Weather Alert / ବିଳମ୍ବରେ ଆସିବ ମୌସୁମୀ, ୧୦ ବର୍ଷ ପରେ ହେବ କମ୍ ବର୍ଷା; ଜୁଲାଇରେ ଜାଳିବ ଖରା
·1 hour ago·2 min read

Key Points
ମେ ମାସ ସରିବାକୁ ବସିଲାଣି ହେଲେ ଖରାର ପ୍ରକୋପ କମୁନି । ଗତବର୍ଷ ଏ ସମୟରେ ମୌସୁମୀ ଛୁଇଁ ସାରିଥିଲା । କିନ୍ତୁ ଏ ବର୍ଷ ଦକ୍ଷିଣ-ପଶ୍ଚିମ ବାୟୁର ଦେଖା ନାହିଁ ।
ନୂଆଦିଲ୍ଲୀ: ଏଥର ଆଉ ତ୍ରାହି ନାହିଁ । ଦିନ ଭଳି ରାତି ତାତୁଛି । ମେ ମାସ ସରିବାକୁ ବସିଲାଣି ହେଲେ ଖରାର ପ୍ରକୋପ କମୁନି । ଗତବର୍ଷ ଏ ସମୟରେ ମୌସୁମୀ ଛୁଇଁ ସାରିଥିଲା । କିନ୍ତୁ ଏ ବର୍ଷ ଦକ୍ଷିଣ-ପଶ୍ଚିମ ବାୟୁର ଦେଖା ନାହିଁ । ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ (IMD) ମୌସୁମୀରେ ସ୍ଵାଭାବିକ ଠାରୁ କମ୍ ବର୍ଷା ଆକଳନ କରିଛି । ଏଥିସହ ଜୁନ୍, ଜୁଲାଇରେ ହିଟ୍ୱେଭ୍ ଚେତାବନୀ ଦେଇଛି ।
IMD ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, "ଦେଶର ଅଧିକାଂଶ ବର୍ଷା ଆଧାରିତ କୃଷି କ୍ଷେତ୍ର ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ମୌସୁମୀରେ ସ୍ଵାଭାବିକ ଠାରୁ କମ୍ (୯୪ ପ୍ରତିଶତରୁ) ରହିବାର ଅଧିକ ସମ୍ଭାବନା ରହିଛି ।"
ଏଥିସହ ପଢ଼ନ୍ତୁ: ତାଣ୍ଡବ ରଚିଲା ଝଡ଼ତୋଫାନ…ବଜ୍ରପାତରେ ୧୨ ଜଣଙ୍କ ମୃତ୍ୟୁ…୨୪ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି
୯୦ ପ୍ରତିଶତ ବର୍ଷା ସମ୍ଭାବନା
IMD ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ସମୟରେ ବର୍ଷା ହାରାହାରି ୯୦ ପ୍ରତିଶତ ହେବା ସମ୍ଭାବନା ରହିଛି । ଯେଉଁଥିରେ ମଡେଲ୍ ତ୍ରୁଟି ୪ ପ୍ରତିଶତ ହୋଇପାରେ । ଯାହା ମୌସୁମୀ ଋତୁରେ ଦେଶରେ ଦୀର୍ଘକାଳୀନ ବର୍ଷାର (୧୯୭୧-୨୦୨୦ ତଥ୍ୟ ଆଧାରିତ) ହାରାହାରି ୮୭ ସେଣ୍ଟିମିଟର ଅଟେ ।
୨୦୧୫ ପରେ ସ୍ଵାଭାବିକ ଠାରୁ କମ୍ ବର୍ଷା ଆଶଙ୍କା
୨୦୧୫ର ୯ ବର୍ଷ ପରେ IMD ଚଳିତବର୍ଷ କମ୍ ବର୍ଷା ଆଶଙ୍କା କରିଛି । ୨୦୧୫ରେ ଏଲ୍-ନିନୋ ପାଇଁ ୮୮ ପ୍ରତିଶତ ବର୍ଷା ଆକଳନ କରାଯାଇଥିଲା । ଯେତେବେଳେ କି ହୋଇଥିଲା ୮୬ ପ୍ରତିଶତ ବର୍ଷା । ଏବେ ପାଣିପାଗ ବିଭାଗ ୯ ପ୍ରତିଶତ ବର୍ଷା ପୂର୍ବାନୁମାନ କରିଛି, ଯାହା ସ୍ଵାଭାବିକ ଠାରୁ କମ୍ ଅଟେ ।
ସପ୍ତାହ ପରେ କେରଳ ଛୁଇଁବ ମୌସୁମୀ
ସାଧାରଣତଃ ଜୁନ୍ ୧ ବେଳକୁ ଭାରତରେ ମୌସୁମୀ ପ୍ରବେଶ କରି ସାରିଥାଏ । କିନ୍ତୁ ଚଳିତବର୍ଷ ମୌସୁମୀ ଆଗମନ ବିଳମ୍ବିତ ହେଉଛି । ପାଣିପାଗ ବିଭାଗ ଅନୁସାରେ, ଆଗାମୀ ସପ୍ତାହେ ଭିତରେ ମୌସୁମୀ କେରଳ ଛୁଇବ । ସାରା ଦେଶରେ ମୌସୁମୀ ବାୟୁ ସକ୍ରିୟ ହେଲା ବେଳକୁ ମାସେରୁ ଅଧିକ ସମୟ ଲାଗିବ । ଯାହା ଫଳରେ ଜୁନ୍-ଜୁଲାଇରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।
ଏଥିସହ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟାରେ ୧୨ ଜିଲ୍ଲାରେ କାଳବୈଶାଖୀ, ୯ ଜିଲ୍ଲାରେ ବିଜୁଳି ଘଡଘଡି ସହ ଵର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ
ଆଶ୍ଵସ୍ତି ଆଣିଲା ପ୍ରାକ୍-ମୌସୁମୀ ବର୍ଷା
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭିତରେ ବିଗତ ସପ୍ତାହରେ ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ଆଶ୍ଵସ୍ତି ଆଣିଛି । ଅନେକ ରାଜ୍ୟରେ ପାରଦ ୪୦ ତଳକୁ ଖସିଛି । ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବର୍ଷା ସମ୍ଭାବନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories