IMD Alert / ମେ'ରେ ଆସୁଛି ବଡ଼ ବାତ୍ୟା ଏନେଇ ଆଇଏମଡିର ଆକଳନ

Key Points
ଅଗଷ୍ଟ, ସେପ୍ଟେମ୍ବରରେ କମ୍ ବର୍ଷା
ଚଳିତ ବର୍ଷ ଏପ୍ରିଲ ମାସ ଆରମ୍ଭରୁ ଓଡ଼ିଶାରେ ପ୍ରବଳ ଅନୁଭୂତ ହେଉଥିବା ଓ ଅସମ୍ଭାଳ ଗ୍ରୀଷ୍ମପ୍ରବାହ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।
ଅସମ୍ଭାଳ ଗରମର ମୁଖ୍ୟ କାରଣ
ପାଣିପାଗ ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ କାଳବୈଶାଖୀର ଅଭାବ, ଆକାଶ ମେଘମୁକ୍ତ ରହିବା ଏବଂ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ତଥା ଉତ୍ତପ୍ର ପବନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି । ବିଶେଷକରି ଉପକୂଳ ଓଡ଼ିଶାରେ ଆର୍ଦ୍ରତା (Humidity) ଅଧିକ ରହୁଥିବାରୁ ୩୭ ଡିଗ୍ରୀ ତାପମାତ୍ରା ମଧ୍ୟ ଦେହକୁ ୪୭ ଡିଗ୍ରୀ ଭଳି ଅନୁଭୁତ ହେଉଛି । ଏହାବ୍ୟତୀତ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ରୁତ ସହରୀକରଣ, କଂକ୍ରିଟ୍ ଜଙ୍ଗଲ ବୃଦ୍ଧି ଏବଂ ଜଳାଶୟଗୁଡ଼ିକ ନଷ୍ଟ ହେବା ମଧ୍ୟ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି ।
ମେ' ମାସରେ ବାତ୍ୟା ଆଶଙ୍କା
ମେ ମାସରେ ବାତ୍ୟା ନେଇ ଆଇଏମଡି ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅର୍ଗସକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା । ମେ' ମାସରେ ସାଧାରଣତଃ ବାତ୍ୟା ହେବାର ଆଶଙ୍କା ଥାଏ । କହିଲେ ଖରାଦିନେ ବାତ୍ୟାର ରହିଛି ଆଶଙ୍କା । ବର୍ତମାନ ସମୁଦ୍ରର ତାପମାତ୍ରା ୨୯-୩୧ ଡିଗ୍ରୀ ସେଲସିୟସ ମଧ୍ୟରେ ଅଛି, ଯାହା ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ।
ସେଥିଲାଗି ସତର୍କ ରହିବାକୁ ରାଜ୍ୟମାନଙ୍କୁ ଦିଆଯାଇଛି ପରାମର୍ଶ । ଚଳିତ ବର୍ଷା ଋତୁରେ ଏଲନିନୋ ପ୍ରଭାବ ନରହିବା ନେଇ ବିଦେଶୀ ମଡେଲର ପୂର୍ବନୁମାନକୁ କଲେ ଖଣ୍ଡନ । ଦୋହରାଇଲେ ଅଗଷ୍ଟ ଓ ସେପ୍ଟେମ୍ବରରେ ଓଡ଼ିଶାରେ ହେବ ସ୍ବାଭାବିକଠାରୁ କମ୍ ବୃଷ୍ଟିପାତ ।
ଏଥିସହ ପଢ଼ନ୍ତୁ: ୧୨ ଜିଲ୍ଲାରେ କାଳବୈଶାଖୀ ବର୍ଷା: ଘଡ଼ଘଡ଼ି ସହ ବର୍ଷା ଓ ୫୦ କିଲୋମିଟର ବେଗର ବୋହିବ ପବନ
ଏଲ୍-ନିନୋ (El Nino) ର ପ୍ରଭାବ
ସାଧାରଣ ଲୋକଙ୍କ ବୁଝିବା ପାଇଁ ପାଣିପାଗ ବିଶେଷଜ୍ଞ 'ଏଲ୍-ନିନୋ' ଓ 'ଲା-ନିନା' ବିଷୟରେ ସ୍ପଷ୍ଟ କରିଛନ୍ତି । ପ୍ରଶାନ୍ତ ମହାସାଗରରେ ଜପତନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ବୃଦ୍ଧି ପାଇବାକୁ ଏଲ୍-ନିନୋ' କୁହାଯାଏ । ଏହା ଫଳରେ ମୌସୁମୀ ଦୁର୍ବଳ ହେବା ସହ ଗରମ ବଢ଼ିଥାଏ ଏବଂ ବର୍ଷା କମି ମରୁଡ଼ି ସୃଷ୍ଟି ହୁଏ । ଚଳିତ ବର୍ଷ ଏଲ୍-ନିନୋର ପ୍ରଭାବ ରହିଥିବାରୁ ଏତେ ମାତ୍ରାରେ ତାତି ଅନୁଭୂତ ହେଉଛି ।
ଜନସାଧାରଣଙ୍କ ପାଇଁ ପରାମର୍ଶ ଓ ସତର୍କତା
ଅଂଶୁଘାତରୁ ବର୍ତିବା ପାଇଁ ସେ ନିମ୍ନଲିତ ପରାମର୍ଶ ଦେଇଛନ୍ତି: ଦିନ ୧୦:୩୦ ରୁ ଅପରାହ୍ନ ୩:୩୦ ପର୍ଯ୍ୟନ୍ତ ଖରାରେ ପଦାକୁ ବାହାରନ୍ତୁ ନାହିଁ । ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଏବଂ ବାହାରକୁ ଗଲେ ଓଦା କପଡ଼ା ବ୍ୟବହାର କରନ୍ତୁ । ଦିନ ସମୟରେ ଘରର କବାଟ ଝରକା ବନ୍ଦ ରଖନ୍ତୁ, ଯାହାଦ୍ବାରା ବାହାରର ଗରମ ପବନ ଭିତରକୁ ପ୍ରବେଶ କରିପାରିବ ନାହିଁ ।
ଭବିଷ୍ୟତରେ ଏହି ଗ୍ଲୋବାଲ ୱାର୍ମି ବା ବିଶ୍ବ ତାପାୟନରୁ ବର୍ଷିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ ନିହାତି ଆବଶ୍ୟକ। ବ୍ୟକ୍ତିଗତ ଗାଡ଼ି ବଦଳରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରିବା, ଅଯଥା ବିଦ୍ୟୁତ୍ ଖର୍ଚ୍ଚ ନ କରିବା ଏବଂ ସୌରଶକ୍ତି ଭଳି ନବୀକରଣଯୋଗ୍ୟ ଶକ୍ତି (Renewable Energy) ର ଠିକ୍ ବ୍ୟବହାର କରିବା ।
📱 Get Argus News App
✨Related Topics
Explore more stories