Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚଳିତବର୍ଷ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକ ଠାରୁ କମ୍ ବର୍ଷା

Weather & Calamities

Rainfall Alert / ଚଳିତବର୍ଷ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକ ଠାରୁ କମ୍ ବର୍ଷା

Ritu Das
Browse all articles by Ritu Das
·2 hours ago·2 min read
ଚଳିତବର୍ଷ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକ ଠାରୁ କମ୍ ବର୍ଷା
Weather

Key Points

ମୌସୁମୀକୁ ନେଇ IMDର ବଡ଼ ଆଲର୍ଟ
ଏଲନିନୋ ପ୍ରଭାବରେ ଓଡ଼ିଶାରେ କମିପାରେ ବର୍ଷା!
ସମଗ୍ର ଦେଶରେ ମୌସୁମୀ ଋତୁ ଅର୍ଥାତ ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପିରମାଣ କେତେ ରହିବ ସେନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । IMDର ଆକଳନ ଅନୁସାରେ ଉତ୍ତର ଓ ଉତ୍ତର-ପୂର୍ବ ଭାରତରେ ସାମାନ୍ୟ ବର୍ଷା ହେବ । କାରଣ ଏଠାରେ ଲଙ୍ଗ ପ୍ରୋଜେକ୍ଟେଡ୍ ଆଭରେଜ୍ ଅର୍ଥାତ ଦୀର୍ଘକାଳୀନ ହାରାହାରି ୯୪%ରୁ ୧୦୬% ପ୍ରତିଶତ ବର୍ଷା ହୋଇପାରେ। କିନ୍ତୁ ମଧ୍ୟ ଓ ଦକ୍ଷିଣ ଉପଦ୍ବୀପ ଭାରତରେ ୯୪%ରୁ କମ ବର୍ଷା ଏବଂ ଉତ୍ତର-ପଶ୍ଚିମ ଭାରତରେ ୯୨%ରୁ କମ ବର୍ଷା ନେଇ ଆକଳନ କରିଛି IMD । ଅର୍ଥାତ ଏସଵୁ ଅଞ୍ଚଳରେ ଜୁନରୁ ସେପ୍ଟେମ୍ବର ମୌସୁମୀ ଋତୁରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭରାତୀୟ ପାଣିପାଗ ବିଭାଗ । ସେହିପରି ମୌସୁମୀର କୋର ଜୋନରେ ଆସୁଥିବା ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଦୀର୍ଘକାଳୀନ ହାରାହାରି ୯୪%ରୁ କମ୍ ବର୍ଷା ହୋଇପାରେ।

ଏହାସହ ପଢ଼ନ୍ତୁ: ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ବର୍ଷା; IMD ଜାରି କଲା ଆଲର୍ଟ


ମୌସୁମୀ ସମୟରେ ଏଲନିନୋର ପ୍ରଭାବ ପଡ଼ିବା ନେଇ ୯୨% ଚାନ୍ସ ରହିଥିବା କହିଛନ୍ତି IMD ମହାନିର୍ଦ୍ଦେଶକ । ଜୁନରେ ଏଲନିନୋ ସାମାନ୍ୟ ଦୁର୍ବଳ ସ୍ଥିତିରେ ରହିବ । କିନ୍ତୁ ଜୁଲାଇ, ଅଗଷ୍ଟରେ ଦୁର୍ବଳରୁ ମଧ୍ୟମ ସ୍ଥିତିରେ ରହିବ । ସେହିପରି ସେପ୍ଟେମ୍ବରରେ ଏହାର ପ୍ରଭାବ ମଧ୍ୟମରୁ ଅଧିକ ରହିବ। ଓଡ଼ିଶାରେ ମଧ୍ୟ ମୌସୁମୀ ଋତୁରେ ଏଲନିନୋର ପ୍ରଭାବ ରହିବା ନେଇ ସେ ସତର୍କ କରାଇଛନ୍ତି।

ଏଲିନିନୋ ବର୍ତ୍ତମାନ ସକ୍ରିୟ ହୋଇନାହିଁ । ପୂର୍ବବର୍ଷ ଗୁଡ଼ିକ ରେକର୍ଡ ଅନୁସାରେ ସାଧାରଣତଃ ଏଲନିନୋର ପ୍ରଭାବ ମୌସୁମୀର ଦ୍ଵିତୀୟ ପର୍ଯ୍ୟାୟ ଅର୍ଥାତ ଅଗଷ୍ଟ, ସେପ୍ଟେମ୍ବରରେ ଅଧିକ ଦେଖିବାକୁ ମିଳେ । ତେଣୁ ସେତେବେଳକୁ ସ୍ଥିତି ଆହରହୁ ସ୍ପଷ୍ଟ ହେବ । ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣପୂର୍ବ ଆରବ ସାଗର, ଲାକ୍ଷାଦ୍ବୀପର କିଛି ଅଞ୍ଚଳ, ଦକ୍ଷିଣ-ପୂର୍ବ ଓ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ, ଆଣ୍ଡାମାନ ସାଗର ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳରେ ସକ୍ରିୟ ହୋଇଛି।

ଆସନ୍ତା ୨ରୁ ୩ ଦିନରେ ଏହି ସବୁ ଅଞ୍ଚଳର ଆଉ କିଛି ଅଂଶରେ ମୌସୁମୀ ସକ୍ରିୟ ହୋଇଯିବ । କିନ୍ତୁ ବଡ଼କଥା ହେଉଛି ଏଲନିନୋର ପ୍ରଭାବ ମୌସୁମୀ ବର୍ଷାକୁ ପ୍ରଭାବିତ କରିପାରେ । ବର୍ଷାର ପରିମାଣ କମିବା ସହ ତାପମାତ୍ରା ସାଧାରଣ ଠାରୁ ଅଧିକ ରହିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IMD Predicts Below Normal Monsoon Rainfall Across India This Year | Argus News