|
logo
Live

Argus News - ମୁଣ୍ଡ ବିନ୍ଧାରୁ ତୁରନ୍ତ ମିଳିବ ମୁକ୍ତି ଆପଣାନ୍ତୁ ଘରୋଇ ଟିପ୍ସ୍...

Weather & Calamities

Health Tips / ମୁଣ୍ଡ ବିନ୍ଧାରୁ ତୁରନ୍ତ ମିଳିବ ମୁକ୍ତି ଆପଣାନ୍ତୁ ଘରୋଇ ଟିପ୍ସ୍...

Rashmita Mishra
Browse all articles by Rashmita Mishra
·1 hour ago·2 min read
ମୁଣ୍ଡ ବିନ୍ଧାରୁ ତୁରନ୍ତ ମିଳିବ ମୁକ୍ତି ଆପଣାନ୍ତୁ ଘରୋଇ ଟିପ୍ସ୍...
Health Tips

Key Points

ଅଧିକ ମୁଣ୍ଡ ବିନ୍ଧୁଛି କି ? 
ମୁଣ୍ଡ ବିନ୍ଧାରୁ ତୁରନ୍ତ ମିଳିବ ମୁକ୍ତି ଆପଣାନ୍ତୁ ଘରୋଇ ଟିପ୍ସ୍ । 
ଆଜିକାଲି ମୁଣ୍ଡ ବିନ୍ଧିବା ଏକ ସାଧାରଣ ସମସ୍ୟା ହୋଇଯାଇଚି । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ମୁଣ୍ଡ ବିନ୍ଧିବା କାରଣରୁ ଏହାକୁ ସହ୍ୟ କରିବା ଖୁବ୍ କଷ୍ଟକର ହୋଇପାରେ । ମୁଣ୍ଡ ବିନ୍ଧା ଅଧିକ ଟେନସନ୍ କିମ୍ବା ଅସ୍ବାସ୍ଥ୍ୟକର ଜୀବନଶୈଳି କାରଣରୁ ହୋଇଥାଏ । ଅନେକ ସମୟରେ କଷ୍ଟ ଏତେ ବଢିଯାଏ ଯେ ଲୋକଙ୍କ ମୁଣ୍ଡ ବୁଲାଇ ହେବା ସହ ବାନ୍ତି ମଧ୍ୟ ହୋଇଥାଏ । ଯଦି ଠିକ୍ ସମୟରେ ଏହାକୁ ଚିକିତ୍ସା କରାନଯାଏ ତେବେ ଏହା ମାଇଗ୍ରେନର କାରଣ ହୋଇପାରେ । ଯଦି ଆପଣଙ୍କର ଅଧିକ ମୁଣ୍ଡ ବିନ୍ଧୁଛି ତେବେ ଆପଣ କିଛି ସହଜ ଟିପ୍ସକୁ ଫୋଲେ କରିପାରନ୍ତି, ଯାହାଫଳରେ ଏହି ସମସ୍ୟାରୁ ନିଜକୁ ମୁକ୍ତ କରିପାରିବେ ।

- ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ବହୁବାର ମୁଣ୍ଡବିନ୍ଧା କାରଣରୁ ଡିହାଇଡ୍ରେସନ୍ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଆପଣଙ୍କୁ ପ୍ରତିଦିନ ଅତି କମରେ ୨-୩ ଳିଟର ପାଣି ପିଇବା ଦରକାର । ଏହା ସହିତ ଫଳର ଜୁସ୍ ମଧ୍ୟ ପିଇପାରିବେ। ଏହା ସହ ଆପଣଙ୍କୁ ହାଇଡ୍ରେଟ୍ ରହିବାରେ ସାହାର୍ୟ୍ୟ କରିବ ।

- ସ୍କାଲପରେ ମସାଜ କରିବା ଦ୍ଵାରା ମୁଣ୍ଡ ବିନ୍ଧା କମ୍ ହୋଇଯାଇଥାଏ । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଅଧିକରୁ ଅଧିକ ଆସିସିପଟଲ ନର୍ଭ(ଆପଣଙ୍କ ସ୍କଲପ ପଛ)ର ମାଲିସ କରିବା ଦ୍ଵାରା ମୁଣ୍ଡ ବିନ୍ଧା କମ୍ ହୋଇଯାଇଥାଏ ।

- ମୁଣ୍ଡ ବିନ୍ଧା ଅଧିକାଂଶ ସମୟ ମାଂସପେଶୀରେ କୌଣସି ଅସୁବିଧା ହେଲେ କିମ୍ବା ଗଳାରେ ଷ୍ଟେଚିଙ୍ଗ ଦ୍ବାରା ଆପଣଙ୍କ ଟେନସନ ଦୂର ହୋଇପାରେ ଓ ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ମିଳିପାରେ ।


ଏଥିସହ ପଢ଼ନ୍ତୁ: ହାର୍ଟ ଆଟାକ୍ ଆଗରୁ ଶରୀର ଦେଉଛି ସଙ୍କେତ: ଏହି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ

- ତରଭୂଜ ଖାଇଲେ ଆପଣଙ୍କ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିପାରିବ । କାରଣ ତରଭୂଜରେ ଭିଟାମିନ ଓ ମିନେରାଲ ରହିଥାଏ । ବ୍ରେନରେ ବ୍ଳଡ ଫ୍ଲୋକୁ ଭଲ କରିବା ସହ ମୁଣ୍ଡ ବିନ୍ଧା କମ୍ କରିଥାଏ ।

- ମୁଣ୍ଡ ବିନ୍ଧା ହେବା ବେଳେ ଗଭୀର ନିଶ୍ବାସ ନିଅନ୍ତୁ । ଏଭଳି କରିବା ଦ୍ଵାରା ଆପଣଙ୍କ ଟେନସନ୍ କମ୍ ହୋଇପାରେ । ଗଭୀର ନିଶ୍ଵାସ ନେବା ଦ୍ଵାରା ଆପଣଙ୍କୁ ରିଲାକ୍ସ ଲାଗିବ ଓ ଆପଣଙ୍କ କଷ୍ଟ ଦୂର ହୋଇଯିବ ।

- କଫି ବ୍ରେନର ବ୍ଲଡ ଭେସେଲକୁ ନିୟନ୍ତ୍ରିତ ରଖିଥାଏ । କଫି ପିଇବା ଦ୍ଵାରା ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ । ଏହାସହ ଆପଣଙ୍କ ବ୍ରେନରେ ରକ୍ତ ସଞ୍ଚାଳନ ଠିକ୍ ରହିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health Tips: ମୁଣ୍ଡ ବିନ୍ଧାରୁ ତୁରନ୍ତ ମିଳିବ ମୁକ୍ତି ଆପଣାନ୍ତୁ ଘରୋଇ ଟିପ୍ସ୍... | Argus News