Rain Alert / IMD ଜାରି କଲା ସତର୍କ ସୂଚନା: ୪୮ ଘଣ୍ଟାରେ ୩ରାଜ୍ୟରେ ବଦଳିବ ପାଗ
·5 months ago·2 min read

Key Points
ଆଇଏମଡି ଜାରି କଲା ବଡ଼ ସତର୍କ ସୂଚନା। ୪୮ ଘଣ୍ଟାରେ ପୁଣି କର ଲେଉଟାଇବ ପ୍ରକୃତି। ଶୀତ ଥରାଇବା ପରେ ପୁଣି ବର୍ଷା ଭିଜାଇବ।
ଆଇଏମଡି ଜାରି କଲା ବଡ଼ ସତର୍କ ସୂଚନା। ୪୮ ଘଣ୍ଟାରେ ପୁଣି କର ଲେଉଟାଇବ ପ୍ରକୃତି। ଶୀତ ପରେ ପୁଣି ବର୍ଷା ଥରାଇବ। ସକାଳ-ସନ୍ଧ୍ୟାରେ ପ୍ରବଳ ଥଣ୍ଡା ଓ ଦିନରେ ହାଲୁକା ଗରମ ଲୋକଙ୍କୁ ଦ୍ବନ୍ଦରେ ପକାଇ ଦେଉଛି। ଏହି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ (IMD) ଏକ ବଡ଼ ଆଲର୍ଟ ଜାରି କରିଛି। IMD ଅନୁସାରେ, ଆସନ୍ତା 48 ଘଣ୍ଟା ମଧ୍ୟରେ ପାହାଡ଼ିଆ ରାଜ୍ୟଗୁଡ଼ିକରେ ପାଣିପାଗ ହଠାତ୍ ବଦଳିପାରେ। ପଶ୍ଚିମାଝଡ଼ ସକ୍ରିୟ ହେବାରୁ ପ୍ରବଳ ବର୍ଷା ଓ ତୁଷାରପାତ ଆରମ୍ଭ ହେବାର ସମ୍ଭାବନା ରହିଛି।
IMD କହିଛି ଯେ ପଶ୍ଚିମା ଝଡ଼ ଯୋଗୁଁ ଫେବୃଆରୀ 7 ରୁ ଫେବୃଆରୀ 9-11 ମଧ୍ୟରେ ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା ଏବଂ ତୁଷାରପାତ ହେବ । ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଗାମୀ ଦିନଗୁଡ଼ିକରେ ବର୍ଷା ସହିତ ଭାରି ତୁଷାରପାତ ହୋଇପାରେ। କିଛି ଅଞ୍ଚଳରେ 30ରୁ 40 କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବଳ ପବନ ବହିବା ସହ ତୁଷାରପାତର ମଧ୍ୟ ସମ୍ଭାବନା ରହିଛି। ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକ ଓ ପର୍ଯ୍ୟଟକମାନଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ IMD ପରାମର୍ଶ ଦେଇଛି।
ଦିଲ୍ଲୀରେ ପାଗ ସ୍ପଷ୍ଟ ରହିବ, କିନ୍ତୁ ହାଲୁକା ମେଘ ଏବଂ କୁହୁଡ଼ି ସମସ୍ୟା ସୃଷ୍ଟି କରିପାରେ। ଉତ୍ତର ପ୍ରଦେଶରେ ଥଣ୍ଡା ପବନ ଏବଂ କୁହୁଡ଼ିର ପ୍ରଭାବ ବୃଦ୍ଧି ପାଇବ। ବିହାରରେ ପାଗ ସ୍ୱାଭାବିକ ରହିବ, କିନ୍ତୁ ସକାଳ ସମୟରେ କୁହୁଡ଼ି ଲାଗି ରହିବ। ରାଜସ୍ଥାନରେ ସକାଳ ଏବଂ ସନ୍ଧ୍ୟା ଥଣ୍ଡା ଲାଗି ରହିବ। ସିକର ଅଞ୍ଚଳରେ ସର୍ବନିମ୍ନ ତାପମାନ 4.5 ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି।
IMDର ସତର୍କତା ସୂଚନା
ପାଣିପାଗ ବିଭାଗ ଲୋକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ପର୍ଯ୍ୟଟକମାନଙ୍କୁ, ବିଶେଷକରି ପାର୍ବତ୍ୟ ଅଞ୍ଚଳକୁ ଯାତ୍ରା କରୁଥିବା ଲୋକଙ୍କୁ ପାଣିପାଗ ଅପଡେଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories