

Key Points
ଦେଶର ବିଭିନ୍ନ ଭାଗରେ ପାଣିପାଗ ସକ୍ରିୟ ଥିବାରୁ ମୌସୁମୀ ସ୍ଥିତି ବଦଳିବାରେ ଲାଗିଛି
ଏହାର ପ୍ରଭାବରେ ଦେଶର ଅନେକ ରାଜ୍ୟରେ ଝଡ଼ ବର୍ଷା ଓ ବଜ୍ରପାତର ଘଟଣା ଦେଖିବାକୁ ମିଳିବ

ଦେଶର ବିଭିନ୍ନ ଭାଗରେ ପାଣିପାଗ ସକ୍ରିୟ ଥିବାରୁ ମୌସୁମୀ ସ୍ଥିତି ବଦଳିବାରେ ଲାଗିଛି। ପୂର୍ବୀୟ ଉତ୍ତର ପ୍ରଦେଶ , ପୂର୍ବୋତ୍ତର ଭାରତ ଓ ଆସାମର ଆଖାପାଖର ତଳ ସ୍ତରରେ ସାଇକ୍ଲୋନିକ୍ ସର୍କୁଲେସନ ସକ୍ରିୟ ଅଛି। ମହାରାଷ୍ଟ୍ରର ଆଭ୍ୟନ୍ତରୀଣ ଭାଗରେ ପଶ୍ଚିମା ଝଡ଼ର ପ୍ରଭାବ ରହିଛି। ଏହାର ପ୍ରଭାବରେ ଦେଶର ଅନେକ ରାଜ୍ୟରେ ଝଡ଼ ବର୍ଷା ଓ ବଜ୍ରପାତର ଘଟଣା ଦେଖିବାକୁ ମିଳିବ। ୨୭ରୁ ୩୦ ଅପ୍ରେଲ୍ ମଧ୍ୟରେ ଜମ୍ମୁ-କାଶ୍ମୀର , ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ଉଚ୍ଚ ଅଞ୍ଚଳରେ ବରଫପାତର ସମ୍ଭାବନା ଅଛି।
ପଞ୍ଜାବ , ହରିଆଣା , ଦିଲ୍ଲୀ ଓ ପଶ୍ଚିମୀ ଓ ପୂର୍ବ ଉତ୍ତର ପ୍ରଦେଶରେ ମଧ୍ୟ ଖୁବ୍ ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ୩୦-୪୦ କି.ମି ପ୍ରତିଘଣ୍ଟାର ବେଗରେ ପବନ ବହି ପାରେ। ୨୮ ଓ ୨୯ ଅପ୍ରେଲରେ ପଞ୍ଜାବ ଓ ହରିଆଣାରେ ଖୁବ୍ ଝଡ଼ର ଚେତାବନୀ ଜାରି କରାଯାଇଛି , ଯେଉଁଠି ବାୟୁର ଗତି ୭୦ କି.ମି ପ୍ରତି ଘଣ୍ଟା ଯାଏ ପହଞ୍ଚି ପାରେ। କିଛି କ୍ଷେତ୍ରରେ କୁଆ ପଥରର ମଧ୍ୟ ଆଶଙ୍କା କରାଯାଇଛି।
ପୂର୍ବୋତ୍ତର ଓ ପୂର୍ବ ଭାରତରେ ପାଣିପାଗ ଅଧିକ ସକ୍ରିୟ ରହିବ। ଆସାମ , ମେଘାଳୟ , ଅରୁଣାଚଳ ପ୍ରଦେଶ ସମେତ ପୂରା ପୂର୍ବୋତ୍ତରରେ ଆଗାମୀ ପାଞ୍ଚ ଦିନ ଯାଏ ବର୍ଷା , ଜୋରରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ଜାରି ରହିବ। ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ରହିଛି, ବିଶେଷକରି ୨୭ରୁ ୩୦ ଅପ୍ରେଲ ମଧ୍ୟରେ। ପଶ୍ଚିମବଙ୍ଗ, ସିକ୍କିମ, ବିହାର ଓ ଝାଡ଼ଖଣ୍ଡରେ ମଧ୍ୟ ଖୁବ୍ ଜୋରରେ ବର୍ଷା ଜାରି ରହିବ। ଝାଡ଼ଖଣ୍ଡ ଓ ବିହାରରେ କିଛି ସ୍ଥାନରେ କୁଆପଥର ଓ ଝଡ଼ର ସମ୍ଭାବନା ରହିଛି, ଯେଉଁଥିରେ ଜନଜୀବନ ପ୍ରଭାବିତ ହୋଇ ପାରେ।
ମଧ୍ୟପ୍ରଦେଶ ଓ ଦକ୍ଷିଣ ଭାରତରେ ମଧ୍ୟ ପାଣିପାଗର ପ୍ରଭାବ ଦେଖିବାକୁ ମିଳିବ। ମଧ୍ୟପ୍ରଦେଶ , ଛତିଶଗଡ଼ ଓ ବିଦର୍ଭରେ ଖୁବ୍ ମେଘ ଘଡ଼ଘଡ଼ି ସହ ହାଲକାରୁ ମଧ୍ୟମ ଧରଣର ବର୍ଷା ଓ ଜୋରରେ ପବନ ବହିପାରେ। ଦକ୍ଷିଣ ଭାରତର କର୍ଣ୍ଣାଟକ , କେରଳ , ତାମିଲନାଡୁ , ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ମଧ୍ୟ ବର୍ଷା ଓ ବଜ୍ରପାତର ଚେତାବନୀ ରହିଛି। କିଛି ଅଞ୍ଚଳରେ ଖୁବ୍ ବର୍ଷାର ସମ୍ଭାବନା ରହିଛି। ତାପମାତ୍ରା କଥା ଯଦି କହିବା ତ ଉତ୍ତର-ପଶ୍ଚିମ ଓ ପୂର୍ବ ଭାରତରେ ଆଗାମୀ କିଛି ଦିନରେ ୩ରୁ ୫ଡିଗ୍ରୀ ସେଲସିୟସ ଯାଏ ହ୍ରାସ ଘଟିପାରେ, ଯେଉଁଥିରେ ଲୋକଙ୍କୁ ତାପରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବାର ଆଶା ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହାରାଷ୍ଟ୍ରର ଅକୋଲାରେ ଦେଶରେ ସବୁଠୁ ଅଧିକ ୪୬.୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି, ନାଗପୁର ସମେତ ବିଦର୍ଭର ଅନ୍ୟ ଭାଗ ଭୀଷଣ ଗରମ ପ୍ରଭାବିତ। ପାଣିପାଗ ବିଭାଗର ଅଧିକାରୀଙ୍କ ମୁତାବିକ , ରାଜ୍ୟର ବିଦର୍ଭ ଅଞ୍ଚଳର କିଛି ଭାଗରେ ମଙ୍ଗଳବାର ଯାଏ ଲୁ ର ସ୍ଥିତି ଜାରି ରହିବାର ଅନୁମାନ। ସର୍ବାଧିକ ତାପମାତ୍ରା ୪୫ରୁ ୪୬ ଡିଗ୍ରୀ ସେଲସିୟସ ଯାଏ ପହଞ୍ଚିବାର ଅନୁମାନ।
Related Topics
Explore more stories